।। ବନ ବିଭାଗୀୟ ଅଧିକାରୀଙ୍କ ବିଶ୍ଵ ପରିବେଶ ଦିବସ ପାଳିତ ।।

Jun 7, 2023 - 11:54
 0  8
।। ବନ ବିଭାଗୀୟ ଅଧିକାରୀଙ୍କ ବିଶ୍ଵ ପରିବେଶ ଦିବସ ପାଳିତ ।।

ବୈପାରିଗୁଡ଼ା ବନାଞ୍ଚଳ ଅଧିକାରୀ ସନ୍ଦ୍ୱିପ୍ ପାଣିଗ୍ରାହୀଙ୍କ ତତ୍ତ୍ଵାବଧନରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ବୈପାରିଗୁଡ଼ା ବ୍ଲକ କଲାର୍ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଟିଆଗୁଡ଼ା ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଲାର୍ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ମତି ଜୟନ୍ତୀ ନାୟକ , ବନ ସୁରକ୍ଷା ସମିତିର ସଦସ୍ୟ ଏବଂ ବୈପାରିଗୁଡ଼ା ବନାଞ୍ଚଳର ସମସ୍ତ ବନ ବିଭାଗୀୟ କର୍ମଚାରୀ , ପାରା କର୍ମଚାରୀ, ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ। ପ୍ରଥମେ ଗାଁ ଭିତରେ ରାଲି କରିବା ସହ ଗଛ ଲଗେଇବା , ଜଙ୍ଗଳ ସୁରକ୍ଷା କରିବା ଗାଁର ପରିବେଶକୁ ସଫା ରଖିବା ନେଇ ଲୋକଙ୍କୁ ସଚେତନ କରିଥିଲେ। ଏବଂ ବନ ବିଭାଗର କର୍ମଚାରୀ ସମେତ ଜଟିଆ ଗୁଡ଼ା ଗ୍ରାମବାସି ମିଳିତ ଭାବେ ବୃକ୍ଷ ରୋପଣ କରିଥିଲେ।

ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ