।। ବିଭିନ୍ନ ଦାବି ନେଇ ବିଜେପି ପକ୍ଷରୁ ପଞ୍ଚାୟତ ଅଫିସ ଘେରାଉ ।।

Aug 27, 2023 - 17:29
 0  17
।। ବିଭିନ୍ନ ଦାବି ନେଇ ବିଜେପି ପକ୍ଷରୁ ପଞ୍ଚାୟତ ଅଫିସ ଘେରାଉ ।।

ନୂଆପଡା : ନୂଆପଡା ଜ଼ିଲ୍ଲା ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀଙ୍କ ନେତୃତ୍ୟରେ ବିଭିନ୍ନ ଦାବୀ ନେଇ କାଦୋମେରୀ ଓ ବେଲଟୁକୁରି ପଞ୍ଚାୟତ ଘେରାଉ କରାଯାଇଛି l ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଜେପି ନେତା ଚୁତୁର୍ଭୁଜ ଶର୍ମା, କିଶୋରବାରିକ, ଦୋମେରୀ ସରପଞ୍ଚ ଚନ୍ଦ୍ରଶେଖର ଚନ୍ଦ୍ରକାର, ବେଲଟୁକୁରି ସରପଞ୍ଚ ଗେନ୍ଦଲାଲ ସାହୁ, ସନ୍ତୋଷ ଚନ୍ଦ୍ରକାର, ରତନ ଚନ୍ଦ୍ରକାର, ଲୋହିତ ଶବର, ମୁରଲୀଧର ବରିହା, ରମେଶ ପାଣ୍ଡେ, ଅବୋଧରାମ କୁମ୍ଭାର ପ୍ରମୁଖ ସାମିଲ ଥିଲେ l

ଧରମବନ୍ଧା ଓ ଭାରୁଆମୁଣ୍ଡାରେ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ପଞ୍ଚାୟତ ଅଫିସ ଘେରାଉ କରାଯାଇଛି l ଏହି କାର୍ଯ୍ୟକ୍ରମରେ ପୂର୍ବ ସରପଞ୍ଚ ଶ୍ରୀଧର ମାଝୀ, ସରପଞ୍ଚ ରାଜମଣି ଧରୁଆ, ବରୁଣ ରାଉତ, ଭୂଷଣ କେଉଁଟ, ସୁନ୍ଦର ଭୁଞ୍ଜିଆ, ଶ୍ୟାମ ଭୁଞ୍ଜିଆ, ଦୁକାଲ ରାଉତ, ବୁଧରାମ ମାଝୀ, ହୀରା ମାଝୀ, ସୀତେ ଭୁଞ୍ଜିଆ ସାମିଲ ଥିଲାବେଳେ ସିନପାଲିରେ ମଧ୍ୟ ବିଭିନ୍ନ ଦାବୀ ନେଇ ଜ଼ିଲ୍ଲା ବିଜେପି ପକ୍ଷରୁ ସିନାପାଲି ବ୍ଲକ ଗାଡାଲ ପଞ୍ଚାୟତ ଅଫିସ ଘେରାଉ କରାଯାଇଛି l ଜ଼ିଲ୍ଲା ବିଜେପି ସଭାପତି ସୁବ୍ରତ ଠାକୁରଙ୍କ ନେତୃତ୍ୱରେ ଆୟୋଜିତ ବିକ୍ଷୋପ ସମାବେଶରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବପ୍ରସାଦ ମୁଣ୍ଡ, ଡ଼. ଅରିଗଞ୍ଜନ ଯୋଶୀ, ମଣ୍ଡଳ ସଭାପତି, ପ୍ରେମଲାଲ ନାଏକ, ରୀଖୀରାଜ ନାଏକ, ରୋହନ ଯୋଶୀ, ଭୁବନେଶ୍ୱର ପଟେଲ, ନୀଳାମ୍ବର କଶ୍ୟପ, ଧର୍ମେନ୍ଦ୍ର ପୁରୋହିତ, ଦୀନବନ୍ଧୁ ନାଏକ, ଭୀଷ୍ମ ଧାକଡ଼ ପ୍ରମୁଖ କାର୍ଯ୍ୟକର୍ତା ଏହି ଘେରାଉରେ ସାମିଲ ଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ