।। ଭାରସାମ୍ୟ ହରାଇ ୨୫ଫୁଟ ଖାଲକୁ ଖସିଲା ଅଟୋ: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ସମେତ ତିନି ଯାତ୍ରୀ ।।

May 24, 2023 - 11:52
 0  96
।। ଭାରସାମ୍ୟ ହରାଇ ୨୫ଫୁଟ ଖାଲକୁ ଖସିଲା ଅଟୋ: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ସମେତ ତିନି ଯାତ୍ରୀ ।।

କନ୍ଧମାଳ,(କୋରାପୁଟ ପ୍ରଥମ ଖବର): ଭାରସାମ୍ୟ ହରାଇ ୨୫ ଫୁଟ ଖାଲକୁ ଖସିଲା ଅଟୋ । ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ଡ୍ରାଇଭର ସମେତ ତିନି ଯାତ୍ରୀ । ସୂଚନା ପ୍ରକାରେ ମଙ୍ଗଳବାର ସନ୍ଧ୍ୟା ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ଦୁଇଜଣ ଯାତ୍ରୀ ଏକ ଅଟୋ ଭଡ଼ା କରି ରୁତୁଙ୍ଗିଆ ଅଞ୍ଚଳକୁ ଯାତ୍ରା ଆରମ୍ଭ କରିଥିଲେ । ଯିବା ସମୟରେ ବାଦେକେତା ନିକଟସ୍ଥ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଅଟୋଟି ରାସ୍ତା କଡ଼ରେ ଥିବା ୨୫ ଫୁଟ ଖାଲକୁ ଖସି ପଡ଼ିଥିଲା । ସୌଭାଗ୍ୟ ବଶତଃ ଡ୍ରାଇଭର ସମେତ ଅଟୋରେ ବସିଥିବା ଦୁଇଜଣ ଯାତ୍ରୀ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ଖବରପାଇ ବାଲିଗୁଡ଼ା ଅଞ୍ଚଳର ଯୁବ ସମାଜସେବୀ ଅରୁଣ ନାୟକ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା କରାଇଥିବା ଜଣାପଡ଼ିଛି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର l

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ