ବ୍ରଜରାଜନଗରରେ ସୁଲଭ ଆବାସ ଯୋଜନା ନିମନ୍ତେ ହିତାଧିକାରୀଙ୍କ ଜମି ଚିହ୍ନଟ ସ୍ଥଳ ପରିଦର୍ଶନ କଲେ ଜିଲ୍ଲାପାଳ

Aug 29, 2026 - 17:38
 0  4
ବ୍ରଜରାଜନଗରରେ ସୁଲଭ ଆବାସ ଯୋଜନା ନିମନ୍ତେ ହିତାଧିକାରୀଙ୍କ ଜମି ଚିହ୍ନଟ ସ୍ଥଳ ପରିଦର୍ଶନ କଲେ ଜିଲ୍ଲାପାଳ

ଝାରସୁଗୁଡ଼ା, ୨୯/୦୮(ଫାଷ୍ଟ ନ୍ୟୁଜ ଓଡ଼ିଶା): ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ବ୍ରଜରାଜନଗର ପୌରାଞ୍ଚଳ ଗସ୍ତ କରି ସୁଲଭ ଆବାସ ଯୋଜନା ପାଇଁ ଚିହ୍ନଟ ହୋଇଥିବା ପ୍ରସ୍ତାବିତ ଜମିର କ୍ଷେତ୍ର ପରିଦର୍ଶନ କରିଛନ୍ତି। ଗୃହହୀନ ତଥା ଯୋଗ୍ୟ ହିତାଧିକାରୀମାନଙ୍କୁ ସୁଲଭ ମୂଲ୍ୟରେ ସ୍ଥାୟୀ ବାସଗୃହ ଯୋଗାଇଦେବା ଲକ୍ଷ୍ୟରେ ଜିଲ୍ଲାପାଳ ନିର୍ଦ୍ଧାରିତ ସ୍ଥାନର ଭୌଗୋଳିକ ସ୍ଥିତି, ଯାତାୟାତ ସୁବିଧା ଏବଂ ମୌଳିକ ଭିତ୍ତିଭୂମି ଉପରେ ବିସ୍ତୃତ ସମୀକ୍ଷା କରିଥିଲେ। ଏହି ପରିଦର୍ଶନ ସମୟରେ ବ୍ରଜରାଜନଗର ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ଚନ୍ଦ୍ରମଣି ସ୍ୱାଇଁ, ତହସିଲଦାର ଶ୍ରୀଯୁକ୍ତ ସଦାକର କୁମ୍ଭାର ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଜମି ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଆବଶ୍ୟକୀୟ ସରକାରୀ ନିୟମାବଳୀ ଅନୁଯାୟୀ ପ୍ରକଳ୍ପ କାର୍ଯ୍ୟ ଆଗେଇ ନେବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଯୋଜନାର ଲାଭ ଯେପରି ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ, ସେଥିପ୍ରତି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁ ଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ