।। ବଡ କର୍ଲାକୋଟ ପଞ୍ଚାୟତ ରେ ମିନି ଶ୍ରୀ ରାମ ।।

Jan 23, 2024 - 06:05
 0  13
।। ବଡ କର୍ଲାକୋଟ ପଞ୍ଚାୟତ ରେ ମିନି ଶ୍ରୀ ରାମ ।।

ଆଜି ଶ୍ରୀ ରାମ ନବମୀ ଦେଶର କୁଣ ଅନୁକୁଣ ରେ ପାଳନ ହେଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ବଡକର୍ଲାକୋଟ ରାସ୍ତା ଉପରେ ଛୋଟ ଛୋଟ ଛୁଆଙ୍କୁ ରାମ ଚରିତ୍ର ରେ ସଜେଇ କୀର୍ତ୍ତନ କରି ରାମନବମୀ ପାଳନ କରିବା ଦେଖିବାକୁ ମିଳିଛି। ଏଠାରେ ଛୋଟ ଛୋଟ ଛୁଆଙ୍କୁ ରାମ ରୂପରେ ସଜେଇ କୀର୍ତ୍ତନ ବାଜା ବଜାଇବା ସହିତ ପାଦ ଭ୍ରମଣ କରୁଥିବାର ଦେଖିବାର ଦୃଶ୍ୟ ଅତିସୁନ୍ଦର ଭାବରେ ଯେମିତି ରାମ ରାଜା ନିଜର ସନ୍ୟଗଣ ଏବଂ ପ୍ରଜଙ୍କୁ ଘେନି ଅଯୋଧ୍ୟା ନଗରୀ ଭ୍ରମଣ କରୁଛନ୍ତି। ରାମ, ଲକ୍ଷ୍ମଣ, ସୀତା ଙ୍କ ସହ ହନୁମାନ ମଧ୍ୟ ସାଥିରେ ଥିବାର ଦେଖିବାକୁ ମିଳିଛି।ଏହି ଦୃଶ୍ୟ ଦେଖି ଲୋକଙ୍କ ମନରେ ଆନନ୍ଦିତ ଭରିଯାଇଛି।

 କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ କୋରାପୁଟ ପ୍ରଥମ ଖବର ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ