ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ନେଇ ବଜରଙ୍ଗ ଦଳର ପ୍ରତିବାଦ ଶୋଭାଯାତ୍ରା

Dec 28, 2025 - 16:08
 0  1
ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ନେଇ ବଜରଙ୍ଗ ଦଳର ପ୍ରତିବାଦ ଶୋଭାଯାତ୍ରା

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): ବାଂଲାଦେଶର ଢାକାଠାରେ ୧୮ ଡିସେମ୍ବରରେ ଇସଲାମ କଟରବାଦୀମାନେ ବାଂଲାଦେଶର ହିନ୍ଦୁ ଯୁବକ ଦୀପୁ ଦାସଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥାରେ ଗଛରେ ଝୁଲାଇ ପୋଡ଼ି ହତ୍ୟା କରିଥିବା ଘଟଣାକୁ ନେଇ ସାରା ଭାରତରେ ବିକ୍ଷୋଭ ପ୍ରଦର୍ଶନ ହେଉଛି। ଏହି କ୍ରମରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ସହରରେ ମଧ୍ୟ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରତିବାଦ ଶୋଭାଯାତ୍ରା ଦେଖିବାକୁ ମିଳିଛି। କନ୍ଧମାଳ ଜିଲା ବଜରଙ୍ଗ ଦଳ ଜିଲା ସଭାପତି ପ୍ରମୋଦ ପାଣିଗ୍ରାହୀଙ୍କ ନେତୃତ୍ୱରେ ଜି.ଉଦୟଗିରି ବଜରଙ୍ଗ ଦଳ ସଂଯୋଜକ ଆଶିଷ କାନ୍ଦି, ସହ ସଂଯୋଜକ ଜିତେନ୍ଦ୍ର ନାୟକ, ରବିନ୍ଦ୍ର ଦାସଙ୍କ ସମେତ ଦଳର କର୍ମକର୍ତ୍ତା ମାନେ ବାଂଲାଦେଶରୁ ବେଆଇନ ଭାବେ ଆସିଥିବା ମୁସଲମାନ ଓ ରୋହିଙ୍ଗିଆ ମାନଙ୍କୁ ଦେଶ ତଥା ଆମ ଅଞ୍ଚଳରୁ ବାହାରି ଯିବା ପାଇଁ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଶେଷରେ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଜିଲା ସଭାପତି ମୃତ ହିନ୍ଦୁ ଯୁବକ ଦୀପୁ ଦାସଙ୍କ ପ୍ରତି ହୋଇଥିବା ଅମାନୁଷିକ ହତ୍ୟା ବିଷୟରେ କହିବା ସହ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କର୍ମକର୍ତ୍ତା ମହମ୍ମଦ ୟୁନୁସଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ବାଂଲାଦେଶୀ ହିନ୍ଦୁ ମାନଙ୍କ ଉପରେ ଇସଲାମ କଟରବାଦୀ ମାନଙ୍କ ଅତ୍ୟାଚାର ନେଇ ଘୋର ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଥିଲା। କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ