ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସମାଜସେବା ବିଭାଗର ଜାତୀୟ କର୍ମଶାଳା

Dec 20, 2025 - 18:37
 0  7
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସମାଜସେବା ବିଭାଗର ଜାତୀୟ କର୍ମଶାଳା

ବାରିପଦା ୨୦/୧୨: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ସମାଜସେବା ବିଭାଗ ଦ୍ଵାରା ଆୟୋଜିତ ଏକ ଦ୍ୱିଦିବସୀୟ କର୍ମଶାଳା ସମାପନ ହୋଇଯାଇଛି । ଭାରତ ସରକାରଙ୍କ ପି.ଏମ୍‌ ଉଷା କାର୍ଯ୍ୟକ୍ରମ ପ୍ରାୟୋଜିତ "ନିଶାମୁକ୍ତ ପରିବାର ଓ ସମାଜ ଗଠନରେ ଯୁବସମାଜର ଭୂମିକା" ଶୀର୍ଷକ ଏହି କର୍ମଶାଳାରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦାନ କରି ନିଶାମୁକ୍ତ ସମଜ ସମ୍ବନ୍ଧରେ ବକ୍ତବ୍ୟମାନ ଉପସ୍ଥାପନ କରିଥିଲେ । ପ୍ରଥମ ଦିବସର ଉଦଘାଟନୀ ପର୍ବରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ନିମ୍‌ହାନ୍‌ସ୍‌ ବେଙ୍ଗାଲୁରୁର ପ୍ରଫେସର ଶ୍ରୀଦେବୀ ଏୟୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଭାରତର ରାଜ୍ୟଗୁଡ଼ିକରେ ନିଶାର ପ୍ରଭାବ ଓ ପରିଣତି ସମ୍ବନ୍ଧରେ ତଥ୍ୟଭିତ୍ତିକ ବିବରଣୀ ପ୍ରଦାନ କରିବା ସହିତ ଏକ ନିଶାମୁକ୍ତ ଭାରତ ଗଠନର କୌଶଳ ସମ୍ବନ୍ଧରେ ଏକ ସାରଗର୍ଭକ ଅଭିଭାଷଣ ପଦାନ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ନିଜ ବକ୍ତବ୍ୟରେ ସାମ୍ପ୍ରତିକ ସମାଜରେ ନିଶାର କୁପରିଣତି ସମ୍ବନ୍ଧରେ ଆଲୋଚନା କରିଥିଲେ । ବିଶ୍ୱବିଦ୍ୟାଳୟ ପି.ଏମ୍‌ ଉଷା କାର୍ଯ୍ୟକ୍ରମର ନୋଡାଲ୍‌ ଅଧିକାରୀ ପ୍ରଫେସର ଇନ୍ଦ୍ରଜିତ ନାଏକ ବିଶ୍ୱବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ପି.ଏମ୍‌ ଉଷା ଯୋଜନାର ସଫଳ ରୂପାୟନରେ ସହାୟକ ହେବ ବୋଲି କହିଥିଲେ । କର୍ମଶାଳାର ଆବାହକ ଡ. ଶୁଭେନ୍ଦୁ କୁମାର ଶତପଥୀ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ ଓ ବିଭାଗୀୟ ଅଧ୍ୟାପିକା ପାଏଲ୍‌ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ କୁଳପତି ପ୍ରଫେସର ଶତପଥୀ ନିଶା ନିବାରଣ ସମ୍ବନ୍ଧରେ ପ୍ରତ୍ୟେକ ବ୍ୟକ୍ତିର ଭୂମିକା ଉପରେ ଆଲୋଚନା କରିବା ନିଶାରୁ ଦୂରେଇ ରହିବାକୁ ସେ ଯୁବସମାଜକୁ ଆହ୍ୱାନ କରିଥିଲେ । ନିମ୍‌ହାନ୍‌ସ୍‌ ବେଙ୍ଗାଲୁରୁର ପ୍ରଫେସର ଗୋବିନ୍ଦ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହି କାର୍ଯ୍ୟକ୍ରମ ସମାଜରେ ଜନସଚେତନତା ସୃଷ୍ଟି କରିପାରିବ ବୋଲି କହିଥିଲେ । ଆବାହକ ଡ. ଶୁଭେନ୍ଦୁ କୁମାର ଶତପଥି ଅଧ୍ୟକ୍ଷତା କରିଥିଲେ ଓ ଅଧ୍ୟାପକ ଡ. ସୁଜୟ କୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦ୍ୱିଦିବସୀୟ କର୍ମଶାଳାରେ ଓଡ଼ିଶା ଉଚ୍ଚ ମଧ୍ୟମିକ ଶିକ୍ଷା ପରିଷଦର ଏନ୍‌ଏସ୍‌ଏସ୍‌ ସଂଯୋଜକ ଡ. ବିଶ୍ୱମୋହନ ଜେନା, ନାର୍କୋଟିକ୍‌ କଣ୍ଟ୍ରୋଲ୍‌ ବ୍ୟୁରୋର ଇନ୍‌ସ୍ପେକ୍ଟର ବିନୋଦ ବିହାରୀ ସାମନ୍ତରା, ସେଚ୍ଛାସେବୀ ଅନୁଷ୍ଠାନ ଆଭାର ପ୍ରତିଷ୍ଠାତା ସୁଧୀରଚନ୍ଦ୍ର ଦାସ, ସଲାମ୍‌ ଜୀବନ ଫାଉଣ୍ଡେସନର ପ୍ରତିଷ୍ଠାତା ଡ. ଇମ୍ରାନ ଅଲି, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆକାଶଚନ୍ଦ୍ର ସାହୁ, ବିହାର ରାଜ୍ୟ ମାନସିକ ସ୍ୱାସ୍ଥ୍ୟ ଓ ସମ୍ବନ୍ଧ ବିଜ୍ଞାନ ସଂସ୍ଥାନର ଜୟପାଲ ମାଝୀ, ବିଶ୍ୱବିଦ୍ୟାଳୟ ନୃତତ୍ତ୍ୱ ବିଭାଗର ସହଯୋଗୀ ପ୍ରଫେସର ଡ. ବସନ୍ତ କୁମାର ମହାନ୍ତ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ରଶ୍ମିରେଖା ରାଉତ ପ୍ରମୁଖ ଆଲୋଚକ ଭାବେ ଯୋଗଦେଇଥିଲେ । ଏହି କର୍ମଶାଳାରେ ଏସ୍‌ସିବି ମେଡିକାଲ କଲେଜ, ଫକୀରମୋହନ ବିଶ୍ୱବିଦ୍ୟାଳୟ, ଏମ୍‌ପିସି ଅଟୋନମସ୍‌ କଲେଜ, ଏମ୍‌ସିଏଏମ୍‌ କଲେଜ ସମେତ ବିଭିନ୍ନ ମହାବିଦ୍ୟାଳୟରୁ ମୋଟ ୧୧୫ ଜଣ ଅଂଶଗ୍ରହଣ କରିଥିଲେ । ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ମଧ୍ୟ ଯୋଗଦାନ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ