ବ୍ଲକ ସ୍ତରୀୟ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ

Sep 23, 2025 - 21:08
 0  19
ବ୍ଲକ ସ୍ତରୀୟ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ

ମାଲକାନଗିରି,୨୩/୦୯/୨୦୨୫: ବ୍ଲକ ସ୍ତରୀୟ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ ବିଶେଷଜ୍ଞ ଶିବିର (ସ୍ପେସିଆଆଲିଷ୍ଟ କ୍ଯାମ୍ପ) ର ଶୁଭ ଉଦଘାଟନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା I ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସାଂସଦଙ୍କ ପ୍ରତିନିଧି ଶ୍ରୀଯୁକ୍ତ ପି.ଭେଙ୍କେଟେସ୍ଵର ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଏବଂ ସମ୍ମାନିତ ଅତିଥି ଭାବରେ ମାଲକାନଗିରି ବିଧାୟକଙ୍କ ପ୍ରତିନିଧି ମନଦୀପ ରାୟ, ବ୍ଲକ ଉପ ସଭାପତି ପ୍ରଦୀପ ମଣ୍ଡଲ, ମଣ୍ଡଲ ସଭାପତି କIଟାମ ବIଲାୟା,ପୂର୍ବତନ ବ୍ଲକ ଅଧକ୍ଷ୍ୟ ଦେବ ମାଡକାମୀ ଉପସ୍ଥିତ ରହିଥିଲେ I ଏହି ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଡୋଳIମଣି ପ୍ରଧାନ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡI. ମହମଦ ଅଭିଦ ହୁସେନ ଏବଂ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ଯାଣ ବିଭାଗ) ଡା. ଚୌଧୁରୀ ନିହାର ରଞ୍ଜନ ପ୍ରହରାଜ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡା.ଦିବାକର ମାଝୀ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପଡିଆ ଭIରପ୍ରାପ୍ତ ଚିକିତ୍ସI ଅଧିକାରୀ ଡI. ସମ୍ୟକାନ୍ତ ବେହେରା ଯୋଗଦେଇଥିଲେ I ଏହି ବିଶେଷଜ୍ଞ ଶିବିରକୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ମାନସିକ ରୋଗ ବିଶେଷଜ୍ଞ ଡI. ମହମଦ ଅଭିଦ ହୁସେନ, ଚର୍ମ ରୋଗ ବିଶେଷଜ୍ଞ ଡI. ଚୌଧୁରୀ ନିହାର ରଞ୍ଜନ ପ୍ରହରାଜ, ଭେଷଜ ବିଶେଷଜ୍ଞ ଡI. ବାସନ୍ତୀ ହଂସଦା, ଶିଶୁ ରୋଗ ବିଶେଷଜ୍ଞ ଡI. ପୀତାମ୍ବର ମୁର୍ମୁ , ଚକ୍ଷୁ ରୋଗ ବିଶେଷଜ୍ଞ ଡା. ସଂଜୀବ କର ପ୍ରମୁଖ ଉପସ୍ଥିତ ରହିଥିଲେ I ଏହି ଶିବିରରେ ସମୁଦାୟ ୩୫୫ ଜଣ ସ୍ୱାସ୍ଥ୍ୟ ପରୀକ୍ଷI ଓ ଚିକିତ୍ସା କରିଥିଲେ ଏବଂ ସେଥି ମଧ୍ୟରୁ ୨00 ଜଣ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷI ଓ ଚିକିତ୍ସା କରଯାଇଥିଲା I ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପଡିଆ ଠାରେ ମଧ୍ୟ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଟିତ କରଯାଇଥିଲା ଏବଂ ୬ ଜଣ ରକ୍ତଦତା ସ୍ବେଚ୍ଛାକୃତ ରକ୍ତ ଦାନ କରିଥିଲେ I ଏହି ଉଦଘାଟନ ଉତ୍ସବ କାର୍ଯ୍ୟକ୍ରମକୁ ବ୍ଲକ କାର୍ଯକ୍ରମ ପରିଚାଳକ ମହାନନ୍ଦ ମିସ୍ତ୍ରୀ, ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ନବୀନ ଚନ୍ଦ୍ର ସମରଥ, ତଥ୍ୟ ପରିଚାଳକ ସୂରଜ କୁମାର ଦେ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ I ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମ ଆଜି ଉପଖଣ୍ଡ ଡାକ୍ତରଖାନI ମାଥିଲି ଅଧିନସ୍ଥ ଭେଜଗୁଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୋରୁକୋଣ୍ଡା ଅଧିନସ୍ଥ ମIଟIପାକI ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କIଲିମେଳI ଅଧିନସ୍ଥ ଏମ.ଭି- ୫୫ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ମଧ୍ୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରୀୟ ବିଶେଷଜ୍ଞ ଶିବିର ଅନୁଷ୍ଠିତ ହୋଇଥିଲା I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ