।। ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ।।

Aug 18, 2023 - 17:07
 0  11
।। ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ।।

ନୂଆପଡା ଜିଲ୍ଲା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଚାଲିଥିବା ୧୪ ତମ ରାଜା ଅନୁପ ସିଂ ଦେଓ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି l

ଫାଇନାଲ ମ୍ୟାଚ ଜୋରାବନ୍ଦ ଏବଂ ଜାମଖୁଣ୍ଟା ଦଳ ମଧ୍ଯରେ ହୋଇଥିଲା l ନିର୍ଦ୍ଧାରିତ ସମୟ ଖେଳରେ ଜାମଖୁଣ୍ଟା ଏବଂ ଜୋରାବନ୍ଦ ଦଳ ୧ -୧ ଗୋଲ ଦେବାରୁ ମ୍ୟାଚ ଡ୍ର ରହିଥିଲା l

ପରେ ୫ -୫ ମିନିଟ ଅତିରିକ୍ତ ସମୟ ମଧ୍ୟ ରେ କେହି କାହାରିକୁ ଗୋଲ ଦେଇ ପାରି ନ ଥିଲେ। ପରେ ପେନାଲଟି ସୁଟ ଜରିଆରେ ଜାମଖୁଣ୍ଟା ଦଳ ୪-୨ ଗୋଲ ବ୍ୟବଧାନ ରେ ବିଜୟୀ ହୋଇ ଚମ୍ପିୟାନ ହୋଇ ଥିଲା l

ଟୁର୍ନାମେଣ୍ଟ ର ମୁଖ୍ୟ ଆୟୋଜକ କୁମାର ଅଙ୍କିତ ସିଂ ଦେଓ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉଦଯାପନି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ଏବଂ ସମ୍ମାନୀୟ ଅତିଥି ଭାବରେ ଖଡ଼ିଆଳ ଏନଏସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ପ୍ରମୁଖ ଯୋଗଦେଇ ବିଜୟୀ ଜାମଖୁଣ୍ଟା ଦଳକୁ ନଗଦ ୭ ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ସ ଅଫ ଜୋରାବନ୍ଦ ଦଳ କୁ ନଗଦ ୫ ହଜାର ଟଙ୍କା ସହ ରନର୍ସଅପ ଟ୍ରଫି ପ୍ରଦାନ କରିବା ସହ ଉଭୟ ଟିମ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ l

ମ୍ୟାଚ ଦେଖିବାକୁ ପ୍ରବଳ ଭିଡ ହୋଇଥିଲା। ଏହା ପରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନେତୃତ୍ୱରେ ସିନିଅର ଦଳ ଓ ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦଙ୍କ ନେତୃତ୍ୱରେ ଜୁନିୟର ଦଳ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ମ୍ୟାଚ ଆୟୋଜିତ ହୋଇଥିବା ବେଳେ ଜୁନିୟର ଦଳ ୩-୧ ଗୋଲ ରେ ବିଜୟୀ ହୋଇଥିଲା।ଏଥିରେ ଖଡ଼ିଆଳ ଅଂଚଳର ଅନେକ ବର୍ଷିୟାନ ଖେଳାଳି ଭାଗ ନେଇଥିଲେ।ଏଅବସରରେ ଆସନ୍ତା ସେପ୍ଟେମ୍ବର ମାସରେ ଖଡ଼ିଆଳ ଏନ ଏ ସି ସମେତ ଖଡ଼ିଆଳ, ବୋଡେ଼ନ ଓ ସିନାପାଲି ବ୍ଲକର ୭୩ ଦଳକୁ ନେଇ ଏକ ବିରାଟ ଫୁଟବଲ ମ୍ୟାଚ କରାଯିବ ବୋଲି ବିଧାୟକ ସୂଚନା ଦେଇଥିଲେ।

ନୂଆପଡ଼ାରୁ ବିରବଲ ପ୍ରଧାନଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ