।। ବାନେର ଲଡୁଗାଁ ରାସ୍ତା ନିର୍ମାଣ ଦାବିରେ ୧୨ ଘଣ୍ଟିଆ ରାସ୍ତା ରୋକ ।।

Feb 19, 2024 - 20:59
 0  10
।। ବାନେର ଲଡୁଗାଁ ରାସ୍ତା ନିର୍ମାଣ ଦାବିରେ ୧୨ ଘଣ୍ଟିଆ ରାସ୍ତା ରୋକ ।।

କଲହାଣ୍ଡି ଜିଲ୍ଲା ଜୟପାଟଣା ଓ ବାନେର କୋକସରା ବ୍ଲକ କୁ ସଂଯୋଗ କରୁଥିବା ବାନେର ଲଡୁଗାଁ ମୁଖ୍ଯ ରାସ୍ତା ସଂଯୋଗ ବର୍ଷ ବର୍ଷ ଧରି ଅବହେଲିତ ଭାବରେ ପଡି ରହି ଥିବାରୁ ଯାତାୟାତ ରେ ଅନେକ ଅସୁବିଧା ହେଉଥିଲେ ମଧ୍ଯ ତାହାର ସ୍ଥାୟୀ ବ୍ୟବସ୍ଥା ହେଉନଥିବା ହେତୁ ଉତ୍ୟକ୍ତ ଜନତା ଙ୍କୁ ଶେଷରେ ଆନ୍ଦୋଳନର ପନ୍ଥା କରିବାକୁ ପଡିଛି। ଏହି ରାସ୍ତାର ଆନ୍ଦୋଳନ ରେ ଜୟପାଟଣା ବ୍ଲକ ର ୬ଟି ପନ୍ଚାୟତ ସହ କୋକସରା ବ୍ଲକ ର ପ୍ରଭାବିତ ଅନ୍ଚଲ ମଧ୍ଯ ଆନ୍ଦୋଳନ କୁ ସମର୍ଥନ କରୁଥିବା ସୁଚନା ମିଲିଛି। ସ୍ୱାଧୀନତା ପରବର୍ତ୍ତୀ ସମୟରୁ ବାନେର ଲଡୁଗାଁ ୧୪ କିଲୋମିଟର ସଡକ ଏବେ ମରଣଯନ୍ତା ପାଲଟିଥିବା ବେଲେ ଲୋକଙ୍କ ବାରମ୍ବାର ଅଭିେଯାଗ ଓ ସମସ୍ୟା ଗଣମାଧ୍ୟମ ର ବିଭିନ୍ନ ପ୍ରତି କ୍ରିୟା ସତ୍ତ୍ବେ କେହି କର୍ଣ୍ଣପାତ କରିନଥିବା ହେତୁ ଲୋକଙ୍କ ମଧ୍ଯ ର୍ କ୍ଷୋଭ ବଢି ଚାଲିଛି। ଏହି ରାସ୍ତା ଲାଞିଗଡ ବିଧାୟକ ପ୍ରଦିପ କୁମାର ଦିଶାରୀ ଓ ଧର୍ମଗଡ଼ ବିଧାୟକ ମୌଷଧୀ ବାଗ ଙ୍କ ନିର୍ବାଚନ ମଣ୍ଡଳୀ କୁ ସଂଯୋଗ କରୁଥିବା ସହNHକୁ ସଂଯୋଗ କରୁଥିବା ରୁ ଏହି ରାସ୍ତା ଲୋକଙ୍କ ଦ୍ୱାରା ସର୍ବାଧିକ ବ୍ୟବହ୍ରୁତ ହୋଇ ଥାଏ। ଏକ ସମ୍ବେଦନଶୀଳ ସଡକ ହୋଇଥିବା ସତ୍ତ୍ବେ ଏହି ସଡକ କାମ କରିବା ପରିବର୍ତେ ପୁର୍ତବିଭାଗ ସମସ୍ୟାର ସ୍ଥାୟୀ ସମାଧାନ ନକରି ଧର୍ମ କୁ ଆଖିଠାର ନିତି ରେ ଠିକାଦାର କୁ ପୋଷା ଚାଲିଥିବା ଲୋକେ ଅଭିେଯାଗ କରିଛନ୍ତି। ମିଲିଥିବା ସୁଚନା ଅନୁସାରେ ଗତବର୍ଷ ଏହି ସଡକ ନିର୍ମାଣ ପାଇଁ ପୁର୍ତବିଭାଗ ୧୪ କୋଟି ଟଙ୍କା ର ଟେଣ୍ଡର ଆହ୍ବାନ କରିଥିଲା। ସେହି ଟେଣ୍ଡର କୁ ସାକ୍ଷ ଦେବା ପାଇଁ ଲାଞିଗଡ ବିଧାୟକ ଗତବର୍ଷ ତରବରିଆ ସ୍ତିତିରେ ଭୁମିପୁଜନ ମଧ୍ଯ କରିଥିଲେ। ଏଥି ମଧ୍ଯ ରେ ବର୍ଷେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ଯ ଆଜି ପର୍ୟ୍ଯନ୍ତ କୌଣସି କାର୍ୟ୍ଯ ଆରମ୍ଭ ନହୋଇ ଏମିତି ପଡି ରହିଥିବା ଲୋକେ ଅଭିେଯାଗ କରିଛନ୍ତି। ଏ ସଂକ୍ରାନ୍ତ ରେ ବିଭାଗୀୟ ଯନ୍ତ୍ରୀ ଙ୍କୁ ପଚାରିବାରୁ ଏହି ସଡକ ପାଇଁ କେହି ଯଣେ ଠିକାଦାର ମାନ୍ୟବର ହାଇକୋର୍ଟ ଙ୍କ ଠାରେ ଅଭିେଯାଗ କରି ଥିବାରୁ ଏହି କାର୍ୟ୍ଯ ବନ୍ଦ ରହିଛି ବୋଲି ପ୍ରକାଶ କରିଥିଲେ। ଆନ୍ଦୋଳନ ପାଲନ ଚାଲିଥିବା ରେ ଜୟପାଟଣା ବ୍ଲକ ର ବାନେର, ଭଇଂରିପାଲି, ରେଂଗାଲପାଲି, ଉଛୁଲା, ବଡପଜାରିଗୁଡୀ ପନ୍ଚାୟତ ର ସହ ଶହ ଜନତା ଆନ୍ଦୋଳନ ରେ ସାମିଲ୍ ହୋଇ ଥିଲେ। ଏତତ୍ ବ୍ୟତିତ ସଂପ୍ରୁକ୍ତ ଅନ୍ଚଲର ସରପଂଚ ତଥା ପୁର୍ବ ଅଧ୍ଯକ୍ଷ ମାନେ ମଧ୍ଯ ସମର୍ଥନ କରିଥିବା ବାନେର କଲାହାଣ୍ଡି ସେନା ଓ ଆଦିବାସୀ ସଂଘ ମଧ୍ଯ ସମର୍ଥନ ଜଣାଇ ଆନ୍ଦୋଳନ ରେ ସାମିଲ ହୋଇ ଥିଲେ। ପରେ ଧର୍ମଗଡ଼ ଉପଜିଲ୍ଲାପାଳ ଆସି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟି ଥିଲା।

କଲାହାଣ୍ଡି ଜିଲ୍ଲା ରୁ ରଜନୀ କାନ୍ତ ଶଗଡ଼ିଆ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ