ବାରିପଦା ଠାରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓଙ୍କ ୧୫୫ତମ ଜୟନ୍ତୀ ପାଳିତ

Dec 17, 2025 - 18:40
 0  2
ବାରିପଦା ଠାରେ  ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓଙ୍କ ୧୫୫ତମ ଜୟନ୍ତୀ ପାଳିତ

ବାରିପଦା:୧୭.୧୨.୨୦୨୫//ଭଞ୍ଜ ମାଟିର ସୁବର୍ଣ୍ଣ ଯୁଗର ପ୍ରବର୍ତ୍ତକ ତଥା ନବ ଉତ୍କଳ ନିର୍ମାତାର ଅନ୍ୟତମ ବିନ୍ଧାଣୀ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓଙ୍କ ପବିତ୍ର ଜନ୍ମ ଜୟନ୍ତୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ମହାସମାରୋହରେ ପାଳିତ ହୋଇ ଯାଇଛି। ଜିଲ୍ଲା ପ୍ରଶାସନ ତତ୍ୱାବଧାନ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ବାରିପଦା ପୌରପାଳିକାର ମିଳିତ ସହଯୋଗରେ ଏହି ଦିବସ ଆୟୋଜିତ ହୋଇଥିଲା। ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମହାରାଜା ଶ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ଶ୍ରୀମତୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ,ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର, ପଦ୍ମଶ୍ରୀ ଡ଼. ଦମୟନ୍ତୀ ବେଶ୍ରା,ସମ୍ମାନୀୟା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ବାରିପଦା ପୌରପାଳିକା ଅଧ୍ୟକ୍ଷ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ, ଉପନଗରପାଳିକା ଶ୍ରୀମତୀ ସୀମା ଦାସ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡାଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ବୃନ୍ଦ, ଆଦିବାସୀ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ କାନ୍ଦ୍ରା ସୋରେନ, ସମାଜ ସେବୀ ଶରତ ଚନ୍ଦ୍ର ନାୟକ, ବିରଜା ଦେବୀ, ପ୍ରତିଶ୍ରୁତି ସାହିତ୍ୟ ପତ୍ରିକାର ସମ୍ପାଦକ ଶ୍ରୀ ଭାଗବତ ପ୍ରସାଦ ପଣ୍ଡା, ବିଭିନ୍ନ ୱାର୍ଡର କାଉଁସିଲର, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଶିକ୍ଷାବିତ, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅବସ୍ଥାପିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଓ ମହାରାଜା ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଡ଼. ମହାପାତ୍ର କହିଥିଲେ, ଓଡିଆ ସାହିତ୍ୟ ଜଗତର ଜଣେ ମହାନ ପୃଷ୍ଠପୋଷକ ତଥା ଉନବିଂଶ ଶତାବ୍ଦୀର ଓଡିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ରାଜ୍ୟରେ ଉତ୍ତମ ପ୍ରଶାସନ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଭାଷା,ସାହିତ୍ୟ ଏବଂ ପ୍ରଶାସନିକ କ୍ଷେତ୍ରରେ ସଂସ୍କାର ଆଣିଥିଲେ। ଖଣ୍ଡବିଖଣ୍ଡିତ ଓଡିଶାର ଏକିକରଣ ତଥା ଭାଷା ଭିତ୍ତକ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ଯେଉଁ ଆନ୍ଦୋଳନର ସୂତ୍ରପାତ ହୋଇଥିଲା, ସେଥିରେ ଉତ୍କଳଗୌରବ ମଧୁସୂଦନଙ୍କୁ ସହାୟତା କରିବାରେ ମହାରାଜା ଶ୍ରୀରାମ ଚନ୍ଦ୍ର ଥିଲେ ଆଗ୍ରଗଣ୍ୟ। ସେହି ପ୍ରବାଦ ପୁରୁଷ ମହାରାଜାଙ୍କ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପାଇଁ ଏଇ ମାଟି ଗର୍ବିତ ବୋଲି କହିଥିଲେ। ଏହି ଅବସରରେ ଅତିଥି ବୃନ୍ଦ ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ତର୍କ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲା ବେଳେ ଏହି ଜନ୍ମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ପରିଚାଳନା କରିଥବା ବେଳେ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀ ଶ୍ରୀକାନ୍ତ ବେହେରା, ସୁନିତା ମହାପାତ୍ର,ଲଳିତ ରଞ୍ଜନ ନାଏକ, ଛିତା ସୋରେନ,ରବି ନାରାୟଣ ନାଏକ, ଲିଜତ ପ୍ରଧାନ, ଛୋଟରାୟ ସିଂ ପ୍ରମୁଖ ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ