।। ମା କୁଳବନ୍ଧ ଯାତ୍ରା ଅନୁଷ୍ଠିତ: ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ।।

Feb 20, 2024 - 11:56
 0  7
।। ମା କୁଳବନ୍ଧ ଯାତ୍ରା ଅନୁଷ୍ଠିତ: ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ।।

ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମ ପଞ୍ଚାୟତ ଅଧୀନ ହାତିଖମ୍ୱା ଗାଁ ନିକଟ ଜଙ୍ଗଲ ମଧ୍ୟରେ ଥିବା ମା କୁଳବନ୍ଧ ଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଦୁଇ ବର୍ଷରେ ଥରେ ମାଘ ମାସର ଶେଷ ରବିବାର ଦିନ ପାଳିତ ହୋଇଥାଏ | ଯାତ୍ରା ସମୟରେ ବହୁ ଦୂର ଦୁରାନ୍ତରୁ ଯାତ୍ରା ଦେଖିବା ପାଇଁ ପ୍ରବଳ ଜନ ଗୋହଲି ହୋଇଥାଏ | ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ପାରା ଉଡାଇବା ପରମ୍ପରା ରହିଛି| ମାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଅପରାହ୍ନ ଚାରିଟା ବେଳେ ମନ୍ଦିର ନିକଟରେ ଥିବା କୁଳବନ୍ଧ ପୋଖରୀ ଭିତରେ ପୂଜାର୍ଚ୍ଚନା କରିବା ପରେ ମାନସିକ ଧାରୀ ହଜାର ହଜାର ପାରା ଉଡାଇବା ଦୃଶ୍ୟ ଦେଖିବାକୁ ମିଳିଥିଲା | ପରମ୍ପରା ଅନୁସାରେ ଏଠାରେ ଛେଳି, କୁକୁଡ଼ା, ମେଣ୍ଡା ଆଦି ବଳି ଦିଆଯାଇ ଥାଏ | ନିସନ୍ତାନ ଦମ୍ପତି ମାନେ ମାଙ୍କ ନିକଟକୁ ଆସି ପୂଜାର୍ଚ୍ଚନା କରିବା ସହ ମାନସିକ କଲେ ମନସ୍କାମନା ପୂରଣ ହୋଇଥାଏ। ମାଙ୍କ ଯାତ୍ରାରେ ପାଖାପାଖି 15 ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା | ମା କୁଳବନ୍ଧ ଯାତ୍ରା ବେଳେ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପ୍ରଶାସନ ସଜାଗ ରହିଥିଲେ | ମା କୁଳବନ୍ଧ ଠାରେ ବହୁ ପୁରାତନ ପଥର ମୂର୍ତ୍ତି ଗୁଡିକ ପୋତି ହୋଇ ରହିଥିବା ସୂଚନା ମିଳିଛି | ରାୟଗଡ଼ା ଜିଲ୍ଲା ସମେତ କୋରାପୁଟ, କଳାହାଣ୍ଡି ଓ ପଡୋଶୀ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ ର ବହୁ ମାନସିକ ଧାରୀ ଆସି ମାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ଦେଖିବାକୁ ମିଳିଛି | ରାୟଗଡ଼ାରୁ byte- ମନ୍ଦିର କମିଟି ସଭାପତି ଅଜୟ ମାଣ୍ଡାଙ୍ଗି/ବ୍ଳକ ଉପାଧ୍ୟକ୍ଷ ହଳଧର ହିମିରିକା

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ