।। ବଲଙ୍ଗି ପ୍ରାଥମିକ ବିଦ୍ୟାଳୟ ଚାଲିଛି ଗୋଟିଏ କୋଠରୀରେ ପାଞ୍ଚଟି ଶ୍ରେଣୀ ର ଛାତ୍ରଛାତ୍ରୀ ।।

Oct 13, 2023 - 21:39
 0  36
।। ବଲଙ୍ଗି ପ୍ରାଥମିକ ବିଦ୍ୟାଳୟ ଚାଲିଛି ଗୋଟିଏ କୋଠରୀରେ ପାଞ୍ଚଟି ଶ୍ରେଣୀ ର ଛାତ୍ରଛାତ୍ରୀ ।।

ଥୁଆମୂଳ ରାମପୁର : ଶିକ୍ଷାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି।ଏହା ସତ୍ତ୍ବେ ଅଧିକାଂଶ ବିଦ୍ୟାଳୟ ଅବହେଳିତ ତଥା ଅବ୍ୟବସ୍ଥା ମଧ୍ୟ ଦେଇ ଗତି କରୁଥିବା ଦେଖିବାକୁ ମିଳିଛି।ଗୋଟିଏ ପଟରେ 5T ଭଳି ଯୋଜନା ମାଧ୍ୟମରେ ବିଦ୍ୟାଳୟ ଗୁଡିକର ଉନ୍ନତି କରଣ କରାଯାଉଛି। ହେଲେ ଅନ୍ୟ ପଟରେ ଅବହେଳିତ ଅବସ୍ଥାରେ ରହିଯାଇଛି ପ୍ରାଥମିକ ଶିକ୍ଷାର ପାରିପାର୍ଶ୍ବିକ ବିକାଶର ବ୍ୟବସ୍ଥା।ଏଭଳି ଅବ୍ୟବସ୍ଥା ଯୋଗୁଁ ଅନ୍ଧାରରେ କୋମଳମତୀ ଛୁଆଙ୍କ ଭାଗ୍ୟ ଓ ଭବିଷ୍ୟତ।କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ସରକାରୀ ପ୍ରାଥମିକ ବିଦ୍ୟାଳୟ ବଲଙ୍ଗି ହେଉଛି ଏକ ଉଦାହରଣ।୧୯୬୮ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟର ପୁରୁଣା ବିଦ୍ୟାଳୟ କୋଠା ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଯୋଗୁଁ ଉକ୍ତ ବିପଦ ପୂର୍ଣ୍ଣ କୋଠାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି।ହେଲେ ଆଉ ଏକ ଅତିରିକ୍ତ ଶ୍ରେଣୀ ଗୃହର ଏକମାତ୍ର କୋଠରୀରେ ଚାଲିଛି ପ୍ରଥମରୁ ପଞ୍ଚମ ଶ୍ରେଣୀର ପାଠପଢା।ଚଳିତ ବର୍ଷ ଏହି ପାଞ୍ଚଟି ଶ୍ରେଣୀର ମୋଟ ୩୮ ଜଣ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରୁଛନ୍ତି।ଯେଉଁଥିରେ ଦୁଇଗୋଟି ଶିକ୍ଷକ ନିଯୁକ୍ତ ହୋଇଛନ୍ତି।ହେଲେ ଗୋଟିଏ ଶ୍ରେଣୀ କୋଠରୀରେ ପାଞ୍ଚଟି ଶ୍ରେଣୀର ଛୁଆଙ୍କୁ କିଭଳି ଶିକ୍ଷାଦାନ ଦିଆଯାଉଛି ଏବଂ ଛାତ୍ରଛାତ୍ରୀ ମାନେ କିଭଳି ଶିକ୍ଷା ଗ୍ରହଣ କରୁଥିବେ ଯାହା ବିଡମ୍ବନାର ବିଷୟ।ଏକ ବିଶୃଙ୍ଖଳିତ ବ୍ୟବସ୍ଥା ମଧ୍ୟରେ କୋମଳମତୀ ଛୁଆଙ୍କ ଭବିଷ୍ୟତ କେଉଁ ଆଡକୁ ଯିବ ସାଧାରଣରେ ବଡ ପ୍ରଶ୍ନ ହୋଇ ଠିଆହୋଇଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ