।। ଭାଲୁ ଆତଙ୍କରେ ଆତଙ୍କିତ ନୂଆପଡା ସହର ।।

ନୂଆପଡା : ନୂଆପଡା ଜିଲ୍ଲା ସଦର ମହକୁମା ଏସ.ପି ଙ୍କ କାର୍ଯ୍ୟାଳୟ ନିକଟରେ ଥିବା ସିଂ ପଡା ଠାରେ ଭାଲୁ ଆତଙ୍କ ଦେଖାଦେଇଛି | ମୁଖି ମହାରଥା ବୟସ 55 ନାମକ ଜଣେ ମହିଳାଙ୍କୁ ଆଜି ଭାଲୁ ସକାଳ 5ଟା ସମୟରେ ଫୁଲ ତୋଳିବାକୁ ସମୟରେ ଅଚାନକ ଆକ୍ରମଣ କରିଛି | ଉକ୍ତ ମହିଳା ଭାଲୁ ର ଶିକାର ହେବା ପରେ ଜୋରରେ ଚିତ୍କାର କରିଥିଲେ | ଯାହାଫଳରେ ଘରେ ଶୋଇଥିବା ପରିବାର ଲୋକେ ଘଉଡ଼ାଇବାରୁ ଭାଲୁ ନୂଆପଡା 353 ଜାତୀୟ ରାଜାପଥ କୁ ପଳାଇଯାଇଥିଲା | ସେଠାରେ ଏନ.ଏ.ସି କର୍ମଚାରୀ ଗୀତା ନେତାମ ବୟସ 38 ଓ ହିନା ସୁନାନୀ ବୟସ 26 ରାସ୍ତାକଡ଼ ରେ ସଫେଇ କାର୍ଯ୍ୟ କରୁଥିଲେ | ଭାଲୁ ତାଙ୍କୁ ମଧ୍ୟ ଅତର୍କିତ ଭାବେ ଆକ୍ରମଣ କରିଥିଲା | ଯାହାଫଳରେ ସେମାନେ ମଧ୍ୟ ଆହତ ହୋଇଯାଇଥିଲେ | ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା | ମୁଖି ମହାରଥା ଙ୍କ କାନ ପାଖରେ ଗଭୀର ଆଘାତ ଲାଗି ଥିବାରୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି | ତେବେ ଏହି ଭାଲୁ ଆକ୍ରମଣ ଖବର ସମ୍ପୂର୍ଣ ନୂଆପଡା ସହରବାସୀଙ୍କୁ ଆତଙ୍କିତ କରିଦେଇଛି | ଲୋକେ ସକାଳୁ ପ୍ରତିଦିନ ବ୍ୟାୟାମ, ମର୍ଣ୍ଣିଙ୍ଗ ୱାକ କରିବାପାଇଁ ଘରୁ ବାହାରୁଥିବା ବେଳେ ଭାଲୁ ଆତଙ୍କ ଦ୍ୱାରା ସହରବାସୀ ନିଜକୁ ଅସୁରକ୍ଷିତ ମନେ କରୁଥିବା ଚର୍ଚ୍ଚା ହେଉଛି | ଏହି ଭାଲୁ ନୂଆପଡା ନଗର ଆଖପାଖ ଅଂଚଳରେ ରହୁଛି ଓ ଖାଦ୍ୟ ପାଇଁ ସହରମୁଖା ହେଉଥିବାର ଅନେକ ଥର ଲୋକେ ବନ ବିଭାଗକୁ ସୂଚନା ଦେବା ପରେ ମଧ୍ୟ ବନ ବିଭାଗ ସୁପ୍ତ ଅବସ୍ଥା ଗ୍ରହଣ କରିଥିବାର ବୁଦ୍ଧିଜୀବୀ ଓ ଜନସାଧାରଣ ଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି | ଏବେ ସକାଳୁ ମର୍ନିଙ୍ଗ ୱର୍କ କରିବା ପାଇଁ ଲୋକେ ଭୟ କରୁଛନ୍ତି l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର
What's Your Reaction?






