ବିଜେପୁରଠାରେ ସିଆରପିଏଫ ୧୨ ବାଟାଲିୟନ ପକ୍ଷରୁ ସିଭିକ୍ ଆକ୍ସନ ଜନ ସମ୍ପର୍କ କାର୍ଯ୍ୟକ୍ରମ
ଲାଞ୍ଜିଗଡ,୩୧/୩(FNO) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ସ୍ଥିତ ସିଆରପିଏଫ କ୍ୟାମ୍ପ ଠାରେ ସିଆରପିଏଫ ୧୨ ବାଟାଲିଆନ ପକ୍ଷରୁ ସିଭିକ୍ ଆକ୍ସନ ଜନ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଆରପିଏଫ କମାଡେଣ୍ଟ ଏସ ଏଚ ଏନ କେକେ ପ୍ରସାଦ ଯୋଗଦେଇ ଅଞ୍ଚଳବାସୀଙ୍କ ଦୁଃଖଶୁଖରେ ସାଥୀହୋଇ ତାଙ୍କର ସୁରକ୍ଷା ଦିଗରେ ସର୍ବଦା ସହଯୋଗର ହାତ ବଢ଼ାଇବା ପାଇଁ ଯବାନମାନେ ସବୁବେଳେ ତତ୍ପର ବୋଲି ପ୍ରକାଶ କରିଥିଲେ।ସମ୍ମାନୀତ ଅତିଥି ଭାବେ ବିଜେପୁର ସରପଞ୍ଚ ଜନନୀ ମାଝୀ,ଜିଲ୍ଲା ପରିଷଦ ପରକ୍ଷୀତ ନାଏକ ଏଥିରେ ବିଜେପୁର ପଞ୍ଚାୟତ ଅଞ୍ଚଳର ବିଜେପୁର ,ମେଲବାହାଲି , ଦାନାରା ଗୁଡା ,ଫୁକେର ,ପ୍ରଧାନୀ ପଡା , ତଳକାନିମା , ଗ୍ରାମର ଲୋକେ ଉପସ୍ଥିତ ଥିଲେ।ଏଥିରେ ସୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ଛତୁ ଚାଷ ଉପକରଣ, ମହୁ ଚାଷ ଉପକରଣ, ଧୂପ ପକାଠି ଓ ଖଲି ପ୍ରସ୍ତୁତ ମସିନ ବଣ୍ଟନ କରାଯାଇଥିଲା। ଶ୍ରୀ ମୋନଜ କୁମାର ମାରମତ ଆସିଷ୍ଠାନ କୋମାଣ୍ଡେଣ୍ଟ ରାଜେସ, ଇନ୍ସପେକ୍ଟର ପ୍ରଦୀପ କୁମାର ସାହୁ ସହିତ ସମସ୍ତ ଯବାନ ସହଯୋଗ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ।ଏହି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ।ଏଭଳି କାର୍ଯ୍ୟକ୍ରମ ଆୟୋଜନ କରି ଅଞ୍ଚଳର ଲୋକମାନଙ୍କ ଭୟକୁ ଦୂର କରିବା ସହିତ ଲୋକଙ୍କ ଓ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ ଉପରେ ଏକ ବିଶ୍ୱାସ ଏବଂ ଆତ୍ମବିଶ୍ୱାସ ବଢାଇବେ ବୋଲି ଆଶାବ୍ୟକ୍ତ କରି ଆଗକୁ ମଧ୍ୟ ଜାରି ରହିବ ବୋଲି କହିଛନ୍ତି ସିଆରପିଏଫ୍ କମାଡେଣ୍ଟ୍ ଏସ ଏଚ ଏନ କେକେ ପ୍ରସାଦ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0