।। ବ୍ଲକ ଚେୟାରମ୍ୟାନ ଓ BDOଙ୍କ ଅଫିସ ଚାକ ଚକିଆ କିନ୍ତୁ ଆବର୍ଜନା ଓ ପାନଛେପ ରେ ପରିପୂର୍ଣ୍ଣ ବ୍ଲକ ପରିସର ।।

Jan 14, 2024 - 10:12
 0  13
।। ବ୍ଲକ ଚେୟାରମ୍ୟାନ ଓ BDOଙ୍କ ଅଫିସ ଚାକ ଚକିଆ କିନ୍ତୁ ଆବର୍ଜନା ଓ ପାନଛେପ ରେ ପରିପୂର୍ଣ୍ଣ ବ୍ଲକ ପରିସର ।।

ଏଭଳି ସମସ୍ୟା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ପଞ୍ଚାୟତ ସମିତିରେ ।ପ୍ରକାଶ ଥାଉକି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସ୍ୱଚ୍ଛ ଭାରତ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପରିବେଶକୁ ସ୍ୱଚ୍ଛ ଓ ପରିମଳ ରଖିବାକୁ ଚାହୁଁଛନ୍ତି ଓ ବ୍ଲକସ୍ତରରୁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ସ୍କୁଲ, କଲେଜ,ଓ ସରକାରୀ ଅନୁଷ୍ଠାନ ମାନଙ୍କ ଦ୍ୱାରା ସ୍ଵଛ ଭାରତର ପ୍ରୟାସ ଜାରି ରଖିଛନ୍ତି ।କିନ୍ତୁ ବ୍ଲକ ପ୍ରଶାସନ ସ୍ଵଛ ଭାରତ ପାଇଁ କଣ ପ୍ରଚାର କରିବ ସେ ନିଜ ପଞ୍ଚାୟତ ସମିତି ପରିସରକୁ ଆବର୍ଜନା ପରିପୂର୍ଣ୍ଣ କରି ରଖିବା ସହ ଅସ୍ଵଚ୍ଚତା କରି ରଖିଥିବା ଦେଖିବାକୁ ମିଳିଛି ଏବଂ ବ୍ଲଜ ଚେୟାରମେନ ଓ BDOଙ୍କ ଅଫିସ ଚକା ଚକିଆ ଦିଶୁଛି ।ବ୍ଲକ ପ୍ରଶାସନ ପଞ୍ଚାୟତ ସମିତି ଭିତରେ ଆବର୍ଜନା ପାତ୍ର ରଖି ନ ଥିବାରୁ ଲୋକେ ପାନ ଗୁଟୁଖା ଖାଇ ଅଫିସ କୋଣରେ ପାନଛେପ ପକେଇବା ସହ ପେପର, ଚା ଗ୍ଲାସ ଇତ୍ୟାଦିଗୋଟିଏ କୋଣରେ ରଖୁଛନ୍ତି ଏବଂ ତତ୍ସହିତ ପଞ୍ଚାୟତ ସମିତିର ପରିସରରେ ଆବର୍ଜନା ଭରି ରହିଛି ।ଏକଥା ଆମେ କହୁନୁ, କହୁଛି କେବଳ ଏହି ଭିଜୁଆଲ । ଅପର ପକ୍ଷରେ ସ୍ଵଛ ଭାରତ ପାଇଁ ଆବର୍ଜନା ଫିଙ୍ଗିବା ପାଇଁ ସରକାରଙ୍କ ତରଫରୁ ତିନି ଚକିଆ ସାଇକେଲ ପଞ୍ଚାୟତ ସମିତିରେ ଯୋଗାଇ ଦିଆଯାଇଛି କିନ୍ତୁ ତାହା ବ୍ୟବହାରରେ ନ ଆସି ପଞ୍ଚାୟତ ସମିତିର ପଛପଟେ ସଢୀ ଯାଉଛି ।ଏହାହିଁ ହୋଇପାରେ କି "ସରକାର କା ମାଲ,"ଦରୀୟା ମେ ଡାଲ" ପ୍ରତିକ୍ରିୟା ଅନୁସାରେ ପଞ୍ଚାୟତ ସମିତି ସ୍ତରରେ ଏହିଭଳି ଅବ୍ୟବସ୍ଥା କେବଳ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଦୁର୍ବଳ ଯୋଗୁଁ ହେବା ଜଣାପଡିଛି ।

କଳାହାଣ୍ଡି ଜିଲ୍ଲା ରୁ ରଜନୀ କାନ୍ତ ଶଗଡ଼ିଆ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ