ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ

Jan 16, 2026 - 20:18
 0  18
ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ

ମାଲକାନଗିରି, ୧୬/୧/୨୬: ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅଧୀନରେ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ନେବା ନିମନ୍ତେ ମାଲକାନଗିରି ଜିଲ୍ଲାରୁ ତୀର୍ଥ ଯାତ୍ରୀଙ୍କୁ ନେଇ ଏକ ବସ୍ ରାୟଗଡ଼ା ଅଭିମୁଖେ ଯାତ୍ରା କରିଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ଏହି ତୀର୍ଥ ଯାତ୍ରୀ ବସ୍ କୁ ପତାକା ଦେଖାଇ ଉଦଘାଟନ କରିଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଓ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ ଉପସ୍ଥିତ ରହି ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜିଲ୍ଲାପାଳ ବରିଷ୍ଠ ନାଗରିକଙ୍କ ସୁଖଦ ଯାତ୍ରା ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି। କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର ତୀର୍ଥଯାତ୍ରୀ ରାୟଗଡା ରେଳ ଷ୍ଟେସନରୁ ବାରାଣାସୀ ଓ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ। ଆଜି ସମସ୍ତ ୭୫ ଜଣ ତୀର୍ଥଯାତ୍ରୀ ଓ ୨ ଜଣ ସହଯୋଗୀ ଅଧିକାରୀ ରାୟଗଡ଼ା ପହଞ୍ଚିବେ ଏବଂ ଆସନ୍ତାକାଲି ବାରାଣସୀ- ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ। ଯାତ୍ରୀଙ୍କର ସୁଖଦ ଯାତ୍ରା ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଆ ଯାଇଛି। ଆଜି ସମସ୍ତ ଯାତ୍ରୀ ଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ତୀର୍ଥ ଯାତ୍ରୀ ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ହରେକୃଷ୍ଣ କିର୍ତ୍ତନିଆ ଓ ରଞ୍ଜନ ମହାନ୍ତି ଏଥିରେ ସହଯୋଗ କରିଥିଲେ । ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ ଓ ସନ୍ତୋଷ ବିଶ୍ୱାସ ଯାତ୍ରା ନିମନ୍ତେ ଆବଶ୍ୟକ ବୈଷୟିକ ସହାୟତା ଯୋଗାଇ ଦେଇଥିଲେ। ଜିଲ୍ଲା ରାଜସ୍ୱ କର୍ମଚାରୀ ରବୀନ୍ଦ୍ର ନାୟକ ଓ କ୍ରୀଡ଼ା ଶିକ୍ଷୟତ୍ରୀ ବବିତା ମହାନ୍ତି ସମସ୍ତ ତୀର୍ଥ ଯାତ୍ରୀଙ୍କ ସହାୟତା ନିମନ୍ତେ ଏସ୍କର୍ଟ ଅଧିକାରୀ ଭାବେ ଯାତ୍ରା କରୁଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ