।। ବାରମ୍ବାର ସାମ୍ମାକୁ ଆସୁଛି ଗର୍ଭବତୀ ଙ୍କୁ ଭାରରେ ବୁହା ଘଟଣା ।।

Jul 31, 2023 - 16:04
 0  39
।।  ବାରମ୍ବାର ସାମ୍ମାକୁ ଆସୁଛି ଗର୍ଭବତୀ ଙ୍କୁ ଭାରରେ ବୁହା ଘଟଣା ।।

ଥୁଆମୂଳ ରାମପୁର ବାରମ୍ବାର ଗର୍ଭବତୀ ଙ୍କୁ ଭାରରେ ବୁହା ହେବା ଘଟଣା ସାମ୍ମାକୁ ଆସୁଥିବା ବେଳେ ପୁଣି ଥରେ ଭାରରେ ବୁହା ହୋଇଛନ୍ତି ଗର୍ଭବତୀ। ଏଭଳି ଏକ କୋହ ଭରା ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଝାଞ୍ଜି ଗାଁରେ। ଗାଁକୁ ବିକାଶମୁଖି କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ସହଯୋଗରେ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବାବେଳେ, ରାଜକୋଶରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଯାଉଛି। ହେଲେ ଅନୁପାତରେ ତୃଣମୂଳ ସ୍ତରରେ ଏହି ଯୋଜନା ଲୋକଙ୍କ ପାଇଁ ପାଲଟିଛି ପ୍ରହସନ। ଆଜିବି ଅନେକ ଗାଁକୁ ରାସ୍ତା ଟିଏ ନାହିଁ, କେତେକ ନଦୀ ନାଳରେ ପୋଲ ଟିଏ ମଧ୍ୟ ନାହିଁ। ଫଳରେ ରୋଗୀ ଏବଂ ଗର୍ଭବତୀଙ୍କ ପାଇଁ ଖଟିଆ ପାଲଟିଛି ଭରସା। ଏହାର କାରଣ ହେଲା ଅପହଞ୍ଚ ଇଲାକାରେ ପକ୍କା ରାସ୍ତା ଓ ନଦୀରେ ପୋଲ ନଥିବାରୁ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରୁନାହିଁ। ଆଦିବାସୀ ଅଧ୍ୟୁଷିତ ଅପହଞ୍ଚ ଇଲାକା ଭାବରେ ପରିଚିତ ଥୁଆମୂଳ ରାମପୁର ବ୍ଲକ ଏହି ବ୍ଳକ ୨୪ ଟି ପଞ୍ଚାୟତକୁ ନେଇ ଗଠିତ। ଏହି ବ୍ଲକର ୬୦ ପ୍ରତିଶତ ଗାଁକୁ ପକ୍କା ରାସ୍ତା ଟିଏ ନାହିଁ। ଏହାରି ଯୋଗୁଁ ଅଞ୍ଚଳର ଜନସାଧାରଣ ଅନେକ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପୁଣି ଥରେ ଜନନୀ ଯନ୍ତ୍ରଣା ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ପ୍ରଗତିଶୀଳ ରାଜ୍ଯର ନଗ୍ନ ଚିତ୍ର। ଗାଁକୁ ରାସ୍ତା ନଥିବା କାରଣରୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରିନାହିଁ। ଜିଲ୍ଲାର ଥିଆମୂଳ ରାମପୁର ବ୍ଲକ ଓ ରାୟଗଡା ଜିଲ୍ଲାର ସୀମାବର୍ତ୍ତି ଅଞ୍ଚଳ ହେଉଛି ସିଲେଟ ପଞ୍ଚାୟତ ବ୍ଲକ ମୁଖ୍ୟାଳୟ ଠାରୁ ୭୦ କିଲୋମଟର ଦୂରରେ ଥିବା ଏହି ପଞ୍ଚାୟତ ରାୟଗଡା ଜିଲ୍ଲାର କଲ୍ୟାଣୀ ସିଂହପୁର ଉପରେ ନିର୍ଭର କରୁଛନ୍ତି। ସୂଚନା ଅନୁସାରେ ଝାଞ୍ଜି ଗାଁର ରଶ୍ମିତା ମାଝିଙ୍କୁ ପ୍ରସବ ବେଦନା ଆରମ୍ଭ ହୋଇଥିଲା ଫଳରେ ଡାକ୍ତରଖାନା ନେବା ପାଇଁ ପରିବାର ଲୋକେ ଆମୁଲାନ୍ସ ସହ ଯୋଗାଯୋଗ କରିଥିଲେ। ହେଲେ ଗାଁ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ନ ଆସିବାରୁ ଶେଷରେ ପରିବାର ଲୋକେ ଭାରରେ ବୋହି ପ୍ରାୟ ୧୪ କିଲୋମିଟର ପେଡିପଦର ଛକ ପର୍ଯ୍ୟନ୍ତ ବୋହି ନେଇଯାଇଥିଲେ ପରେ ସେଠାରୁ ଏକ ଅଟୋ ଯୋଗେ କଲ୍ୟାଣୀ ସିଂହପୁର ଡାକ୍ତର ଖନାକୁ ନେଇ ଭର୍ତ୍ତି କରିଥିବା ଜଣାପଡିଛି। ଅନ୍ଯପକ୍ଷରେ ଗାଁ କୁ ରାସ୍ତା ନିର୍ମାଣ ନେଇ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିଆସୁଛନ୍ତି ହେଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଯୋଗୁଁ ଏଭଳି ଚିତ୍ର ବାରମ୍ବାର ସାମ୍ନାକୁ ଆସିବାରେ ଲାଗିଛି। ତେବେ ଏମାନଙ୍କ ଦୁଃଖ ଆଉ କେତୋଟି ନିର୍ବାଚନ ଗଲାପରେ ଦୂର ହେବ ବୋଲି ବିଭିନ୍ନ ମହଲରେ ଆଲୋଚନାର ବିଷୟ ପାଲଟିଛି। ତେବେ ଅନେକ ସମୟରେ ଏହିଭଳି ଚିତ୍ରକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଆସୁଅଛି ତଥାପି ଶାସକ ଦଳର ନେତାଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ନହେବା ହିଁ ମୂଖ୍ଯ କାରଣ ବୋଲି ଜନସାଧାରଣ ଦୁଃଖର ସହ ପ୍ରକାଶ କରିଥିବା ଜଣାପଡିଛି।

କଳା ହାଣ୍ଡି ଜିଲ୍ଲା ଥୁଆ ମୂଳ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ