ମାମୁଁ ଘରକୁ ଯିବା ବାଟରେ ଅଘଟଣ:ପୁଅ ମୃତ ମାଁ ଗୁରୁତର

Mar 27, 2026 - 21:22
Mar 27, 2026 - 21:51
 0  19
ମାମୁଁ ଘରକୁ ଯିବା ବାଟରେ ଅଘଟଣ:ପୁଅ ମୃତ ମାଁ ଗୁରୁତର

କୋଲାବିରା ୨୭ ।୩(ଫାଷ୍ଟ ନ୍ୟୁଜ ଓଡିଶା): ଏକ ସତକ ଦୁର୍ଘଟଣାରେ ମାମୁଁ ଘରକୁ ଯାଉଥିବା ଜଣେ ନାବାଲକର ମୃତ୍ୟୁ ହୋଇଥିବା ବେଲେ ମାଁ ଗୁରୁତ ହୋଇ ବୁର୍ଲାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଘଟଣା ମତେ ଶୁକ୍ରବାର ସକାଲ ପାଖାପାଖି ୧୧ଟା ସମୟରେ ଏୟାରପୋର୍ଟ ଥାନା ଅଧୀନସ୍ଥ ଡାଲମାଲ ଅର୍ତା ଗ୍ରାମର କବିତା ପଟେଲ ଓତି ୨ ୩କ୍ୟୁ ୧୪୬୯ ନମ୍ବର ବିଶିଷ୍ଟ ନିଜ ସ୍କୁଟି ଯୋଗେ ପୁଅକୁ ନେଇ କୁଚିଣ୍ଡା ଥାନା ଅନ୍ତର୍ଗତ ଜୁନାନୀ ସ୍ଥିତ ବାପ ଘରକୁ ଯାଉଥିବା ସମୟରେ କୋଲାବିରା ଥାନା ଅନ୍ତର୍ଗତ କୁଣ୍ଡୁରୁସିଂହା ଗାଁ ମଝି ଏନଏଚ ୪୯ରେ ଯାଉଥିବା ଏକ ଭାରିଯାନକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଲେ ବିପରିତ ଦିଗରୁ ଆସୁଥ‌ିବା ଏକ ବାଇକ ସହ ସାମାନ୍ୟ ଧକ୍କା ହୋଇଥିଲା । ଫଳରେ ଦୁଇଜଣ ଯାକ ଗତୀରେ ଥିବାରୁ ବାଇକ ଏବଂ ସ୍କୁଟି ମଧ୍ୟରେ ସାମାନ୍ୟ ଧକ୍କା ଯୋଗୁଁ ଦୁର୍ଘଟଣା ସଙ୍ଗଠିତ ହୋଇଥିଲା । ଏଥିରେ ବାଇକ ଚଲାଉଥିବା ବ୍ୟକ୍ତି ରାସ୍ତାର ଅନ୍ୟ କଡକୁ ଛିଟିକି ପଡିଥିବା ବେଳେ ମାଁ ପୁଅ ଦୁହେଁ ଯେଉଁ ଟ୍ରକକୁ ଅତିକ୍ରମ କରୁଥିଲା ଠିକ ତାହାରି ନିକଟକୁ ଛିଟିକି ପଡିଥିଲେ । ତେବେ ମାଁ କବିତା ପଟେଲଙ୍କ ହାତରେ ଗଭୀର ଆଘାତ ହେବା ସହ ସେ ଗୁରୁତର ହୋଇଥିଲେ ମାତ୍ର ୮ ବର୍ଷର ପୁଅ ଅକସିତ ପଟେଲ ଟ୍ରକର ଚକ ଚଲକୁ ଛିଟିକି ପଡିଥିଲେ ଯାଫଳରେ ସେ ଚକଲେ ପର୍ତି ଚାପି ହୋଇଯାଇଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପିତା ଚୈତନ୍ୟ ପଟେଲ ଓ ମାଁ କବିତା ପଟେଲଙ୍କ ଗୋଟିଏ ଝିଅ ଏବଂ ଗୋଟିଏ ପୁଅ । ଝିଅ ଜଣକ ବ୍ରତ ଏବଂ ସେ ବାପାଙ୍କ ସହିତ ତାଲମାଲରେ ଥିଲେ । ମାଁ ପୁଅ ଦୁହେଁ ମାମୁଁ ଘରକୁ ଯାଉଥିବା ସମୟରେ ଏଇ ଅଘଟଣ ଘଟିଥିଲା । ସୂଚନା ପାଇ କୋଲାବିରା ପୁଲିସ ଘଟଣାସ୍ଥଳକୁ ପହଂଚି ଗୁରୁତର ଅବସ୍ଥାରେ କବିତାଙ୍କୁ ଉଦ୍ଧାରକରି ପ୍ରଥମେ କୋଲାବିରା ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୁରୁତର ଥିବାରୁ ପରେ ବୁର୍ଲାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ବିଷୟରେ ଅଜନଭିଜ୍ଞ ଆରେଜ ୧୭ଜିଏ ୯୯୨୮ ଟ୍ରକଟି ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ସମୟରେ ଲୋକେ ଗାଡିର ପିଛା କରି ଲରିଆପାଲି ନିକଟରେ ଅଟକାଇ ପୁଲିସକୁ ହସ୍ତାନ୍ତର କରିଥିଲେ ।ଏସଂକ୍ରାନ୍ତରେ କୋଲାବିରା ଥାନାରେ ୨୮୧/୧୨୫(ଏ)/୧୨୫ବି/୦୬୪ ଦଫା ଅନ୍ତର୍ଗତ ଏକ ଦୁର୍ଘଟଣା ମାମଲା ଋଜ୍ଜୁ କରାଯାଇ ଅଧିକ ତଦନ୍ତ କରାଯାଉଥିବା ନେଇ ପୁଲିସ ସୁତ୍ରରୁ ପ୍ରକାଶ ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ