ଭାଲୁ ଆକ୍ରମଣରେ ମୃତ୍ୟୁ ବାରଣ କରିଥିବା ମୃତ୍ୟୁକଙ୍କ ପରିବାର ଲୋକଙ୍କୁ ଭେଟିଲେ ମନ୍ତ୍ରୀ ଓ ପ୍ରଶାସନ ଅଧିକାରୀ

Jul 20, 2023 - 15:24
 0  31
ଭାଲୁ ଆକ୍ରମଣରେ ମୃତ୍ୟୁ ବାରଣ କରିଥିବା ମୃତ୍ୟୁକଙ୍କ ପରିବାର ଲୋକଙ୍କୁ ଭେଟିଲେ ମନ୍ତ୍ରୀ ଓ ପ୍ରଶାସନ ଅଧିକାରୀ

ନୂଆପଡା : ନୂଆପଡା ଜ଼ିଲ୍ଲା କୋମନା ଥାନା ବିଜାଖମନ ଜଙ୍ଗଲରୁ ଭାଲୁ ଆକ୍ରମଣରେ ବନ ବିଭାଗର ଜଗୁଆଳି ସନ୍ତୋଷ ଦୁଣ୍ଡିଙ୍କ ମୃତ୍ୟୁ ଘଟିଥିଲା ଏଥିସହ 3ଜଣ ବନ ବିଭାଗ କର୍ମଚାରୀ ଗୁରୁତର ହୋଇଥିବାବେଳେ ପ୍ରଶାସନର ଏକ ପ୍ରତିନିଧି ଦଳ ମୃତ ଜାଗୁଆଳୀଙ୍କ ପରିବାରକୁ ଭେଟି ସମବେଦନା ଜ୍ଞାପନ ଜଣାଇଛନ୍ତି l ଏହି ପ୍ରତିନିଧି ଦଳରେ ଡିଏଫଓ ସୁଶୀଲ ତ୍ରିପାଠୀ, ଏସସିଏଫ ଶିବ ପ୍ରସାଦ ରଥ, ମହମ୍ମଦ ସାଲିହା, କୋମନା ବିଡ଼ିଓ ସୁଶାନ୍ତ ରଣା, ତହସିଲଦାର ରବୀନ୍ଦ୍ର ରାଉତ, ରେଞ୍ଜର ଦେବଦତ୍ତ ସୁତାର, ବନ୍ୟଜନ୍ତୁ ରେଞ୍ଜର ସଂଜୀବ ବଲଗୋଲ ପ୍ରମୁଖ ସାମିଲଥିଲେ l ତେବେ ମୃତକଙ୍କ ପରିବାରର ଜଣଙ୍କୁ ଚାକିରୀ ଦିଆଯିବା ସହ ତାଙ୍କ ପୁଅ ଝିଅଙ୍କ ପଡାଖର୍ଚ୍ଚ ପ୍ରଶାସନ ବହନ କରିବ ବୋଲି ପ୍ରତିଶୃତି ଦେଇଥିଲେ l ପରେ ଏହି ଦଳ ଭାଲୁ ଆକ୍ରମଣ କରିଥିବା ଘଟଣାସ୍ଥଳ କୁ ପରିଦର୍ଶନ କରିଥିଲେ l ଅନ୍ୟପକ୍ଷରେ ଆଜି ମୃତ ଜଗୁଆଳୀଙ୍କ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l ଏହି ସମୟରେ କୋମନା ରେଞ୍ଜର ଦେବଦତ୍ତ ସୁତାର, ସରପଞ୍ଚ ମିଥିଳା ନାଏକ, ଗୋକୁଳ ନାଏକ ପ୍ରମୁଖ ସ୍ବର୍ଗତ ଦୁଣ୍ଡିଙ୍କ ପରିବାର ଲୋକଙ୍କୁ ରେଡ଼କ୍ରଶ ପାଣ୍ଠିରୁ 10 ହଜାର ଓ ହରିଚନ୍ଦ୍ର ଯୋଜନାରେ 3 ହଜାର ଟଙ୍କା ପ୍ରଦାନ କାରାଯାଇଛି l ସେହିପରି ବନବିଭାଗ ନିୟମନୁସରେ 6 ଲକ୍ଷ ସହାୟତା ରାଶି ଦିଆଯିବାକୁ ଥିବାବେଳେ ନଗଦ 60 ହଜାର ଟଙ୍କା ଅଗ୍ରିମ ଦିଆଯାଇଥିଲା l ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୃତ ସନ୍ତୋଷଙ୍କ ପରିବାରକୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି l ସରକାରଙ୍କ ପକ୍ଷରୁ ମିଳିବାକୁ ଥିବା ସହାୟତା ରାଶି ତୁରନ୍ତ ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l

 ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ