।। ପୋଖରୀ ହୁଡ଼ା କଟା ହୋଇ କାମ ଠପ୍ ତୁକୁଲା ବାସିନ୍ଦା ପାଣି ପାଇଁ ହନ୍ତସନ୍ତ ।।

Jul 10, 2023 - 20:10
 0  16
।। ପୋଖରୀ ହୁଡ଼ା କଟା ହୋଇ କାମ ଠପ୍ ତୁକୁଲା ବାସିନ୍ଦା ପାଣି ପାଇଁ ହନ୍ତସନ୍ତ ।।

ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ଅନ୍ତରଗତ ତୁକୁଳା ଗାଁ ର ଜଗନ୍ନାଥ ମନ୍ଦିର ସାମ୍ନା ମାଳତୀ ବନ୍ଧ ର ଦୃଶ୍ୟ ଯେଉଁ ପୋଖରୀରେ ଅକାତ ପାଣି ଥିଲା ପୋଖରୀ ଉନ୍ନତି କରଣ ଉଦ୍ଦେଶ୍ୟରେ ପୋଖରୀ ହୁଡ଼ା କାଟି ସମ୍ପୂର୍ଣ ପାଣି ଖାଲି କରି ମନରେଗା ଯୋଜନାରେ ରେ ଗାର୍ଡ ୱାଲ୍ କାମ ଆରମ୍ଭ କରି ଅଧା ରେ ବନ୍ଦ ହୋଇ ପଡ଼ିଛି ମାଟି କାମ ବିଲକୁଲ୍ ବି ହୋଇନାହିଁ ।

ସ୍ଥାନୀୟ ଲୋକ ଅଭିଯୋକ କରୁଛନ୍ତି ଖରା ଯାଇ କି ବର୍ଷା ଦିନ ଆରମ୍ଭ ହେଲା ଗାଧୋଇବା ପାଣି ର ଘୋର ଅସୁବିଧା ହେଉଛି ମାଳତୀ ବନ୍ଧ ଏକମାତ୍ର ସାହା ଭରସା ଥିଲା ଏହି ବନ୍ଧ ର ଉପର ମୁଣ୍ଡରେ ଆରକଟା ପୋଖରୀ ଅଛି ଦୀର୍ଘ ଦିନ ହେଲା ଆବର୍ଜନା ମଇଳା , ସୟୀବାଲ୍ ଅନାବନାଗଛ ରେ ପୋଖରୀ ପୋତି ହୋଇ ଯାଇଛି ।

ଏହି ପୋଖରୀ କୁ ଉନ୍ନତି କରଣ ନ କରି ପାଣି ଭର୍ତ୍ତି ଥିବା ପୋଖରୀ କୁ ପାଣି କାଟି ଗାଁ ର ସ୍ଥାନୀୟ ଲୋକଙ୍କୁ ଜାଣିଶୁଣି ସରପଞ୍ଚ କାମ କରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ତୁକୁଲା ସରପଞ୍ଚ ଶ୍ରୀମତୀ ନୀଳାଦ୍ରି ମେହେର ଙ୍କୁ ପଚାରିବାରୁ ସେ କହିଲେ ଗାଡ୍ ୱାଲ୍ କାମ ଆରମ୍ଭ ହେଲାଣି ଧୀରେ ଧୀରେ ମାଟି କାମ ମଧ୍ୟ କରାଯିବ ବୋଲି ଜଣାଇଲେ ।

ଖଡ଼ିଆଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବିରସେନ ବେହେରା ଙ୍କୁ ପଚାରିବାରୁ କାହିଲେ CFC କାମ ପକାହୋଇଛି କିଛି ଦିନ ଭିତରେ ମାଟି କାମ ଆରମ୍ଭ ହୋଇଯିବ ବୋଲି କହିଲେ ।

ସମସ୍ତ କଥା କୁ ଅନୁଧ୍ୟାନ କଲେ ଜଣା ପଡୁଚ୍ଛି ଆଉ କିଛି ଦିନ ପରେ ବର୍ଷା ହେବ ଓ ମାଟି କାମ ହୋଇପାରିବ ନାହିଁ ଏଣୁ ସରପଞ୍ଚ ଓ ପ୍ରଶାସନ ର ମଧୁଚାନ୍ଦ୍ରିକାରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଚଲୁ କରିବା ପାଇଁ ଏ ସବୁ କାଣ୍ଡ ହେଉଛି ବୋଲି ଅନୁମାନ କରା ଯାଇଛି । ସ୍ଥାନୀୟ ଲୋକ କହିବା ଅନୁସାରେ ଶୀଘ୍ର ମାଟି କାମ କରନ୍ତୁ ନଚେତ୍ ପୋଖରୀ ହୁଡ଼ା କୁ ବନ୍ଦ କରନ୍ତୁ । ନ ହେଲେ ସ୍ଥାନୀୟ ବାସିନ୍ଦା ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଲେ ।

ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ