ବାରିପଦା ବସଷ୍ଟାଣ୍ଡ ପାଇଁ ଗଛକଟା ପ୍ରସଙ୍ଗ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଭଞ୍ଜସେନାର ବିକ୍ଷୋଭ

Dec 23, 2025 - 22:14
 0  2
ବାରିପଦା ବସଷ୍ଟାଣ୍ଡ ପାଇଁ ଗଛକଟା ପ୍ରସଙ୍ଗ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଭଞ୍ଜସେନାର ବିକ୍ଷୋଭ

ବାରିପଦା ତା 23/12(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ଡିସେମ୍ବର ୧୭ତାରିଖ ଦିନ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଙ୍କ 155 ତମ ଜନ୍ମଦିବସ ପାଳନରେ ସମସ୍ତେ ବ୍ୟସ୍ତ ଥିବା ବେଳେ, ଜିଲ୍ଲା ପ୍ରଶାସନ ପକ୍ଷରୁ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ବାରିପଦାରେ ବହୁ ସରକାରୀ ଜାଗା ଥିବା ସତ୍ତ୍ୱେ ସହରର ପାଲବଣୀ ଅଞ୍ଚଳରୁ ହଜାର ହଜାର ଗଛ କାଟିବାରେ ବ୍ୟସ୍ତ ଥିଲା. ଏତେ ସଂଖ୍ୟାରେ ଗଛ କାଟିବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଥିଲା. ବିଗତ ଦିନରେ ଏନେଇ ଭଞ୍ଜସେନା ପକ୍ଷରୁ ଗଛ ନକାଟିବାକୁ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା. ତେବେ ଏଭଳିଏକ ସମ୍ବେଦନ ଶିଳ ଘଟଣା ବାବଦରେ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରଣ ପରେ ମଧ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଚୁପ ରହିବା ସହ ଦିନରାତି ଅନବରତ ଭାବେ ଗଛକାଟି ରାତାରାତି ଜଙ୍ଗଲ ସଫା କରିଦେଲା. ବାରିପଦା ସହର ନିକଟ ଅତୀତରେ ବିଶ୍ୱର ଉତ୍ତପ୍ତ ସହର ଭାବେ ମାନ୍ୟତା ପାଇଥିବା ବେଳେ ଆଗକୁ ସ୍ଥିତି ସଂଗୀନ ହେବ. ଏହାକୁ ବିରୋଧ କରି ଭଞ୍ଜ ସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ୱାନ କ୍ରମେ ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଆଜି ବହୁ ଯୁବକର୍ମୀ ଜିଲ୍ଲାପାଳଙ୍କ ଅଫିସ ସମୁଖରେ ଭିକ୍ଷୋଭ ପଦର୍ଶନ କରି, ଯେତେଦିନ ପର୍ଯ୍ୟନ୍ତ ମୟୁରଭଞ୍ଜ ମାଟି ମାକୁ ଲୁଣ୍ଠନ କରାଯାଉଥିବ ଏବଂ ଯେ ପର୍ଯ୍ୟନ୍ତ ବାରିପଦା ସବୁଜିମା ନହୋଇଥିବ ସେତେ ଦିନ ପର୍ଯ୍ୟନ୍ତ ମୟୁରଭଞ୍ଜ ପାଇଁ ଭଞ୍ଜସେନା ଯେକୌଣସି ସ୍ତରକୁ ଯିବା ପାଇଁ ପଛଘୁଞ୍ଚା ଦେବନାହିଁ ବୋଲି ପ୍ରତିକ୍ରିୟାରେ କହିଛନ୍ତି. ଆଜିର ଏହି କାର୍ଯ୍ୟକ୍ରମରେ ଆବାହକ ରାକେଶ ବେହେରା, ଯୁବ ସଭାପତି ଏସକେ ରାଜା ଖାନ, ମୁଖପାତ୍ର ଜ୍ୟୋତି ରଞ୍ଜନ ପୃଷ୍ଟି, ସଞ୍ଜୟ ମହାର୍ଣା, ରାଜା ଖାନ,ସଞ୍ଜୟ ମହାନ୍ତ, ସୁନୀଲ ମହାପାତ୍ର, ଦୀପକ କୁମାର ବେହେରା, ଜିତୁ ସିଂ, ଗୌରାଙ୍ଗ ଘଡେଇ,ପ୍ରଦୀପ ପଣ୍ଡା, ଗୌରବ ମହାନ୍ତି, ମୁକ୍ତିଦତ୍ତ ପରିଡା ପ୍ରମୁଖଙ୍କ ସହିତ ଏକ ହଜାର ରୁ ଅଧିକ କର୍ମୀ ଉପସ୍ଥିତ ଥିଲେ.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ