।। ବନ୍ଦଗୁଡା ଗ୍ରାମରେ ଶିବ ମନ୍ଦିର ପ୍ରତିଷ୍ଠା ।।

May 11, 2024 - 12:04
 0  19
।। ବନ୍ଦଗୁଡା ଗ୍ରାମରେ ଶିବ ମନ୍ଦିର ପ୍ରତିଷ୍ଠା ।।

ସୁନାବେଡ଼ା ୧୦/୦୫/୨୪ (ଫାଷ୍ଟ ନ୍ୟୁଜ ଓଡ଼ିଶା) କୋରାପୁଟ ଜିଲ୍ଲା, କୋରାପୁଟ ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ପଞ୍ଚାୟତ ନିକଟସ୍ଥ ବନ୍ଦଗୁଡା ଗ୍ରାମରେ ଆଜି ଶିବ ମନ୍ଦିର ପ୍ରତିଷ୍ଠା ହାଇଯାଇଛି ।ଏଠାର ପୂଜାର୍ଚ୍ଚନା ସମୟରେ ଉପସ୍ଥିତ ଥିଲେ ବନ୍ଦଗୁଡ଼ା ଗ୍ରାମର ଜଗୁ ପାଙ୍ଗି,, ଭାସ୍କର ପାଙ୍ଗି, ଚୈତ୍ୟନ୍ୟ ପାଙ୍ଗି,ଏବଂ ଚଉଗାଁ ଗ୍ରାମରୁ ଭୀମସେନ ଖରା, ଅର୍ଜୁନ ଖରା, ଓ ଚେରଙ୍ଗା ଗୁଡା ଗ୍ରାମରୁ ପିତାମ୍ବର ଖିଲ ଖଗପତି ଜାନୀ , ମାଳିଗୁଡ଼ା ରାମ ନାଇକ ଘାଟଗୁଡା ରୁ ଜଗନ୍ନାଥ ଗୌଡ଼ ଙ୍କ ସମେତ ଭକ୍ତ ମାନେ ସବୁ ଉପସ୍ଥିତ ଥିଲେ ।ସନ୍ଦ୍ୟା ୬ଘଟିକା ପରେ ପୂଜାର୍ଚ୍ଚନା ସମାପ୍ତ ହାଇଥିଲା ଏବଂ ଉକ୍ତ ଏରିଆର ୮ଗୋଟି ଗ୍ରାମରୁ ଆସିଥିବା ଭକ୍ତଙ୍କ ସମେତ ଯୁବା ଯୁବତୀ ମାନଙ୍କ ମନରଞ୍ଜନ ନିମନ୍ତେ ରାତ୍ରି ସମୟରେ ଏକ ନାଟକ ର ଆୟୋଜନ କରାଯାଇଥିଲା ।ଉକ୍ତ ନାଟକ ଟି ମାଲକାନଗିରି ଜିଲ୍ଲାରୁ ଅଣାଯାଇଥିଲା ଏଠାରେ ଭଳିଣ୍ଟର ଦାୟିତ୍ୱ ରେ ତିନି ଗୋଟି ଗ୍ରାମ ତଥା ବନ୍ଦ ଗୁଡା, ଚଉଗାଁ, ଚେରଙ୍ଗା ଗୁଡ଼ା ଗ୍ରାମର ଯୁବକ ମାନଙ୍କୁ ଦିଆଯାଇଥିଲା ।ପ୍ରାୟ ୩୦୦୦ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ରାତ୍ରି ସମୟରେ ନାଟକ ଦେଖି ମନରଞ୍ଜନ କରିଥିଲେ ।ଅତି ସୁନ୍ଦର ଓ ଭାବେ ଶାନ୍ତି ଶୃଙ୍ଖଳା ରେ ରାତ୍ରି ସମୟ କଟାଇ ଥିଲେ ଶ୍ରଦ୍ଧାଳୁ ।

କୋରାପୁଟ ରୁ ରୂପ ଖୋରାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ