ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

Jan 22, 2026 - 18:56
 0  3
ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

କିର୍ମିରା ୨୨।୧(ଫାଷ୍ଟ ନିଉଜ ଓଡ଼ିଶା) କିର୍ମିରା ବ୍ଳକ ସମନ୍ନିତ ଶିଶୁ ବିକାଶ ବିଭାଗ ପକ୍ଷରୁ କିଶୋର କିଶୋରୀ ମାନଙ୍କୁ ନେଇ ପ୍ରତିଭା ଅନ୍ନେଷଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭାଗର ଅଧିକାରିଣୀ ସଙ୍ଗିତା ଅଢ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବିଡିଓ ଅଭିନାଶ ଲାକ୍ରା, ତହସିଲଦାର ସଞ୍ଜିବ କୁଲୁ,ଜିଲ୍ଲା ସଂଯୋଜକ ସୁହମ ବେରିହା, ସଞ୍ଜୟ କୁମାର ଭୋଇ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ।ବ୍ଲକର ସମସ୍ତ ପଞ୍ଚାୟତରୁ କିଶୋର କିଶୋରୀ ଏଥିରେ ଭାଗନେଇ ଯଥା ବକ୍ତୁତା, କୁଇଜ,ଚିତ୍ରାଙ୍କନ, ନାଚ, ଗୀତ ବିଭିନ୍ନ ପ୍ରତିଯୋଗିତାରେ ନିଜ ପ୍ରତିଭା ଦେଖାଇ ଅତିଥି ମାନଙ୍କରୁ ପୁରସ୍କୃତ ହୋଇଥିଲେ। ସୁପରଭାଇଜର ସନ୍ତୋଷିନୀ ମହାପାତ୍ର ଓ ପୁଷ୍ପଲତା ଭୋଇ, ନିବେଦିତା ବାଗ, ୟୁଗେଶ ସରାଫ,ଲତିକା ପଟେଲ, ମିରା ଭୋଇ,ସନ୍ଦିପ ପ୍ରଧାନ, ଏକାନ୍ତ ପଟେଲ ସହ ସଞ୍ଜୟ ଦାସ ସହଯୋଗ କରିଥିଲେ। ବିପିସି ଅନୁପମା ମିଞ୍ଜ ଧନ୍ୟବାଦ ଦେଇଥିଲେ ।

କିର୍ମିରା ରୁ ଦେବାଶିଷ ସିଂହ ଠାକୁରଙ୍କ ରିପୋର୍ଟଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ