।। ବିଜେଡ଼ି ବିଜେପିର ବାହାଘର ।।

Feb 17, 2024 - 15:42
 0  112
।। ବିଜେଡ଼ି ବିଜେପିର ବାହାଘର ।।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବଜାର ଉପରେ ଆଦିବାସୀ ଙ୍କ ରୀତିନୀତି ଅନୁଯାୟୀ ନିଆରା ଢଙ୍ଗ ରେ ବିଜେଡ଼ି ଓ ବିଜେପି ର ବାହାଘର ସମ୍ପନ୍ନ ହୋଇଯାଇଛି।ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ର ଆଶାୟୀ ବିଧାୟିକା ପ୍ରାର୍ଥୀନୀ ଗୀତାଞ୍ଜଳି ପୀଡ଼ିକା ଙ୍କ ପରିଚାଳନା ରେ ବିଜେଡି କୁ କନ୍ୟା କରାଯାଇଥିବା ବେଳେ ବିଜେପି କୁ ବର ଭାବେ ସଜ୍ଜା ଯାଇଥିଲା।ଏଥିରେ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକାଙ୍କ ସମେତ ବନ୍ଧୁଗାଁ ନାରାୟଣପାଟଣା ଦଶମନ୍ତପୁର ଓ ଲକ୍ଷ୍ମୀପୁର ବ୍ଲକ ର ଶତାଧିକ କଂଗ୍ରେସ କର୍ମୀ ଙ୍କ ସହ ବ୍ଳକ ସ୍ତରୀୟ ନେତା ଓ ଉପସ୍ଥିତ ରହିଥିଲେ। ସାଂସଦ ଶ୍ରୀ ଉଲାକା ଙ୍କୁ ଘୋଡ଼ାବନ୍ଧ ତୋଟା ଠାରୁ କଂଗ୍ରେସ କର୍ମୀ ବାଜା ଓ ଢେମସା ନାଚ ମାଧ୍ୟମରେ ସ୍ୱାଗତ କରି ଆଣିଥିଲେ, ବାହାଘର ରେ ବାଜା ବାଣ ଦ୍ୱାରା ରୋଷାନି କରାଯାଇଥିବା ବେଳେ କନ୍ୟା ପୁଟୁଳି ଧରି ବେଦି ରେ ପହଂଚିଥିଲେ ବର ପାର୍ଟି। ଏହା ଏକ ରାଜନୈତିକ ବାହା ଘର ହୋଇଥିବା ବେଳେ ସାଂସଦ ଶ୍ରୀ ଉଲାକା କହିଛନ୍ତି କି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୁ ବିଜେଡି ସମର୍ଥନ ଜଣାଇବା ପରେ ଏମାନଙ୍କର ସମ୍ପର୍କ ବର୍ତ୍ତମାନ ପଦାରେ ପଡିଛି, ଆଗରୁ ଏମାନେ ଲିଭ ଇନ ରିଲେସନ ସିପ ରେ ରହୁଥିଲେ।ତେଣୁ ସେ ଲୁଚା ଛୁପା ସଂପର୍କ ରୁ ଆମେ ତାଙ୍କୁ କାଢି ବର୍ତ୍ତମାନ ବାହା ହୋଇ ବୈବାହିକ ଜୀବନ ଆରମ୍ଭ କରିବା ପାଇଁ ତାଙ୍କୁ ସୁଯୋଗ ଦେଲୁ ବୋଲି ଶ୍ରୀଯୁକ୍ତ ଉଲ୍ଲକା କହିଛନ୍ତି।

ଲକ୍ଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ