ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଲଢେଇ ଜାରି ରଖିଛି ବିଜେଡ଼ି

Dec 27, 2025 - 05:33
 0  3
ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଲଢେଇ ଜାରି ରଖିଛି ବିଜେଡ଼ି

ବାରିପଦା ତା 26/12 (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା.) ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନୀତି ଆଦର୍ଶକୁ ପାଥେୟ କରି ଚାଲିଥିବା ବିଜୁ ଜନତା ଦଳ ୨୯ ବର୍ଷରେ ପଦାର୍ପଣ କରିଛି. ଏହି ଅବସରରେ ବାରିପଦା ସ୍ଥିତ ବିଜୁ ଭବନ ଠାରେ ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି. ବାରିପଦା ନଗର ସଭାପତି ତଥା ପୂର୍ବତନ କାଉନସିଲର ପ୍ରଭାତ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ମୟୁରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି, ପୂର୍ବତନ ରାଜ୍ୟସଭା ସାଂସଦ ତଥା ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ମୟୁରଭଞ୍ଜ-୨ ଜିଲ୍ଲା ସଭାପତି ଡା. ଦେବାଶିଷ ମାର୍ଣ୍ଡି, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ଉପ ନଗରପାଳ ସୀମା ଦାସ, ସମାଜସେବୀ ଅମର ସେଠି, କାଉନସିଲର ଅନନ୍ତ ଦାସ, ପୂର୍ବତନ ଜିଲ୍ଲା ସଭାପତି ଦେବାଶିଷ ମହାନ୍ତି, ଖୁଣ୍ଟା ବ୍ଲକ ଅଧ୍ୟକ୍ଷ ସୁଧନ୍ୟା ନାଏକ, ପୂର୍ବତନ ଉପ ନଗରପାଳ ଜିତେନ୍ଦ୍ର ମହାନ୍ତି, ବିଜୁ ମହିଳା ଜନତା ଦଳ ଜିଲ୍ଲା ସଭାନେତ୍ରୀ ଦୀପ୍ତିଲତା ମିଶ୍ର, ଲଲାଟେନ୍ଦୁ ବେହେରା, ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ଅରୁଣ ବରାଡ଼, ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ସୁନୀଲ ନାୟକ ପ୍ରମୁଖ ଯୋଗଦେଇ ବିଜୁ ଜନତା ଦଳ ଆଜିବି ଲୋକଙ୍କ ହୃଦୟରେ ଏକ ନମ୍ବର ଦଳ ହୋଇରହିଛି. ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଓଡ଼ିଶା ପ୍ରତି ଉସର୍ଗୀକୃତ ସେବା କାର୍ଯ୍ୟକୁ ଆଜିବି ଓଡ଼ିଶାବାସୀ ଭୁଲି ନାହାଁନ୍ତି. ଏଣୁ ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ବିଜେଡ଼ି ତାର ଲଢେଇ ଜାରି ରଖିଛି. ବିଜୁ ବାବୁଙ୍କ ଆଦର୍ଶ ଓ ଲକ୍ଷ ଲକ୍ଷ କର୍ମୀଙ୍କ ସମର୍ପଣରେ ବିଜୁ ଜନତା ଦଳ ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ଭାବେ ପରିଣତ ହୋଇ ଥିବାରୁ ସମସ୍ତେ ସେବା, ସ୍ୱାଭିମାନ ଓ ସଂଗ୍ରାମ ମନ୍ତ୍ର ନେଇ ଆଗେଇ ଯିବାକୁ ଆହ୍ବାନ ଦେଇଥିଲେ. ବିଜେପି ସରକାରଙ୍କ ମିଛ ବିକାଶ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ଦରଦାମ ବୃଦ୍ଧି ଆଦିରେ ଓଡିଶା ବାସୀ ପେଷି ହୋଇଗଲେଣି ଏଣୁ ସରକାରଙ୍କ ବିଫଳତା ସହ ନବୀନ ସରକାର ସମୟର ସଫଳତା ନେଇ ଜନସଚେତନତା ସୃଷ୍ଟି କରିବା କୁ ପ୍ରତିଷ୍ଠା ଦିବସରେ ସଂକଳ୍ପ କରାଯାଇଛି. ଏହି ଅବସରରେ ୨୨ଜଣ ଦଳୀୟ କର୍ମକର୍ତ୍ତା ସରୋଜ ମହାପାତ୍ର, କୃଷ୍ଣଚନ୍ଦ୍ର ଦାସ, ସନ୍ତୋଷ ଗୋପ, କମଳା ଭଞ୍ଜଦେଓ, ସନ୍ଧ୍ୟା ଦାସ, ଦ୍ରୌପଦୀ ସାହୁ, ବିଜୟ ଦାସ, ହରେକୃଷ୍ଣ ରଣା, ପ୍ରଭାତ ବାରିକ, ବାବୁ ଜେନା, ପାଳିଆ ଭାଇ, ନୁରୁଲ ଭାଇ, ସୁରେନ୍ଦ୍ର ପ୍ରତାପ ସିଂ, କାଶିମ ଭାଇ, ଈଶ୍ୱର ଚନ୍ଦ୍ର ଦାସ, ହୀରାଲାଲ ସିଂ, ପାର୍ଥ ଭାଇ, ଟୁଆଁ ଭାଇ, ବିଜୁ ଭାଇ, ସନ୍ତୋଷ ନାୟକ ଏବଂ ପ୍ରଫୁଲ କୁମାର ଦାସଙ୍କୁ ଅତିଥି ମାନେ ସମ୍ବର୍ଦ୍ଧନା ଜଣାଇଥିଲେ. ଅନ୍ୟମାନଙ୍କ ମଧ୍ୟରେ ପ୍ରଭାତ ନାୟକ, ସରୋଜ କୁମାର ବୋଷ, ଆଭାସ ଦେ, ଶ୍ରବଣ ଗୋପ, ସେକ ଅମନ, ସମସ୍ତ ୱାର୍ଡ କାଉନସିଲର, ମହିଳା, ଯୁବ ଓ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି, ନେତା ଓ କର୍ମକର୍ତ୍ତା ତଥା ବହୁ ସଂଖ୍ୟାରେ ସାଧାରଣ କର୍ମୀ ମାନେ ଉପସ୍ଥିତ ଥିଲେ.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ