ମାଲକାନଗିରିରେ ଓଡ଼ିଆ ପକ୍ଷ ପାଳନ:ପାରମ୍ପରିକ ବସ୍ତ୍ର ପରିଧାନ କରି ଓଡ଼ିଆ ଅସ୍ମିତାର ପ୍ରଚାର କଲା ଜିଲ୍ଲା ପ୍ରଶାସନ

Apr 2, 2026 - 19:55
 0  7
ମାଲକାନଗିରିରେ ଓଡ଼ିଆ ପକ୍ଷ ପାଳନ:ପାରମ୍ପରିକ ବସ୍ତ୍ର ପରିଧାନ କରି ଓଡ଼ିଆ ଅସ୍ମିତାର ପ୍ରଚାର କଲା ଜିଲ୍ଲା ପ୍ରଶାସନ

ମାଲକାନଗିରି, ୨/୪/୨୬: ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଆ ପକ୍ଷ ଅବସରରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ପାରମ୍ପରିକ ପୋଷାକର ପ୍ରଚାର ପ୍ରସାର ପାଇଁ ଆମ ପୋଷାକ ଆମ ପରିଚୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଜନମାନସରେ ଆଦୃତ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ ବିଭାଗରେ ଏହି ଅଭିଯାନକୁ ବ୍ୟାପକ କରାଯାଇଛି। ଏହି ଦିବସରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀମାନେ ପାରମ୍ପରିକ ଓଡ଼ିଆ ହସ୍ତତନ୍ତ ପୋଷାକ ପରିଧାନ କରି ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସିଥିଲେ। ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଆୟୋଜନ କରିଥିଲେ। ଏହା ଦ୍ୱାରା ପାରମ୍ପାରିକ ବୁଣାକାରଙ୍କୁ ସମର୍ଥନ ଓ ଓଡ଼ିଶାର ବୟନ ଶିଳ୍ପକୁ ବିଶ୍ୱସ୍ତରରେ ପରିଚିତ କରାଇବା ପାଇଁ ବାର୍ତ୍ତା ଦିଆଯାଇଛି।କର୍ମଚାରୀମାନେ ପାରମ୍ପରିକ ପୋଷାକରେ ନିଜର ଫଟୋ ବା ସେଲଫି ଉଠାଇ ଓଡ଼ିଆ ପକ୍ଷ ଅଫିସିଆଲ୍ ୱେବସାଇଟ୍ ରେ ଅପଲୋଡ୍ କରିବା ପାଇଁ ଉତ୍ସାହିତ କରାଯାଇଛି। ହସ୍ତତନ୍ତ ବସ୍ତ୍ରର ବ୍ୟବହାର ବୃଦ୍ଧି ପାଇଁ ବୟନିକା, ଉତ୍କଳିକା ଓ ସମ୍ବଲପୁରୀ ବସ୍ତ୍ରାଳୟ ପରି ସରକାରୀ ପ୍ରତିଷ୍ଠାନଗୁଡ଼ିକରେ ଗ୍ରାହକମାନଙ୍କୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବିଭିନ୍ନ ସଭାରେ ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ପରମ୍ପରାର ମହତ୍ତ୍ୱ ଉପରେ ଆଲୋକପାତ କରାଯାଇଛି। ଏହି ଅଭିଯାନ ଏପ୍ରିଲ ୧୪ (ମହାବିଷୁବ ସଂକ୍ରାନ୍ତି) ପର୍ଯ୍ୟନ୍ତ ଜାରି ରହିବ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ