।। ପୋଲିସ-ମାଓବାଦୀ ଗୁଳି ବିନିମୟ ରେ ଜଣେ କ୍ୟାଡର ମାଓବାଦୀ ନିହତ, ଜଣେ ଡିଭିଏଫ ଆହତ ।।

Feb 4, 2024 - 20:39
 0  13
।। ପୋଲିସ-ମାଓବାଦୀ ଗୁଳି ବିନିମୟ ରେ ଜଣେ କ୍ୟାଡର ମାଓବାଦୀ ନିହତ, ଜଣେ ଡିଭିଏଫ ଆହତ ।।

କନ୍ଧମାଳ:(କୋରାପୁଟ ପ୍ରଥମ ଖବର): କନ୍ଧମାଳ ପୋଲିସ କୁ ମିଳିଛି ଏକ ବଡ ସଫଳତା l ଶନିବାର ସନ୍ଧ୍ୟାରେ ପୋଲିସ-ମାଓବାଦୀ ଗୁଳି ବିନିମୟ ରେ ମୃତ୍ୟୁ ବରଣ କରିଥିବା ମାଓବାଦୀର ପରିଚୟ ମିଳିଛି l ସେ କେକେବିଏନ ଡିଭିଜନ ର ଟପ ମାଓ ନେତା ଦାସୁରୁ ବୋଲି ଜଣାପଡିଛି l ରବିବାର ଘଟଣା ସ୍ଥଳରୁ ମାଓବାଦୀର ମୃତ ଦେହକୁ ଫୁଲବାଣୀ ରିଜର୍ଭ ପୋଲିସ ଅଫିସ କୁ ଅଣାଯାଇ ରଖାଯାଇଛି l ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ ଫୁଲବାଣୀରେ ପହଞ୍ଚି ମୃତ ମାଓବାଦୀ କୁ ଦେଖିବା ସହ କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ରଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଭେଟି ଘଟଣା ସମ୍ପର୍କ ରେ ବର୍ଣ୍ଣନା କରିଥିଲେ l ବାଲିଗୁଡା ଥାନା ଅନ୍ତର୍ଗତ କାକେରକୂପା ଓ ଆଖପାଖ ଗାଁ କୁ କିଛି ମାଓବାଦୀ ଆସି ଆସନ୍ତା ନିର୍ବାଚନ କୁ ବିରୋଧ କରିବାକୁ ବାଧ୍ୟ କରି ଧମକ ଚମକ ଦେଉଥିଵା ବିଷୟ ପୋଲିସ ଜାଣିବା ପରେ ଏସଓଜି ଓ ଡିଭିଏଫ ଜବାନଙ୍କ ଦ୍ୱାରା ଉକ୍ତ ଅଞ୍ଚଳରେ କଡାକଡ଼ି ପାଟ୍ରୋଲିଙ୍ଗ କରାଯାଉଥିଲା ଏହି ସମୟରେ ମାଓବାଦୀ ମାନଙ୍କ ପକ୍ଷରୁ ଗୁଳି ଚାଳନା ହୋଇଥିଲା ଏବଂ ଏଥିରେ ଜଣେ ଡିଭିଏଫ ଜବାନ ଆହତ ହୋଇଥିଲେ l ପୋଲିସର ପାଲଟା ଗୁଳିରେ ଜଣେ ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା, ପରେ ପରେ ଘଟଣା ସ୍ଥଳରୁ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ l ଏହାପରେ ପୋଲିସ କମ୍ବିଂ ଅପରେସନ କୁ ଜୋରଦାର କରୁଥିବା ବେଳେ ପୋଲିସ କୁ କିଛି ମାଓ ସାମଗ୍ରୀ ସହ ଏକ ଥ୍ରୀ ନଟ ଥ୍ରୀ ବନ୍ଧୁକ ଏବଂ ଏକ ମାଓବାଦୀ ର ମୃତ ଦେହ ମିଳିଥିଲା l ମୃତ ମାଓବାଦୀ କେକେବିଏନ ଡିଭିଜନ ର ମାଓ ନେତା ଦାସୁରୁ ଓରଫ ଡୁଡୁ ମଣ୍ଡାରୀ, ସେ ଛତିଶଗଡ ଅଞ୍ଚଳ ସୁକୁମା ଗ୍ରାମର ବୋଲି ଜଣାପଡିଥିବା ବିଷୟ ଦକ୍ଷିଣାଞ୍ଚଳ ଆଇଜି ଶ୍ରୀ ପଙ୍କଜ ପ୍ରକାଶ କରିଛନ୍ତି l ସୂଚନାଯୋଗ୍ୟ ଯେ, ମୃତ ମାଓବାଦୀ ଜଣକ କେକେବିଏନ ଡିଭିଜନର ଡିଭିସିଏମ ଭାବେ କାମ କରୁଥିଲା l ଏହି ମୃତ ମାଓବାଦୀଙ୍କ ନାମରେ ସରକାର ଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା l ସେ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ସକ୍ରିୟ ଥିଲା, ତା ନାଁରେ ବିଭିନ୍ନ ଥାନାରେ ୨୨ ଟି କେଶ ଥିଲା. ସେଥି ମଧ୍ୟରୁ ୨୦୧୯ ମସିହା ନିର୍ବାଚନ ବେଳେ ସରକାରୀ କର୍ମଚାରୀ ଲୁଇସିଂ ଅଞ୍ଚଳର ଜିଆରଏସ ସଂଯୁକ୍ତା ଦିଗାଲ କୁ ହତ୍ୟା କରିବା ସହ ରବୀନ୍ଦ୍ର ମଳିକ, ଭବାନୀ ଶଙ୍କର ପାତ୍ର, ହେମନ୍ତ ପାତ୍ର, କୈଳାଶ ଦିଗାଲ, ନୀଳକଣ୍ଠ ମଲ୍ଲିକ ଓ ସୁବଳ କହଁର ଙ୍କ ହତ୍ୟା ଘଟଣାରେ ସାମିଲ ଥିଲା ବୋଲି ଆଇଜି ଶ୍ରୀ ପଙ୍କଜ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ