।। ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ।।

ନୂଆପଡା ଜିଲା ଖରିଆର ରୋଡ ସ୍ଥିତ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶବିଦ୍ୟାଳୟ ନବରଙ୍ଗପୁର ଉପ କ୍ଷେତ୍ରୀୟ ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ନିଲମ ଦିଦିଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସ୍ମୃତି ସଭାରେ ଖରିଆର ରୋଡ ଶାଖା ସଞ୍ଚାଳିକା ବ୍ରହ୍ମା କୁମାରୀ ସୁମତି ଦିଦି ଭଉଣୀଙ୍କ ଅଧ୍ଯକ୍ଷତାରେ ସ୍ବର୍ଗତ ନିଲମ ଦିଦିଙ୍କ ଜିବନୀ ଓ ଆଦର୍ଶ ଉପରେ ସ୍ମୃତି ଚାରଣ କରିଥିଲେ । ସେ 1969 ପାଟନା ସ୍ଥିତ ନିଜ ଜୀବନ ଈଶ୍ୱରୀୟ ସେବାରେ ସମର୍ପିତ କରି ଈଶ୍ୱରୀୟ ସେବାରେ ନିଜ ଜୀବନ କୁ ସମର୍ପିତ କରିଥିଲେ l ଦିଦିଙ୍କ ଶ୍ରଦ୍ଧାଞ୍ଜଳି ସଭା ଖରିଆର ରୋଡ ସ୍ଥିତ ବରାମହକୁମାରୀଜ ତରଫରୁ ଶ୍ରଦ୍ଧାଞ୍ଜଳି ସଭା ସୁମତି ଦିଦିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଗୁଣନିଧି ମଲ୍ଲିକ, ଡ଼ିଏସପି ନୂଆପଡା, ସେ ପୂର୍ବରୁ ବ୍ରହ୍ମାକୁମାର ଭଉଣୀଙ୍କ ସଂସ୍ପଶରେ ଆସି ପବିତ୍ରତା ଓ ଶାନ୍ତି ର ଅନୁଭଵ କୁ ପ୍ରକାଶ କରିଥିଲେ l ଖରିଆର ରୋଡ ର ଅନେକ ଗଣମାନ୍ୟ ଓ ବୁଦ୍ଧିଜୀବୀ ଯୋଗ ଦେଇ ହୃଦୟର ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ଏମିତି ମହାନ ବିଭୁତିଙ୍କ ପ୍ରତି ଇଶ୍ୱରିଆ ପରିବାର ଏବଂ ଖରିଆର ରୋଡ ନଗରବାସୀଙ୍କ ତରଫରୁ ଦିଦିଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅନିତା ଦିଦି ପରିଚାଳନନା କରିଥିଲାବେଳେ ସୁମନ ଭଉଣୀ, ରଶ୍ମିତା ଭଉଣୀ, ବାସନ୍ତୀ ଭଉଣୀ ପ୍ରମୁଖ ଯୋଗଦେଇଥିଲାବେଳେ ତପନ ଭାଇ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






