।। ମହିଳା ସ୍ୱାସ୍ଥ୍ୟ କର୍ମୀ ରୋଗୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରି ଦେଉଛନ୍ତି ଔଷଧ ।।

Jun 10, 2023 - 12:14
 0  12
।। ମହିଳା ସ୍ୱାସ୍ଥ୍ୟ କର୍ମୀ ରୋଗୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରି ଦେଉଛନ୍ତି ଔଷଧ ।।

ମୋବାଇଲ ହେଲଥ ୟୁନିଟସ୍ୱାସ୍ଥ୍ୟ ସେବା ଗ୍ରାମାଞ୍ଚଳରେ ଲୋକ ମାନଙ୍କୁ ଠିକରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର ଯୋଜନା କରି ଜିଲ୍ଲାର ପ୍ରତେକ ବ୍ଲକର ପଂଚାୟତ ର ଗାଁକୁ ଯାଇ ମୋବାଇଲ ହେଲତ ୟୁନିଟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆ ଯାଉଛି I ହେଲେ ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ରଜନା ପଞ୍ଚାୟତରେ ସ୍ୱାସ୍ଥ୍ୟ ପରୀକ୍ଷା ଡlକ୍ତର କରିବା କଥା କିନ୍ତୁ ଡାକ୍ତର ପ୍ରୀତି ପ୍ରଭାତ ଛୁଟିରେ ଥିବା ଯୋଗୁ ଆଉ ଜଣେ ଆୟୁଷ ଡାକ୍ତର ଅନିତା ରାଣି ପୁଟେଲଙ୍କୁ ଗତ ପାଞ୍ଚ ତାରିଖ ଠାରୁ ଚାର୍ଜ ଦିଆଯାଇଥିବାବେଳେ ସେହି ଡାକ୍ତର ନ ଆସି ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ପଠାଇ ଦିଆଯାଇଛି I ଏବାବଦରେ ସରପଞ୍ଚ କ୍ଷୀର ସିନ୍ଧୁ ଭୋଇ ନିଜ ମନ୍ତବ୍ୟ ରଖିଛନ୍ତି l ରଜନା ଗାଁ ରେ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ସମୟରେ ସରପଞ୍ଚ କ୍ଷୀର ସିନ୍ଧୁ ଭୋଇ ଏ ବିଷୟରେ ସିଡିଏମଓ ନୂଆପଡାଙ୍କୁ ଫୋନ ମାଧ୍ୟ୍ୟମରେ ଯୋଗାଯୋଗ କରିବାରୁ CDMO କହୁଛନ୍ତି ଆମେ କିଛି ଜାଣି ନାହୁଁ l ହେଲେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତର ଛୁଟିରେ ଯାଇଥିବାବେଳେ ମହିଳା ସ୍ୱାସ୍ଥ୍ୟକର୍ମୀ କିପରି ନିଜେ ରୋଗୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷl କରି ଔଷଧ ଦେଉଥିବାବେଳେ ରୋଗୀଙ୍କ କୌଣସି ଅସୁବିଧା ହେଲେ ଏହାର ଦାୟୀ କିଏ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ଓ ଦୋଷୀ ବିରୁଦ୍ଧରେ କାର୍ଯ୍ୟନୁଷ୍ଟlନ ପାଇଁ ଦାବି ହେଉଛି l

ନୂଆପଡ଼ା ଜିଲ୍ଲାରୁ ବିରବଲ ପ୍ରଧାନ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ