ବରିଷ୍ଠ ନାଗରିକ ସଂଘର ମିତ୍ର ସଙ୍ଗମ ଆସର କାର୍ଯ୍ୟକ୍ରମ

Jan 26, 2026 - 10:18
 0  3
ବରିଷ୍ଠ ନାଗରିକ ସଂଘର ମିତ୍ର ସଙ୍ଗମ ଆସର କାର୍ଯ୍ୟକ୍ରମ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଗାୟତ୍ରୀ ଶକ୍ତି ପୀଠରେ ବରିଷ୍ଠ ନାଗରିକ ସଂଘ ତରଫରୁ ଏକ ମିତ୍ର ସଙ୍ଗମ ଆସର କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆଇଟିଡିଏର ପ୍ରକଳ୍ପ ଅଧିକାରୀ କୃପାସିନ୍ଧୁ ବେହେରା, ମୁଖ୍ୟବକ୍ତା ଭାବେ ଉପଖଣ୍ଡ ସମାଜ ସୁରକ୍ଷା ଅଧିକାରୀ ଶ୍ରୀମତୀ ମମିତା କୁମାରୀ ପ୍ରଧାନ, ସମ୍ମାନିତ ଅତିଥି ଭାବେ ବାଲିଗୁଡା ଥାନା ଅଧିକାରୀ ଶିବ ରଞ୍ଜନ ସିଂହ ପ୍ରମୁଖ ଉପସ୍ଥିତ ରହି ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ବରିଷ୍ଠ ନାଗରିକ ମାନେ ସମାଜର ଗୋଟିଏ ଗୋଟିଏ ରତ୍ନ ସଦୃଶ ବୋଲି ମତ ରଖିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ବକେଟ ବଲ୍, ମିଉଜିକ ଚେୟାର , କୁଇଜ୍ ପ୍ରତିଯୋଗିତା କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା l ସଂପାଦକ ମନ୍ମଥ କୁମାର ରାଉଳଙ୍କୁ ସମ୍ମାନିତ କରାଯାଇଥିଲା। ମଧ୍ୟାହ୍ନ ଭୋଜନ କରାଯାଇ ଆନନ୍ଦ ଉଲ୍ଲାସ ମଧ୍ୟରେ ମିତ୍ର ସଙ୍ଗମ ଆସର କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ସଂଘର ସଭାପତି ଚିନ୍ତାମଣି ମିଶ୍ର, ସଂପାଦକ ମନ୍ମଥ କୁମାର ରାଉଳ , ଆଲୋଚକ ଡ.ମଧୁସୂଦନ ମହାପାତ୍ର, ଉପସ୍ଥିତ ଥିବା ବେଳେ ପ୍ରହଲ୍ଲାଦ ପ୍ରସାଦ ଲେଙ୍କା ସଭା ପରିଚାଳନା କରିଥିଲେ l ଶେଷରେ ଲିଙ୍ଗରାଜ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ