ମହାଆଡମ୍ବରରେ କଳସୀଯାତ୍ରା ପାଳିତ:ପ୍ରସିଦ୍ଧ କଳସ ଯାତ୍ରା ପାଇଁ ଅମ୍ବାଦଳା ଚଳ ଚଞ୍ଚଳ

Oct 15, 2023 - 22:07
 0  177
ମହାଆଡମ୍ବରରେ କଳସୀଯାତ୍ରା ପାଳିତ:ପ୍ରସିଦ୍ଧ କଳସ ଯାତ୍ରା ପାଇଁ ଅମ୍ବାଦଳା ଚଳ ଚଞ୍ଚଳ

ଦୀର୍ଘ ୪୦ ବର୍ଷ ଧରି ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଠାରେ ପାଳନ ହେଉଥିବା ସାର୍ବଜନୀନ ଦୁର୍ଗା ପୂଜାର ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି। ଅଶ୍ଵିନୀ ଶୁଳ୍କ ପ୍ରତିପଦାରେ ନୀତି କାନ୍ତି ଅନୁଯାୟୀ ପୂଜକ ବିପିନ ବିହାରୀ କର, ବିଜୟ ମିଶ୍ର, ଯୋଗେଶ୍ୱର ଷଡ଼ଙ୍ଗୀ ଓ ଶିବାଶିଷ ମିଶ୍ରଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇ ଅମ୍ବାଦଳା ଦେବତା ନାଳରୁ ଗଙ୍ଗା ଆବାହନ କରାଯିବା ସହ ଏକ ବିଶାଳ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୪ହଜାରରୁ ଉର୍ଦ୍ଧ କଳସଧାରୀ ମହିଳା ଏଥିରେ ଅଂଶ ଗ୍ରହଣ କରିଥିବା ବେଳେ ଅମ୍ବାଦଳା କେନ୍ଦୁ ଛକ ଠାରୁ ପାରମ୍ପରିକ ଢାମ୍ପା ବାଜା, ଦୁଇଟି ଘୁମୁରା ବାଜା, ଚାରୋଟି ମହିଳା କୀର୍ତ୍ତନ ମଣ୍ଡଳୀ, ଘଣ୍ଟ ବାଜା ବେଣ୍ଡ ବାଜା ସହ ଶୋଭା ଯାତ୍ରାରେ ବାହାରି ଦେବତା ନାଳ ନିକଟରେ ପହଂଚିଥିଲେ ସେଠାରେ ପୁରୋହିତ ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା ପରେ ପବିତ୍ର ଜଳକୁ କଳସୀରେ ଧାରଣ କରି ମହିଳା ମାନେ ମା ଦୁର୍ଗାଙ୍କୁ ସମର୍ପଣ କରିଥିଲେ। ଘଣ୍ଟ ଘଣ୍ଟା ବିଭିନ୍ନ ପ୍ରକାର ବାଦ୍ୟ ନୃତ୍ୟରେ ଅମ୍ବାଦଳା ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଥିଲା ଆଜି ପ୍ରଥମ ଦିନରେ ମାଙ୍କ ଶୈଳପୁତ୍ରି ଅବତାରକୁ ପୂଜାର୍ଚ୍ଚନା କରାଯାଇଥିଲା। ଚଳିତ ବର୍ଷ ନବରାତ୍ର ପୂଜାକୁ ମହାଆଡମ୍ବରରେ ପାଳନ କରିବା ପାଇଁ ପୂଜା କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି। ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାବଣ ପୋଡ଼ି କାର୍ଯ୍ୟକ୍ରମ ପୂଜାର ମୁଖ୍ୟ ଆକର୍ଷଣ ହେବ ବୋଲି କମିଟି ସଭାପତି ସନ୍ତୋଷ ପାତ୍ର ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପୂଜା କମିଟି ସଭାପତି ସଭାପତି ସନ୍ତୋଷ ପାତ୍ରଙ୍କ ସମେତ ସମ୍ପାଦକ ବିଦ୍ୟାଧର ସାହୁ, କୋଷାଧ୍ୟକ୍ଷ ଭି. ସୁରେଶ, ଜଗନ୍ନାଥ ପ୍ରସାଦ, ସନ୍ତୋଷ ଆଚାରୀ , ଧୀରେନ୍ଦ୍ର ପାଣିଗ୍ରାହୀ, ବିନୋଦ ସାହୁ, ରବି ଦଳେଇ, ସୁବାସ ସେନାପତି, କିରଣ ସାହୁ, ରିକୁ ପାଢ଼ୀ, ବେଣୁଧର ଖୋସଲା, ଶ୍ରୀଧର ସାହୁ, ଜି. ମୁରଲୀ ମୋହନ, ଦେବି ପ୍ରସାଦ ମୁଖାର୍ଜୀ, ନାଗେଶ୍ଵର ରାଓ, ସିମାଞ୍ଚଳ ପାତ୍ରଙ୍କ ସହ ସମସ୍ତ ଅଞ୍ଚଳ ବାସୀ ସହଯୋଗ କରିଥିଲେ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ