ଭୋଗରାପାଲି କ୍ରିକେଟ : ସମାସିଂହା ଚମ୍ପିୟାନ
କୋଲାଵିରା,୨୫/୧୨(ଫାଷ୍ଟ ନ୍ୟୁଜ ଓଡିଶା)- କୋଲାଵିରା ବ୍ଲକ ସମାସିଂହା ପଞ୍ଚାୟତ ଭୋଗରାପାଲି ଖେଳ ପଡିଆରେ ଚଳିତ ମାସ ୨୧ ତାରିଖ ରୁ ଆରମ୍ଭ ହୋଇଥିବା ପ୍ରୀମୀୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୫-୨୬ ଗୁରୁବାର ଉଦଯାପିତ ହୋଇଯାଇଛି l ଏଥିରେ ମୋଟ ୧୬ ଟି ଦଳ ଭାଗ ନେଇଥିବା ଵେଲେ ସମାସିଂହା ଓ ଓଏମପି ଲାଇନ୍ ଝାରସୁଗୁଡ଼ା ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା l ଏଥିରେ ସମାସିଂହା ବିଜୟୀ ହୋଇ ଚମ୍ପିୟାନ ହୋଇଛି l ସମାସିଂହା ପ୍ରଥମେ ବ୍ୟାଟିଂ କରି ମୋଟ ୯ ଓଭରରେ ୫ ୱିକେଟ ବିନିମୟ ରେ ୧୨୯ ରନ କରିଥିଲା l ଏହାର ଜବାବରେ ଓଏମପି ଦଳ ୧୦୦ ରନ କରିବାକୁ ସକ୍ଷମ ହୋଇଥିଲେ l ସମାସିଂହା ର ଅଙ୍କିତ ମେନ୍ ଅଫ ଦି ମେଚ, ସୋମ ବେଷ୍ଟ ବୋଲର, ଓଏମପି ର ସୁନିଲ ଙ୍କୁ ବେଷ୍ଟ କିପର ଓ ବେଷ୍ଟ ବେଟସ ମେନ୍ ଭାବରେ ପୁରସ୍କୃତ ହୋଇଥିଲେ l ଏହାସହ ସମାସିଂହା ର ସୋମ ଙ୍କୁ ମେନ୍ ଅଫ ଦି ସିରିଜ ଭାବରେ ଏକ ସାଇକଲ କୁ ଗ୍ରାମର ମହିଳା ମାନେ ପୁରସ୍କୃତ କରିଥିଲେ l ମ୍ୟାଚରେ ପ୍ରମୋଦ ପଟେଲ ଓ ଗଣେଶ ଖଡିଆ ଆମ୍ପାୟାର ଦାୟିତ୍ଵ ତୁଲାଇଥିଲେ l ମନୋଜ କିସାନ ଓ କେଦାରନାଥ ପଟେଲ ସ୍କୋରର ଦାୟିତ୍ଵ ତୁଲାଇଥିଲେ l ଡିଜେ ଶିବା ଯୋଗୀ ଧାରା ବିବରଣୀ ପ୍ରଦାନ କରିଥିଲେ l ପୁରସ୍କାର ବିତରଣ ଉତ୍ସବରେ ଯୁବନେତା ଦୂର୍ଗେଶ ମହାନ୍ତି ମୁଖ୍ୟଅତିଥି ଓ ପୂର୍ବତନ ସରପଞ୍ଚ ତୁଲାରାମ ସେନାପତି ମୁଖ୍ୟବକ୍ତା ଭାବରେ ଯୋଗଦେଇ ଚମ୍ପିୟାନ ଦଳକୁ ଟ୍ରଫି ସହ ନଗଦ ୫୦ ହଜାର ଟଙ୍କା ଓ ରନରସ ଅପ୍ ଦଳକୁ ଟ୍ରଫି ସହ ୩୦ ହଜାର ଟଙ୍କା ପ୍ରଦାନ କରିଥିଲେ l ଏଥିରେ ସୋଡାମାଳ ସରପଞ୍ଚ ଚନ୍ଦନ ପଟ୍ଟନାୟକ,ସମାଜସେବୀ ଅସିତ ବହିଦାର, ଲକ୍ଷ୍ମଣ ରୋହିଦାସ, କୈଳାସ ସେନାପତି, ବିରଞ୍ଚି ପଟେଲ, ଚନ୍ଦ୍ରଶେଖର ପଟେଲ,ସମାଜସେବୀ ତଥା କ୍ରୀଡ଼ାପ୍ରେମୀ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l ଏଥିରେ ଭୋଗରାପାଲି କ୍ରିକେଟ ଟିମର ସଭାପତି ପ୍ରମୋଦ ପଟେଲ, ସମ୍ପାଦକ କେଦାରନାଥ ପଟେଲ, କୋଷାଧ୍ୟକ୍ଷ ଜ୍ଞାନେନ୍ଦ୍ର ବୁଦୁଲା, ସହ କୋଷାଧ୍ୟକ୍ଷ ଝଙ୍କାର ପଶାୟତ, ମ୍ୟାଚ ସଂଯୋଜକ କ୍ଷୀରୋଦ କିସାନ, ଦେବେନ୍ଦ୍ର ବଳୁଆ, ଶୁଭମ ପଟେଲ ପ୍ରମୁଖ ଙ୍କ ସହ ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ l
କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ(ଫାଷ୍ଟ ନ୍ୟୁଜ ଓଡିଶା)
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0