ମାଆ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟ ରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଚେସ୍ ଉଦଯାପିତ

ମାଆ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟ ରେ ଚାଲିଥିବା ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଚେସ୍ ( ମହିଳା/ ପୁରୁଷ), ଓ କେରମ ( ମହିଳା/ ପୁରୁଷ) ଆଜି ୨୧.୧୧.୨୦୨୪ ରେ ମାଆ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ରେ ଖେଳା ଯlଇଥିଲା। ଚେସ ମହିଳା ବିଭାଗରେ ମୋଟ ୬ ଟି ମହାବିଦ୍ୟାଳୟ ରୁ ୮ ଦଳ, ଚେସ ପୁରୁଷ ବିଭାଗରେ ୧୪ ଟି ମହାବିଦ୍ୟାଳୟ ରୁ ୧୫ ଟିଦଳ, କେରମ ମହିଳା ବିଭାଗରେ ୯ ଟି ମହାବିଦ୍ୟାଳୟ ରୁ ୧୨ ଟିଦଳ ଓ କେରମ ପୁରୁଷ ବିଭାଗରେ ୧୩ ଟି ମହାବିଦ୍ୟାଳୟରୁ୨୦ ଟିଦଳ ଭାଗ ନେଇଥିଲେ । । ଚେସ ( ପୁରୁଷ) ବିଭାଗରେ ବିଭୁ ପ୍ରସାଦ ପ୍ରଧାନ, ନେସନାଲ କଲେଜ,ନୂଆପଡ଼ା ଚମ୍ପିୟାନ ,ମହିଳା ଚେସରେ ଆଖିଆ ରାଜପୁତ, ନେସନାଲ କଲେଜ ନୂଆପଡ଼ା ର ରନର୍ସ ହୋଇଥିଲେ,ପୁରୁଷ କେରମ ରେ ବିଭୁ ପ୍ରସାଦ ପ୍ରଧାନ, ନେସନାଲ କଲେଜ ନୂଆପଡ଼ା ରାନର୍ସ ହୋଇ ନେସନାଲ କଲେଜ ନୂଆପଡ଼ା ପାଇଁ ଗର୍ବ ଓ ଗୌବର ଆଣି ଦେଇଥିଲେ । ସମସ୍ତ ବିଜେତା ମାନଙ୍କୁ ଆଜି କଲେଜ ରେ ସମ୍ମାନିତ କରାଯାଇଥିଲା।।କଲେଜ ଅଧ୍ୟକ୍ଷ ଶ୍ରୀ ହିତେଶ କୁମାର ସାହୁ, ଦୁର୍ଲଭ ଚରଣ ବେହେରା,ବୈଦ୍ୟନାଥ ଗର୍ତ୍ତିଆ, କ୍ରୀଡା ଅଧ୍ୟାପକ ପ୍ରକାଶ କୁମାର ସାହୁ ଓ ସମସ୍ତ ଅଧ୍ୟାପକ/ ଅଧ୍ୟାପିକା ଉପସ୍ଥିତ ଥିଲେ ତଥା କଲେଜ ର ପ୍ରାୟ ୧୦୦୦ ଛାତ୍ର ଛାତ୍ରୀ ଉକ୍ତ ସମାରୋହରେ ଉପସ୍ଥିତ ଥିଲେ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






