।। ବଲାଙ୍ଗୀର ର ଶାନ୍ତିପଡ଼ାରେ ହନୁମାନ, ଗଣେଶ ଓ ଶନିଦେବ ମନ୍ଦିର ପ୍ରତିଷ୍ଠା ।।

May 19, 2023 - 18:46
May 19, 2023 - 18:48
 0  13
।। ବଲାଙ୍ଗୀର ର ଶାନ୍ତିପଡ଼ାରେ ହନୁମାନ, ଗଣେଶ ଓ ଶନିଦେବ ମନ୍ଦିର ପ୍ରତିଷ୍ଠା ।।

ଆଜି ବଲାଙ୍ଗୀର ଜିଲ୍ଲାର ଶାନ୍ତିପଡ଼ାରେ ସ୍ଥାନୀୟ ଟାଇଗର ଇୟୁଥ କ୍ଲପ ତରଫରୁ ଏକାକାଳୀନ ହନୁମାନ ମନ୍ଦିର, ଗଣେଶ ମନ୍ଦିର ଓ ଶନିଦେବଙ୍କର ମନ୍ଦିର ପ୍ରତିଷ୍ଠା କରାଯାଇଛି l ଏଥିରେ ପ୍ରମୁଖ ଭାବେ ରମାକାନ୍ତ ପଧାନ, ଦମୟନ୍ତୀ ପଧାନ, ଦେବରାଜ ପଟ୍ଟନାୟକ, ରଂଜିତା ପଟ୍ଟନାୟକ, ଲକ୍ଷ୍ମୀପତି ନାଥ, ଶୋଭାଗିନୀ ନାଥ, ସୁଶାନ୍ତ ଗଡୁଆ, ରାଜେଶ୍ୱରୀ ଗଡୁଆ, ସନ୍ତୋଷ ବରିହା, ଲିଳିମା ବରିହା, ପରମା ସାହୁ, ସରିତା ସାହୁ ପ୍ରମୁଖ ଯଂଜ୍ଞ କର୍ତ୍ତା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ l ତଥା ସ୍ଥାନୀୟ ସମ୍ମାନିତ ବ୍ୟକ୍ତିମାନେ ଅନ୍ୟାନ୍ୟ କାର୍ଯ୍ୟରେ ସହଯୋଗ କରିଥିଲେ l ସମସ୍ତ ଶ୍ରଦ୍ଧାଳୁ ନିଜର ମନ ଖୋଲି ମୁକ୍ତ ହସ୍ତରେ ଦାନ ଦକ୍ଷିଣା, ସାହାଯ୍ୟ ସହଯୋଗର ହାତ ବଢ଼ାଇ ଉକ୍ତ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ କରିଛନ୍ତି l ଏହି ଉପଲକ୍ଷେ 16 ପହରୀ ନାମଯଂଜ୍ଞ ସହିତ ଜ୍ଞାନଯଂଜ୍ଞ, ଧ୍ୟାନଯଂଜ୍ଞ, ଜପଯଂଜ୍ଞ କରାଯାଇ ତିନି ମୂର୍ତ୍ତିଙ୍କୁ ତିନୋଟି ମନ୍ଦିରରେ ସ୍ଥାପନା କରାଯାଇଛି l ଏହି କାର୍ଯ୍ୟକ୍ରମରେ 3ଦିନ ଧରି 30 ହଜାରରୁ ଅଧିକ ଲୋକଙ୍କ ପାଇଁ ଅନ୍ନଭୋଗ ବଣ୍ଟନ କରାଯାଇଛି l ମନୋରଞ୍ଜନ ପାଇଁ ମିନାବଜାର, ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଶ୍ରଦ୍ଧାଳୁଙ୍କ ପାଇଁ ଅନବରତ ଦହି ପାଣି ଓ ସାଧା ପାଣିର ବ୍ୟବସ୍ଥା ହୋଇଛି l ଏଥିରେ ହଜାର ହଜାର ମାତ୍ରାରେ ଭକ୍ତବୃନ୍ଦ ନିକଟସ୍ଥ ଶାନ୍ତିପଡ଼ା, ଲାଳଟିକ୍ରା, ସଦେଇପାଲି, ଲାର୍କିପାଲି, ଚନ୍ଦ୍ରଶେଖର ନଗର, ଖଇରାପଡା, ଖରସେଲପଡା, କାନ୍ଧପାଲି ସହିତ ଅନେକ ଦୂର ଦୁରାନ୍ତରରୁ ଆସି ଭକ୍ତଗଣ ଯୋଗଦାନ ଓ ଅର୍ଣ୍ଣ ପ୍ରସାଦ ଗ୍ରହଣ କରି ଆନନ୍ଦ ଉପଭୋଗ କରିଥିଲେ l

।। ବଲାଙ୍ଗୀର ରୁ ମିହିର ପଟ୍ଟନାୟକ ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ରିପୋର୍ଟ  କୋରାପୁଟ ପ୍ରଥମ ଖବର।।

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ