।। ବିରଳ କୁକୁଡ଼ା ଛୁଆର ଜନ୍ମ ଅଞ୍ଚଳବାସୀ ଆଶ୍ଚର୍ଯ୍ୟ ଚକିତ ।।

Aug 24, 2023 - 16:24
 0  110
।।  ବିରଳ କୁକୁଡ଼ା ଛୁଆର ଜନ୍ମ ଅଞ୍ଚଳବାସୀ ଆଶ୍ଚର୍ଯ୍ୟ ଚକିତ  ।।

ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତର ଡାକକୋଟା ଗ୍ରାମ କୃଷ ଚନ୍ଦ୍ର ନାଏକଙ୍କ ଘରେ ଏକ ବିଚିତ୍ର କୁକୁଡ଼ା ଛୁଆର ଜନ୍ମ ହୋଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକମାନେ ଏହି ଘଟଣାକୁ ପ୍ରକୃତିର ବିଚିତ୍ର ଲୀଳା ବୋଲି କହୁଥିବା ବେଳେ କିଛି ଏହାକୁ ବିରଳ ଘଟଣା ବୋଲି ଚର୍ଚ୍ଚା ଚାଲିଛି। ଲୋକେ ଛେଳି, ମେଣ୍ଢା,ଗାଈ,ବଳଦ କ୍ଷେତ୍ରରେ ଏଭଳି ଅସ୍ବଭାବିକ ଶରୀର ଥିବା ଦେଖିଛନ୍ତି ସତ କିନ୍ତୁ କୁକୁଡା କ୍ଷେତ୍ରରେ ଏହା ପ୍ରଥମ ଓ ବିରଳ ବୋଲି କୁହାକୁହି ହେଉଛନ୍ତି। ଏଭଳି କୁକୁଡ଼ା ଛୁଆର ଜନ୍ମ କାହିଁକି ଓ କିପରି ହୋଇଥାଏ ତାହା ଗବେଷଣାର ବିଷୟ ବୋଲି ଚର୍ଚ୍ଚା ଜୋର ଧରିଛି। ଏହି ବିରଳ କୁକୁଡ଼ା ଛୁଆକୁ ପ୍ରାଣୀ ବିଭାଗ ନିଜ ଅଧିନକୁ ନେଇ ଏହା ଉପରେ ଗବେଷଣା ସହିତ ଜନସାଧାରଣଙ୍କ ଦେଖିବା ପାଇଁ ସୁରକ୍ଷିତ ରଖିବା ଉଚିତ ବୋଲି ଆଲୋଚନା ହେଉଛି।

 ଥୁଆମୂଳ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ   କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ