।। ବିଏସ୍ଏନ୍‌ଏଲ୍ ମୋବାଇଲ ଟାୱାର ନିର୍ମାଣରେ ନିୟୋଜିତ ଶ୍ରମିକ ଠିକାଦରଙ୍କ ଅଚାନକ ମୃତ୍ୟୁ: ତଦନ୍ତ ଅବ୍ୟାହତ ।।

Jun 28, 2023 - 22:38
 0  35
।। ବିଏସ୍ଏନ୍‌ଏଲ୍ ମୋବାଇଲ ଟାୱାର ନିର୍ମାଣରେ ନିୟୋଜିତ ଶ୍ରମିକ ଠିକାଦରଙ୍କ ଅଚାନକ ମୃତ୍ୟୁ: ତଦନ୍ତ ଅବ୍ୟାହତ ।।

କନ୍ଧମାଳ:(କୋରାପୁଟ ପ୍ରଥମ ଖବର): ବିଏସ୍ଏନ୍‌ଏଲ୍ ମୋବାଇଲ ଟାୱାର ନିର୍ମାଣରେ ନିୟୋଜିତ ଥିବା ଜଣେ ଶ୍ରମିକ ଠିକାଦରଙ୍କ ଅଚାନକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ପଶ୍ଚିମବଙ୍ଗର ଦକ୍ଷିଣ ଦିନାନାଜପୁର ଜିଲ୍ଲା ଅନ୍ତର୍ଗତ ଗଙ୍ଗାରାମପୁର ଥାନା ନିଳଡଙ୍ଗା ଅଞ୍ଚଳର ସୂର୍ଯ୍ୟ ଦାସ ବୋଲି ଜଣାପଡ଼ିଛି । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଝିରିପାଣି ଅଞ୍ଚଳରେ ବିଏସ୍ଏନ୍ଏଲ୍ ମୋବାଇଲ ଟାୱାର ନିର୍ମାଣ କାମ ଚାଲୁ ରହିଥ‌ିବା ବେଳେ ନିର୍ମାଣ କାର୍ଯ୍ୟରେ ସେଠାରେ ଥ‌ିବା ଶ୍ରମିକ ଠିକାଦାର ସୂର୍ଯ୍ୟ ଦାସଙ୍କ ହଠାତ୍ ସ୍ବାସ୍ଥ୍ୟ ଅବସ୍ଥାରେ ଖରାପ ହେବାରୁ ଶ୍ରମିକମାନେ ସୂର୍ଯ୍ୟଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ l ଡ଼ାକ୍ତରଖାନାରେ ସ୍ଵାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଖବରପାଇ ବାଲିଗୁଡ଼ା ଥାନା ପୋଲିସ୍ ଡାକ୍ତରଖାନାରେ ପହଁଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ମୃତକଙ୍କ ସମ୍ପର୍କୀୟଙ୍କୁ ଶବ ହସ୍ତାନ୍ତର କରିବା ସହ ମୃତକଙ୍କ ନିଜ ଗାଁକୁ ଶବ ପଠାଇବାର ବ୍ୟବସ୍ଥା କରିଛି । ଅନ୍ୟପଟେ ବାଲିଗୁଡ଼ା ଥାନା କେଶ ନଂ.୧୪/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତି ଚଳାଇଛି ପୋଲିସ୍ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ