।। ଭରଚୁଆଲ ମୋଡ଼ ଦ୍ୱାରା ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ ନୂଆପଡା ମଡେଲ ସରକାରୀ ବସଷ୍ଟାଣ୍ଡ ।।

Feb 15, 2024 - 19:33
 0  35
।। ଭରଚୁଆଲ ମୋଡ଼ ଦ୍ୱାରା ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ ନୂଆପଡା ମଡେଲ ସରକାରୀ ବସଷ୍ଟାଣ୍ଡ ।।

ନୂଆପଡା : ଆଜି ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭାଷି ମାଧ୍ୟମରେ ନୂଆପଡା ସଦର ମହକୁମାସ୍ଥିତ ଅତି ପୁରାତନ ବସଷ୍ଟାଣ୍ଡ କୁ ଅତ୍ୟାଧୁନିକ ସରକାରୀ ବସଷ୍ଟlଣ୍ଡ ରୂପେ ରୂପାନ୍ତରଣ କରି ଲୋକାର୍ପଣ କରିଛନ୍ତି l ଉକ୍ତ ଲୋକାର୍ପଣ କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ଏବଂ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗ କରିଥିବାବେଳେ ସମ୍ମାନୀତ ଅତିଥି ଭାବରେ ଜ଼ିଲ୍ଲାପାଳ ହେମକାନ୍ତ ସାୟ, ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡlଲା ରେଡ୍ଡୀ ରାଘବେନ୍ଦ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ସଦସ୍ୟ ଭାନୁପ୍ରତାପ ମାଝି, ଆମ-ଓ-ନୂଆ ଓଡିଶା ସଂଯୋଜକ ରାମଲାଲ ହଂସ, ବରିଷ୍ଟ ନେତା ସରୋଜ କୁମାର ସାହୁ, ଜ଼ିଲ୍ଲା ପରିବହନ ଅଧିକାରୀ ମାନା ସିଂ, ଜ଼ିଲ୍ଲା ବିଜେଡି ସଭାପତି ମନୋଜ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ l ଅନେକ ଦିନରୁ ସ୍ଥାୟୀ ବସଷ୍ଟlଣ୍ଟ ନ ଥିବାରୁ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉ ଥିବାର ଦେଖାଯାଉଥିଲା । ନୂତନ ବସଷ୍ଟାଣ୍ଡ ଲୋକାର୍ପଣ ହେଲାପରେ ଯାତ୍ରୀଙ୍କ ଅସୁବିଧା ଦୂର ହେବ l ଜ଼ିଲ୍ଲା ମୁଖ୍ୟାଳୟରୁ ଭୁବନେଶ୍ବର, କଟକ, ସମ୍ବଲପୁର, ବରଗଡ, ବଲାଙ୍ଗୀର, ଭବାନୀପାଟଣା, ନବରଙ୍ଗପୁର, କୋରାପୁଟ, ରାଉରକେଲା, ଝାରସୁଗୁଡା ସମେତ ଛତିଶଗଡର ରାୟପୁର, ଭିଲାଇ, ଦୁର୍ଗ, ନାସିକ, ହରିୟାଣା ଆଦି ସ୍ଥାନକୁ ଯିବା ପାଇଁ ପ୍ରାୟ ୩୦ରୁ ଉର୍ଦ୍ଧ ବସ ସଂଯୋଗ ହୋଇଛି । ଓଡିଶା ରାଜ୍ୟ ସଡକ ପରିବହନ ନିଗମ (ଓଏସଆରଟିସି) ପକ୍ଷରୁ ୯ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଉକ୍ତ ବସଟାଣ୍ଡ ନିର୍ମାଣ ହୋଇଛି । ଗତବର୍ଷ ପୁରୁଣା ସରକାରୀ ବସଷ୍ଟାଣ୍ଡରେ ୭ କୋଟି ୩୩ ଲକ୍ଷ ବ୍ୟୟରେ ଅତ୍ୟାଧୁନିକ ମଡେଲ ବସଷ୍ଟାଣ୍ଡ ନିର୍ମାଣ କାମ ଆରମ୍ଭ ହୋଇଥିଲା। ୨ ମହଲା ବିଶିଷ୍ଟ ନୂତନ ସରକାରୀ ବସଷ୍ଟାଣ୍ଡ ପାଇଁ ୯ କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଛି । ଏଥିରେ ୨୬ଟି ବ୍ୟବସାୟୀକ କେବିନ ରହିଛି । ମହିଳା ଓ ପୁରୁଷଙ୍କ ଆଶ୍ରୟ ପାଇଁ ଡର୍ମିଟୋରି ସୁବିଧା ରହିଛି । ଏକାସାଙ୍ଗେ ବସଷ୍ଟାଣ୍ଡରେ ୮ଟି ବସ ଛିଡା ହୋଇପାରିବ । ବସଷ୍ଟାଣ୍ଡରେ ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ପାଇଁ ଜେନେରେଟର ଲାଗିଛି । ବସଷ୍ଟଣ୍ଡର ଚାରି ପଟେ ସିସିଟିଭି କ୍ୟାମେରା ଲାଗିଥିବାରୁ ଯାତ୍ରୀମାନେ ସିସିଟିଭି ଫ୍ରେମରେ ରହିବେ l ନୂତନ ବସଟାଣ୍ଡ ହେବା ଦ୍ୱାରା ଜ଼ିଲ୍ଲା ତଥା ରାଜ୍ୟ ବାହାର ଯାତ୍ରୀ ମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଅତି ସୁବିଧାରେ ପହଞ୍ଚି କରିପାରିବେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ