।। ଭବାନୀପାଟଣା ସ୍ଥିତ ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ ।।

Mar 6, 2024 - 16:56
 0  10
।। ଭବାନୀପାଟଣା ସ୍ଥିତ ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ ।।

ନାରୀଶିକ୍ଷାକୁ ଗୁରୁତ୍ୱ ଦେଇ,ଛାତ୍ରୀଙ୍କୁ ଆଧୁନିକ ଶିକ୍ଷାପ୍ରଣାଳୀରେ ଗୁଣାତ୍ମକ ଶିକ୍ଷା ଦେବାର ଲକ୍ଷରଖି ମହାବିଦ୍ୟାଳୟରେ ଯୁକ୍ତଦୁଇ ବିଜ୍ଞାନ ପଢିବାକୁ ଉଚ୍ଛୁକ କିଛି ଛାତ୍ରୀଙ୍କୁ ସଂପୂର୍ଣ୍ଣ ମାଗଣା ଆବାସିକ ଶିକ୍ଷା ଦେବାର ଯୋଜନା ରଖିଛି। ଏଥିପାଇଁ 'ସମର୍ଥ' ଏକ ଛାତ୍ରୀବୃତ୍ତି ପରୀକ୍ଷା ତା:୧୦/୦୩/୧୦୨୪ରିଖ ରବିବାର ଦିନ ୯ଟାରେ ନିଜ ମହାବିଦ୍ୟାଳୟ ପରିସରରେ ଆୟୋଜିତ କରାଯିବ।ଏଥିରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ଦଶମ ଶ୍ରେଣୀର ଗଣିତ ଓ ବିଜ୍ଞାନ ପୁସ୍ତକରୁ ଚାଳିଶି ମାର୍କର ଶୂନ୍ୟସ୍ଥାନ ପୁରଣ କର ଆସିବ। ଏଥିରେ ଉତ୍ତୀର୍ଣ୍ଣ ହେଇଥିବା ଛାତ୍ରୀମାନେ ଚାଳିଶିମାର୍କର ମୌଖିକ ପରୀକ୍ଷା ଦେବେ ଏଥିରେ ମଧ୍ୟ ସେହି ଦୁଇଟି ପୁସ୍ତକରୁ ପ୍ରଶ୍ନ କରାଯିବ। ଏହା ପରେ ଛାତ୍ରୀମାନେ ପାଇଥିବା ଅଙ୍କ ବା ମାର୍କ ଅନୁସାରେ ସେମାନଙ୍କ +୨ ବିଜ୍ଞାନର ଦେୟମୁକ୍ତ କରାଯିବ।ଏଥିରେ କିଛି ଆସନ ଆର୍ଥିକ ଅନଗ୍ରସର ଓ ଦୁର୍ଗମ ଅଞ୍ଚଳର ଛାତ୍ରୀମାନଙ୍କ ପାଇଁ ସଂରକ୍ଷିତ ରହିବ ବୋଲି ଅନୁଷ୍ଠାନର ପରିଚାଳନା କମିଟି ଅଧ୍ୟକ୍ଷା ନମିତା ସାହୁ ସୂଚନା ଦେଇଛନ୍ତି।+୨ଅଧ୍ୟାକ୍ଷା ଦୀପା ସାହୁଙ୍କ ନେତୃତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ଅଧ୍ୟାପିକା ଜ୍ୟୋତିର୍ମୟୀ ବେହେରା ଉପସ୍ଥିତରହି ଉଚ୍ଛୁକ ଛାତ୍ରୀମାନେ ତା :-୦୯/୦୩/୦୨୪ରିଖ ଦିନ ୧ଟା ସୁଦ୍ଧା ମୋ-୯୩୪୮୫୯୦୫୪୩ରେ କଲ କରି ନିଜ ନାମ ପଞ୍ଜିକୃତ କରିନେବାକୁ ଅନୁରୋଧ କରିଛନ୍ତି।

ବ୍ୟୁର ଚିପ ସତ୍ୟଜିତ ସଡ଼ଙ୍ଗୀଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ