।। ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ଉଦ୍ଘାଟନୀ ଉତ୍ସବ ପାଳିତ ।।

Jul 23, 2023 - 18:09
 0  19
।। ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ଉଦ୍ଘାଟନୀ ଉତ୍ସବ ପାଳିତ ।।

କୋରାପୁଟ ଜିଲ୍ଲାର କୁନ୍ଦ୍ରା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାଟିଲଗ୍ନା ସାହିତ୍ୟ ସଂସଦ ଓଡ଼ିଶା,ମାଲକାନଗିରି ଓ କୋରାପୁଟ ଜିଲ୍ଲା ଶାଖା ତରଫରୁ ଅନୁଷ୍ଠାନର ସପ୍ତାହ ବ୍ୟାପୀ ତୃତୀୟ ରାଜ୍ୟ ସ୍ତରୀୟ ପ୍ରତିଷ୍ଠା ଦିବସ ର ଉଦ୍ଘାଟନୀ ସମାରୋହ ପାଳନ ଅବସରରେ ଏକ ଆଲୋଚନା ଚକ୍ର ଓ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କବି ଶ୍ରୀଯୁକ୍ତ ଯଜ୍ଞେଶ୍ଵର ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଟିଲଗ୍ନା ସାହିତ୍ୟ ସଂସଦ ରାଜ୍ୟ ସଭାପତି ତଥା ମାଲକାନଗିରି ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପ୍ରଧାନ , ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ଆଇନଜୀବୀ ଶ୍ରୀଯୁକ୍ତ ହରିହର କରସୁଧା ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଭଗବାନ ପାଢ଼ୀ, ମାଟିଲଗ୍ନା ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଜୟନ୍ତ କୁମାର ମହାଲିକ, ବିଶିଷ୍ଟ ସାହିତ୍ୟିକ ଡ. ମହାଦେବ ଶତପଥି ଯୋଗଦାନ କରି ଆଲୋଚ୍ୟ ପ୍ରସଙ୍ଗ : ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ତଥା ସୁରକ୍ଷା ପାଇଁ ସାହିତ୍ୟିକମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅବିଭକ୍ତ କୋରାପୁଟ ଜିଲ୍ଲାର କବି ଓ କବୟିତ୍ରୀବୃନ୍ଦ ଉପସ୍ଥିତରହି ସ୍ଵ ସ୍ୱ ରଚିତ କବିତା ପାଠ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜାନକୀ ପାଣଗ୍ରାହୀ, ଡ.ମହାଦେବ ଶତପଥି, କିଶୋର ମିଶ୍ର, ସନ୍ତୋଷ କୁମାର ସାହୁ,ମନୋଜ କୁମାର ପଣ୍ଡା, ଅଶୋକ ପାଢ଼ୀ, ନୃସିଂହ ପ୍ରସାଦ ଷଡଙ୍ଗୀ,ଅନନ୍ତ ବିଜୟ ଧୀବର, ଶୋଭାଗିନୀ ନନ୍ଦ,ଭାରତୀ ମିଶ୍ର, ପୁଷ୍ପାଞ୍ଜଳି ଦେବୀ, ଅଶୋକ ମହାରଣା, ଅବିନାଶ ସନ୍ତ୍ରାପାତ୍ର, ବୈରାଗୀ ଚରଣ ସାହୁ, ସୁକୁମାର ବିଶ୍ବାଳ,ଡ. ରାଜେନ୍ଦ୍ର ପାଢ଼ୀ, ବଂଶୀଧର ମହାରଣା, ସୁଧୀର କୁମାର ମହାପାତ୍ର, ପ୍ରମୋଦ କୁମାର ରାଉଳ, ସୁରେନ୍ଦ୍ର କୁମାର ସାହୁ, ନିହାର ରଞ୍ଜନ ରାଉତରାୟ, ପ୍ରତୀତ କାଞ୍ଚନ ସାହୁ, ବିରଞ୍ଚି ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ କବି ଶୋଭାଗିନୀ ନନ୍ଦ ସ୍ବାଗତ ଭାଷଣ ଓ କବି ଅଶୋକ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୁଷ୍ପାଞ୍ଜଳି ଦେବୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ର ପ୍ରାକ୍ତନ ସଚିବ ସ୍ବର୍ଗତ ପ୍ରବୋଧ କୁମାର ରାଉତଙ୍କ ଆତ୍ମାର ସଦ୍ଗତି ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।କବି କିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ଦୀତ୍ୱିୟ ଚରଣରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। କବି ସିମାଞ୍ଚଳ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଗବେଷକ ଡ. ରାଜେନ୍ଦ୍ର ପାଢ଼ୀ ଓ କୃଷ୍ଣପଦ ରାୟ ଏବଂ ସଂଯୋଜିକା ଭାବେ କବୟିତ୍ରୀ ସବିତା ଶତପଥୀ ଓ ଶୋଭାଗିନି ନନ୍ଦ କବିତା ସଂଯୋଜନା କରିଥିଲେ। କାର୍ଯ୍ଯକ୍ରମରେ ଉପସ୍ଥିତ ଥିବା ଅନ୍ୟାନ୍ୟ ବୁଦ୍ଧଜୀବୀ ତଥା ସହିତ୍ୟାନୁରାଗୀଗଣ ହେଲେ କୃଷ୍ଣା କୁମାରୀ ଦାଶ, ତପସ୍ଵିନୀ ସାହୁ, ସ୍ୱରୂପ କୁମାର ଦାଶ, ଅଜୟ କୁମାର ପରିଡ଼ା, ଜୟନ୍ତୀ ସାହୁ ପ୍ରମୁଖ ଗଣ।

ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ