ବୁଲେଟ ଦୂର୍ଘଟଣା ଗ୍ରସ୍ତ, ଘଟଣା ସ୍ଥଳରେ ଜଣେ ମୃତ ଦୁଇ ଗୁରୁତର
ଦାରିଙ୍ଗବାଡ଼ି, ୨୮/୪/୦୨୬ (ଫାଷ୍ଟ ନ୍ୟୁଜ୍ ଓଡ଼ିଶା) କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିନ ବ୍ରାହ୍ମଣୀଗାଁ - ବ୍ରହ୍ମପୁର ମୁଖ୍ୟରାସ୍ତା ର ଫରେଷ୍ଟ ନର୍ସରୀ ନିକଟରେ ମଧ୍ୟାହ୍ନ ସମୟ ପ୍ରାୟ ୪ ଘଣ୍ଟା ସମୟରେ ବୁଲେଟ ଦୁର୍ଘଟଣା ଗ୍ରସ୍ତ ହୋଈ, ଜଣେ ଯୁବକର ଘଟଣା ସ୍ଥଳରେ ମୃତ୍ତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତ ହୋଇଥିବା ଖବର ହସ୍ତଗତ ହୋଇଛି। ଦୂର୍ଘଟଣା ଗ୍ରସ୍ତ ଯୁବକଙ୍କ ନିଜ ଗ୍ରାମ କାଟିଙ୍ଗିଆ। ମୃତ ଯୁବକ ହେଲେ ଆଥୋନି ଦଣ୍ଡସେନାଙ୍କ ପୁଅ ହାପି ଦଣ୍ଡ ସେନା (୨୨), ଗୁରୁତ ଆଘାତ ପାଇଥିବା ଦୁଇଜଣ ହେଲେ ସୀମାଞ୍ଚଳ ସେନାପତିଙ୍କ ପୁଅ ରିତେଶ ସେନାପତି (୨୬) ଓ ମୃତ ଶରତ ସିଂ ଙ୍କ ପୁଅ ମୌସମ ସିଂ (୨୪)। ଗୁରୁତ୍ତର ଦୁଇ ଜଣଙ୍କୁ ବ୍ରାହ୍ମଣୀଗାଁ ଡାକ୍ତର ଖାନାରେ ପ୍ରାଥମିକ ଚିକିତ୍ସା କରି ବ୍ରହ୍ମପୁର ଡାକ୍ତରଖାନା ରେଫର କରାଯାଇଛି। ହେଲେ ଡାକ୍ତର ଛୁଟିରେ ଥିବାରୁ ଅନ୍ୟ କର୍ମ ଚାରୀଙ୍କ ମୃତ ଘୋଷଣା କରିବା କ୍ଷମତା ନଥିବାରୁ ହାପିର ମୃତ ଶରୀରକୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଦାରିଙ୍ଗବାଡ଼ି ପଠାଇଛନ୍ତି। ଦୂର୍ଘଟଣା ସ୍ଥଳରେ ବ୍ରାହ୍ମଣୀଗାଁ ପୋଲିସ ପହଞ୍ଚି, ଦୂର୍ଘଟଣା ଗ୍ରସ୍ତ ବୁଲେଟ ଜବତ କରିବା ସହିତ ଦୂର୍ଘଟଣା ସମ୍ପର୍କରେ ତଦନ୍ତ ଜାରୀ ରଖିଥିବା ସୂଚାନା ରହିଛି। ଖବର ନେବାରୁ ଜଣା ପଡିଛି ଯେ ଆଜି ବ୍ରାହ୍ମଣୀଗାଁ ରେ ହାଟ ବାର ଥିବାରୁ ନିଜ ଗ୍ରାମ କାଟିଙ୍ଗିଆ ରୁ ଏହି ତିନି ଯୁବକ ବୁଲେଟ ଯୋଗେ ବ୍ରାହ୍ମଣୀଗାଁ ଆସି ବୁଲାବୁଲି କରି ନିଜ ଗ୍ରାମକୁ ଫେରୁଥିବା ସମୟରେ ଦୂର୍ଘଟଣା ଗ୍ରସ୍ତ ହୋଇଥିଲେ। ହେଲେ କେମିତି କଣ ଦୂର୍ଘଟଣା ଘଟିଲା ଏନେଇ ସମସ୍ତେ ଅସ୍ପଷ୍ଟ ରହିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0