ବଡ଼ଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ବାଳିକା ଦିବସ ପାଳିତ

Jan 24, 2026 - 19:31
 0  2
ବଡ଼ଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ବାଳିକା ଦିବସ ପାଳିତ

କନ୍ଧମାଳ:(ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସି ଅନ୍ତର୍ଗତ ବଡଗାଁ ସ୍ଥିତ ପି ଏମ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ବାଳିକା ଦିବସ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆସ୍ତିକ ମୁଖୀ ଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ନିକଟରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ବାଳିକା ଦିବସ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ମାନ ଦେଇ ସମଗ୍ର ଗାଁ ପରିକ୍ରମା କରିବା ସହ ବିଦ୍ୟାଳୟ ରେ ପହଞ୍ଚିବା ପରେ ଏକ ସଭାର ଆୟୋଜନ ହୋଇଥିଲା l ଉକ୍ତ ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆସ୍ତିକ ମୁଖୀ ଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହି ଜାତୀୟ ବାଳିକା ଦିବସ ର ମହତ୍ୱ ଓ ତା' ର କାର୍ଯ୍ୟକାରିତା ସମ୍ପର୍କରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ସମ୍ୟକ ସୂଚନା ପ୍ରଦାନ କରିଥିଲେ l ଶେଷରେ ଶ୍ରୀ ମୁଖି ଧନ୍ୟବାଦ ଅର୍ପଣ କରିଥିଲେ l କନ୍ଧମାଳ ଜିଲ୍ଲା ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ