।। ବିକାଶ ଖୋଜୁଛି କୁନାକାଡୁ ଗାଁ:କେବେ ପଡିବ ସରକାରଙ୍କ ଶୁଭ ଦୃଷ୍ଟି ।।

Jun 18, 2023 - 09:22
 0  20
।। ବିକାଶ ଖୋଜୁଛି କୁନାକାଡୁ ଗାଁ:କେବେ ପଡିବ ସରକାରଙ୍କ ଶୁଭ ଦୃଷ୍ଟି ।।

ଲାଞ୍ଜିଗଡ଼ (କୋରାପୁଟ ପ୍ରଥମ ଖବର): ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିକାଶର ଡିମଡିମ ପିଟୁଥିବା ବେଳେ ଏବେ ବି ଏମିତି ଗାଁ ଅଛି ଯେଉଁଠି ସରକାରଙ୍କ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି ଲୋକେ l

ଏହିଭଳି ଗାଁ ହେଉଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ କୁନାକାଡ଼ୁ ଗାଁ l ଏହି ଗାଁରେ ହାରାହାରି ଦେଢ଼ଶହ ବର୍ଷରୁ ଉର୍ଦ୍ଧ ଧରି ବସବାସ କରି ଆସୁଛନ୍ତି ଆଦିମ ଜନଜାତି ବା ଆଦିବାସୀ ସାମ୍ପ୍ରଦାୟର ୧୧ ଗୋଟି ପରିବାର l

ହେଲେ ଏମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ, ଆବାସ ଗୃହ, ବିଜୁଳି ଭଲି ଅନେକ ସମସ୍ୟାରେ ଛନ୍ଧି ହୋଇ ଚାରିଛକରେ ବନ୍ଧା ପଡିଛନ୍ତି l କୁନାକାଡ଼ୁ ଗାଁ ଠାରୁ ବ୍ଲକ ମୁଖ୍ୟାଳୟ ୪୦କିଲୋମିଟର ହେଉଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୮ କିଲୋମିଟର ହେଲେ ରାସନ ସାମଗ୍ରୀ ଆଣିବାକୁ ଗଲେ ୩ କିଲୋମିଟର ପାହାଡିଆ ପାଦ ଚଲା ରାସ୍ତା ଦେଇ ଫୁଲ ଡ଼ୁମେର ଗାଁ କୁ ଗଲା ପରେ ଏ ମାନଙ୍କୁ ପକା ରାସ୍ତା ମିଳିଥାଏ lଶିକ୍ଷା ଓ ସ୍ୱାସ୍ଥ୍ୟ କଥା ନ'କହିଲେ ଭଲ l

ଏଠିକାର ଶିଶୁମାନେ ବଣପାହାଡ ପାଦଚଲା ରାସ୍ତା ଦେଇ ଯିବାକୁ ପଡିଥାଏ ପାଞ୍ଚ କିଲୋମିଟର ଦୂର ଖିମଣ୍ଡିପଦର ପ୍ରାଥମିକ ବିଦ୍ୟାଳୟକୁ ହେଲେ ବାଣ ପାହାଡ଼ ଘେରା ପାହାଡି ରାସ୍ତା ଦେଇ ଯିବାକୁ ଶିଶୁ ମାନେ ଭୟ କରି ଅନେକ ଶିଶୁ ଶିକ୍ଷାରୁ ବଞ୍ଚିତ ରହିଛନ୍ତି l କାହିଁକିନା ଯାତାୟାତ ପାଇଁ ରାସ୍ତା ଟିଏ ମଧ୍ୟ ହୋଇପାରିନାହିଁ l ଏପଟେ ରାଜ୍ୟସରକାର ସଭିଏଁ ପଢ଼ ସଭିଏଁ ବଢ଼ କାର୍ଯ୍ୟକ୍ରମ କରୁଥିବା ବେଳେ କେନ୍ଦ୍ରସରକାର କହୁଛି ସବକେ ସାତ ସବକେ ବିକାଶ ହେଲେ ଏବେ ବି ବିକାଶ ଅପେକ୍ଷା ରେ ରହିଛି କୁନାକାଡ଼ୁ ଗାଁ l ଏବେବି ଅନେକ ଶିଶୁ ପଠା ପଡ଼ାରୁ ବଞ୍ଚିତ ରହୁଛନ୍ତି l ପାନୀୟ ଜଳ କଥା କହିଲେ ଝରଣା ପାଣି ହିଁ ଏମାନଙ୍କ ଭରଷା ଏହି ଝରଣା ପାଣିରେ ଗୃହ ପାଳିତ ପଶୁ ଓ ବନ୍ୟଜନ୍ତୁ ଚଳପ୍ରଚଳ କରୁଥିଲେ ମଧ୍ୟ୍ୟ ସେହି ଦୂଷିତ ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି lସୂଚନା ଅନୁସାରେ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ କୁନାକାଡ଼ୁ ଗାଁକୁ ଆସି ଗାଁ ଲୋକଙ୍କୁ ଆବାସ ନଗର କରିବା ପାଇଁ ପ୍ରତିଶୃତି ଦେଇଥିଲେ ଓ ଜାଗା ମଧ୍ୟ ଚି଼ହ୍ନଟ କରିଥିଲେ ହେଲେ ଲୋକଙ୍କ ଅଭିଯୋଗ ଆସୁଛି ଜାଗା ଚିହ୍ନଟର ୨ ବର୍ଷ ପରେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହୋଇପାରିନାହିଁ l

କିନ୍ତୁ ଲାଞ୍ଜିଗଡ଼ ପ୍ରଶାସନର ପୋଷ୍ୟ ତ୍ରିଲୋଚନପୁର ପଞ୍ଚାୟତ କାର୍ଯ୍ୟାଳୟ ଚକମକ ଦେଖା ଯାଉଥିବାବେଳେ ଆଖପାଖ ଗାଁରେ ଯାତାୟାତ ପାଇଁ ଦୁର୍ଭାଗ୍ୟର ବିଷୟ ଯେ ରାସ୍ତା ଟିଏ ମଧ୍ୟ ହୋଇପାରିନାହିଁ l ଯାହାଫଳରେ ପାହାଡିଆ ରାସ୍ତା ରେ ଗର୍ଭବତୀ ମହିଳା ବା ଗୁରୁତର ରୋଗୀଙ୍କୁ କାନ୍ଧରେ ବୋହିକି ନେବାପାଇଁ ମଧ୍ୟ ସମ୍ଭବ ହୋଇପାରୁନାହିଁ l ଏମାନଙ୍କୁ କେବଳ ଭଗବାନଙ୍କ ଭରସାରେ ଘରେ ହିଁ ପ୍ରସବ କରିବାକୁ ପଡୁଛି ବୋଲି ଗ୍ରାମବାସୀ ଗଣମାଧ୍ୟମ ସମୁଖରେ ମତ ପ୍ରକାଶ କରିଛନ୍ତି l ତେଣୁକରି ଏହି ଗାଁ ର ଶିକ୍ଷା,ସ୍ୱାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ, ବିଜୁଳି ଭଲି ସମସ୍ୟାକୁ ବ୍ଲକ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଗୁହାରି କରିଛନ୍ତି ଗ୍ରାମବାସୀ l ଏପଟେ ଆମ ପ୍ରତିନିଧି ବିଡ଼ିଓ ଙ୍କୁ ଫୋନ ମାଧ୍ୟ୍ୟମରେ ଯୋଗାଯୋଗ କଲା ପରେ ଘର ଆସିଲା ପରେ ଆମେ ଘର ଯୋଗାଇ ଦେବୁ l ଦେଖିବାକୁ ବାକି ରହିଲା କେବେ ବ୍ଲକ ପ୍ରଶାସନ କୁନାକାଡ଼ୁ ଗାଁ ର ସମସ୍ୟା ସମାଧାନ କରୁଛି ଲୋ

ଲାଞ୍ଜିଗଡ ରୁ ମନୋଜ ଦୋରା ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ