।। ବିବେକାନନ୍ଦ ଶିକ୍ଷା କେନ୍ଦ୍ର ରସ୍ୱନକ୍ଷତ୍ର ଦିବସ ପାଳିତ:ସଚ୍ଚା ଦେଶଭକ୍ତ ପିଲାଟି ଦିନରୁ ମାର୍ଜିତ ହୋଇଥାଏ ।।

Jul 22, 2024 - 11:54
 0  12
।। ବିବେକାନନ୍ଦ ଶିକ୍ଷା କେନ୍ଦ୍ର ରସ୍ୱନକ୍ଷତ୍ର  ଦିବସ ପାଳିତ:ସଚ୍ଚା ଦେଶଭକ୍ତ ପିଲାଟି ଦିନରୁ ମାର୍ଜିତ ହୋଇଥାଏ ।।

ବଡ଼ସାହି ସ୍ଥାନୀୟ ବିବେକାନନ୍ଦ ବିହାର ସ୍ଥିତ ଉତ୍କଳ ଶିକ୍ଷା ପରିଷଦ ମର୍ଗଦର୍ଶନରେ ବାଣୀପୀଠ ଦ୍ୱାରା ପରିଚାଳିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ( ଆବାସିକ )ର ୨୫ତମ ସ୍ୱନକ୍ଷତ୍ର ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷ ଡ଼କ୍ଟର କୁମାର ବାବୁଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୟୂରଭଞ୍ଜ ଜିଲ୍ଲା ସମ୍ବାଦିକ ସଂଘର ସଭାପତି ଅରୁଣ କୁମାର ଓତା ଅଧ୍ୟକ୍ଷତା କରିଥିଲେ। ଉଦଘାଟକ ଭବେ ମାନନୀୟା ନିଶାମଣି ରାଉତ ଯୋଗଦାନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଉତ୍କଳମଣି ଗୋପବନ୍ଧୁ ଶିକ୍ଷକ, ଶିକ୍ଷା ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ଼କ୍ଟର ସରୋଜ କୁମାର ନାୟକ ଯୋଗଦାନ କରି ସଚ୍ଚା ଦେଶଭକ୍ତ ପିଲାଟି ଦିନରୁ ମାର୍ଜିତ ହୋଇଥାଏ ଏହିପରି ଶିକ୍ଷା କେନ୍ଦ୍ର ଠାରୁ | ଯାହା ତାର ପରିବେଶ ଓ ଗୁରୁଜୀ ଗୁରୁମା ସଂସ୍କାର ଶିଖାଇଥାନ୍ତି ପିଲାଟି ଦିନରୁ ଏହି ଶିକ୍ଷା କେନ୍ଦ୍ରରେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଉତ୍କଳ ଶିକ୍ଷା ପରିଷଦର ସାଧାରଣ ସଂପାଦକ ଯୋଗେନ୍ଦ୍ର ଦାଶ ଯୋଗଦାନ କରି ଏ ଭାରତ ବର୍ଷରେ ବହୁ ମହାମାନବ ଜନ୍ମ ଗ୍ରହଣ କରିଥିବା ବେଳେ ସ୍ୱାମୀ ବିବେକାନନ୍ଦ ହେଉଛନ୍ତି ଅନ୍ୟତମ ଓ ଅନନ୍ୟ ପ୍ରତିଭାର ଅଧିକାରୀ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଉଥିବା ମଣିଷ ମଧ୍ୟ ମହାମାନବ ପାଲଟିଯାଏ ବୋଲି ମତବ୍ୟକ୍ତ କରିଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ଗୋପବନ୍ଧୁ ସାହିତ୍ୟ ସଂସଦର ସଂପାଦକ କବି ଅମିତାଭ ମିଶ୍ର, ସମ୍ମାନୀତ ଅତିଥି ଭାବେ ଜେଜେ ଗୁରୁଜୀ ବେଣୁଧର ଜେନା, ନାଟ୍ୟକାର ମନୋରଞ୍ଜନ ବେହେରା ଓ ସମ୍ମାନୀତ ବକ୍ତା ଭାବେ ଶିକ୍ଷକ ନେତା ରାଜେନ୍ଦ୍ର ଜେନା ଓ ପୁରାତନ ବିଦ୍ୟାର୍ଥୀ ପରିଷଦର ସଭାପତି ଡକ୍ଟର ଅଭିଜିତ୍ ବାରିକ ଯୋଗଦାନ କରିଥିଲେ। ସଭା ସଂଯୋଜନା ସଚୀନ୍ଦ୍ର କୁମାର ବିଶ୍ଵାଳ କରିଥିବାବେଳେ ପ୍ରଧାନ ଆଚାର୍ଯ୍ୟା ରାଉତ ସୂର୍ଯ୍ୟକାନ୍ତି ପୁହାଣ ଅତିଥି ପରିଚୟ ପ୍ରଦାନ କରିଥିଲେ। ପୂର୍ବାହ୍ନରେ ବାଣୀ ମନ୍ଦିରରେ ସ୍ୱାମୀ ବିବେକାନନ୍ଦ ଓ ଭାରତମାତାଙ୍କ ପୂଜା ଅର୍ଚ୍ଚନା ରଶ୍ମିତା ବେହେରା, ବୃନ୍ଦାବତୀ ନାଏକ ଓ ପ୍ରିୟଙ୍କା ମହାନ୍ତଙ୍କ ଦ୍ୱାରା କରାଯାଇଥିଲା । ପରେ ପରେ ଶିକ୍ଷାକେନ୍ଦ୍ରର ୨୫ ବର୍ଷ ପୂର୍ତ୍ତି ଅବସରରେ ଗୁରୁଜୀ କାର୍ତ୍ତିକ ସେଠୀ, ସୁବ୍ରତ ବଳିଆର ସିଂହ, ଅତୁଲ୍ୟ ସୁନ୍ଦର ଭଞ୍ଜବାବୁ, ଦୀପକ କୁମାର ଦାସ, ରଣଜିତ୍ ମହାନ୍ତି ଓ ବେଣୁଧର ବେହେରାଙ୍କ ଦ୍ୱାରା ୨୫ଟି ଚାରା ରୋପଣ କରାଯାଇଥିଲା l ବୀଣା ଓ ରୀନା ଗୁରୁମାଙ୍କ ତତ୍ତ୍ଵାବଧାନରେ ପାରଂପାରିକ ଢଙ୍ଗରେ ଜନ୍ମଦିନ ପିଠା କଟାଯାଇଥିଲା ଏବଂ ଛାତ୍ରୀମାନଙ୍କ ଦ୍ୱାରା ଆବାହନୀ ସଂଗୀତ ଓ ନୃତ୍ୟ ପରିବେଷଣ ହୋଇ ଥିଲା l ଏହି ଅବସରରେ ଆୟୋଜିତ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏହା ଶୁଭଜିତ ଶୁଭଙ୍କର ଓ କବିତା ଗୁରୁମାଙ୍କ ଦ୍ୱାରା ପରିଚାଳିତ ହୋଇଥିବା ବେଳେ ଶାନ୍ତି ପ୍ରବୀର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

ମୟୂରଭଞ୍ଜ, ବାରିପଦାରୁ -ଗୌର ଦାସଗିରିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ