ବାରିପଦା ମହର୍ଷି ପବ୍ଲିକ ସ୍କୁଲରେ ମହା ଆଡମ୍ବରରେ ଶିଶୁ ଦିବସ ପାଳନ
ବାରିପଦା, 14/11/25 — ବାଘଡାରୋଦ ସ୍ଥିତ ମହର୍ଷି ପବ୍ଲିକ ସ୍କୁଲରେ ଶିଶୁ ଦିବସ ଉତ୍ସବ ମହା ଆଡମ୍ବରରେ ପାଳିତ ହେଲା। ସ୍କୁଲର ଅଧ୍ୟକ୍ଷ ଶ୍ରୀମତୀ କାଜଲ କାନ୍ତିଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାରିପଦା ତଥା ମୟୁରଭଞ୍ଜର ସୁନାମଧନ୍ୟ ଶିକ୍ଷାବିତ, ପୂର୍ବତନ ହାଇ ସ୍କୁଲ ପ୍ରଧାନଶିକ୍ଷକ ଏବଂ ବ୍ଲକ ଏଜୁକେସନ ଅଫିସର ଶ୍ରୀଯୁକ୍ତ ସୁଦର୍ଶନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଲେ। ପ୍ରାର୍ଥନା ସଭାରେ ପିଲାମାନେ ଫୁଲ ଚନ୍ଦନ ଓ ଫୁଲ ତୋଡ଼ାରେ ଅତିଥିଙ୍କୁ ସମ୍ବର୍ଦ୍ଧନା ଜଣାଇଲେ। ପରେ ଶ୍ରୀ ପଣ୍ଡା ଚାଚା ନେହେରୁଙ୍କ ଶିଶୁପ୍ରେମ ବିଷୟରେ ଆଲୋକପାତ କରି “ଶିଶୁ ପଢିଲେ ଦେଶ ବଢିବ” ବାକ୍ୟର ଗଭୀରତାକୁ ପିଲାଙ୍କୁ ସୁବୁଧାରୁପେ ବୁଝାଇଥିଲେ। “ପିଲା ମାନଙ୍କ ଚାଚା ନେହେରୁ ଆମର ରହେ” ସ୍ଲୋଗାନରେ ସମଗ୍ର ପ୍ରାଙ୍ଗଣ ମୁଖରିତ ହୋଇଯାଇଥିଲା। କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ସୋଲ ଡେଂସ, ସଙ୍ଗୀତ, ମନ ଏକ୍ସନ, ଫ୍ୟାନ୍ସି ଡ୍ରେସ ଓ ଫୁଡ଼ ଷ୍ଟୋଲ ପ୍ରତିଯୋଗିତା ଥିଲା। ଅତିଥି ଶ୍ରୀ ପଣ୍ଡା ଦୀର୍ଘ ସମୟ ଧରି ସମସ୍ତ ପ୍ରଦର୍ଶନ ଦେଖି ମୂଲ୍ୟାୟନ କରିଥିଲେ। ପିଲାମାନଙ୍କର ଉତ୍ସାହଜନକ ଅଂଶଗ୍ରହଣ ଉତ୍ସବକୁ ଅଧିକ ସଜିବା କରିଥିଲା। ସ୍କୁଲର କରା ସାରଙ୍କ ରଚିତ “ଆସ ପହଁରିବା ଆଜି ଶିଶୁ ଦିବସ” ଗୀତ/ଲେଖାକୁ ଅତିଥି ଉଚ୍ଚସ୍ତୁତି କରିଥିଲେ। ଶେଷରେ ସ୍କୁଲ ପକ୍ଷରୁ ଶ୍ରୀ କରା ସାର ସମସ୍ତ ଅତିଥି ଓ ଅଭିଭାବକଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ଶେଷ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଷ୍ଟାଫମାନେ ସଯୋଗ ପ୍ରଦାନ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0