।। ବେଆଇନ ମନ୍ଦିର ପାଚେରୀ ନିର୍ମାଣ କୁ ନେଇ ପଡ଼ବାସୀ କଲେ ବିକ୍ଷୋଭ ।।

Jan 8, 2024 - 20:42
Jan 8, 2024 - 21:31
 0  70
।। ବେଆଇନ ମନ୍ଦିର ପାଚେରୀ ନିର୍ମାଣ କୁ ନେଇ ପଡ଼ବାସୀ କଲେ ବିକ୍ଷୋଭ  ।।

କଳାହାଣ୍ଡି ଜିଲ୍ଲା ଥୁଆମୁଲ ରାମପୁର ସଦର ବ୍ଲକ ଅନ୍ତର୍ଗତ ମୁଖ୍ୟ ରାସ୍ତା ଠାରୁ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ଯିବାପାଇଁ ଥିବା ବହୁ ପୁରୁଣା ରାସ୍ତା କୁ ବେଆଇନ ଭାବେ ଅବରୋଧ କରି ମନ୍ଦିର ପାଚେରୀ ନିର୍ମାଣ ଦ୍ବାରା ସମ୍ପୂର୍ଣ ଭାବେ ରାସ୍ତା ବନ୍ଦ କରାଯାଉଥିବା ରୁ ଦୁଇ ପଡ଼ାବାସି ପାଇଁ ନିତିଦିନିଆ ଗମନା ଗମନ କରିବା ପାଇଁ ଏକ ପ୍ରକାରର ଅଭିଶ୍ୟାପ ହୋଇଯାଇଛି। ବିଦ୍ୟାଳୟ କୁ ପାଠ ପଢି ଯାଉ ଥିବା ପିଲା,ସେଥିପାଇଁ କାଳୀମନ୍ଦିର ପଡା ଓ ହାଇସ୍କୁଲ ପଡା ର ସମସ୍ତ ମହିଳା ଓ ପୁରୁଷ ରାଜରାସ୍ତାକୁ ଓହ୍ଲାଉଛନ୍ତି ଓ ଏହାର ପ୍ରତିବାଦ କରିଛନ୍ତି। ଏନେଇ ସ୍ଥାନୀୟ ବିଡ଼ିଓ ଏବଂ ତହସିଲଦାରଙ୍କ ନିକଟରେ ଲିଖିତ ଭାବରେ ଜଣାଇବାରୁ ପ୍ରଶାସନ ତରଫରୁ ଏହା କୁହାଯାଇ ନାହିଁ ବୋଲି ଅଭିଯୋଗ କରିଛନ୍ତି । ଏହି ଦୁଇ ପଡା ରେ ପ୍ରାୟ 100ପରିବାର ରୁ ଉର୍ଦ୍ଧ ବସବାସ କରୁଛନ୍ତି l ଆମ ଅଜାଣତରେ ହଠାତ ପାଚେରୀ ନିର୍ମାଣ ପାଇଁ ଚିହ୍ନଟ କରି କାମ ଆରମ୍ଭ କରିବାରୁ ବିରୋଧ କରୁଛୁ l ମନା କରିବା ସତ୍ୱେ ମଧ୍ୟ ସେହି କାମ କାହା ନିର୍ଦ୍ଦେଶନାରେ ଏହିକାମ କରାଯାଉଛି ଏହା ତଦନ୍ତ କରାଯାଉ ବୋଲି ପଡା ବାସୀମାନେ ଦାବିକରିଛନ୍ତି। ପ୍ରକାଶ କରିଛନ୍ତି କି ଏହି ରାସ୍ତା ବହୁଦିନର ଓ ଅଞ୍ଚଚଳବାସୀଙ୍କ ଜୀବନ ଧାରଣାର ମାନ ହୋଇଥିବାରୁ ଏହାକୁ ବନ୍ଦ କରିବା ଦ୍ୱାରା ପଡ଼ାବାସୀମାନେ ନାହିନଥିବା ଅସୁିଧାର ସମ୍ମୁଖୀନ ହୋଇ ହିନସ୍ଥା ହୋଇପଡ଼ିବେ l ତେଣୁ ଏହି ସବୁଦିନିଆ ଜୀବନର ପ୍ରାଣ ବିନ୍ଦୁ ରାସ୍ତା କୁ ବେଆଇନ ବନ୍ଦ ନ କରିବା ପାଇଁ ପଡା ବାସୀମାନେ ଦାବୀ କରିଛନ୍ତି ଆମକୁ ପୁରୁଣା ରାସ୍ତା ହିଁ ଦରକାର ନୂଆ ରାସ୍ତା ଦରକାର ନାହିଁ ବୋଲି ପ୍ରକାଶ କରିଥିଲେ ଏହି ଦାବି ପୂରଣ ନ ହେଲେ ଅନିଧିଷ୍ଟ୍ କାଳ ପାଇଁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିବ ବୋଲି କହିଛନ୍ତି । ଏଣୁ ପ୍ରଶାସନ ପକ୍ଷରୁ ଏହାର ବିହୀତ ପଦକ୍ଷେପ ନେବା ସାଧାରଣ ଦାବୀ ହେଉଛି l ଏହି ଖବର ପ୍ରସାରଣ କରାଗଲା ପରେ କଣ ପଦକ୍ଷେପ ନେବେ ତାହା ଦେଖିବା କୁ ବାକି ରହିଲା

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ