ପୂର୍ଣ୍ଣଚନ୍ଦ୍ର ଶିଳ୍ପ ତାଲିମ ଅନୁଷ୍ଠାନର ବାର୍ଷିକ ଉତ୍ସବ
ବାରିପଦା, ୯।୨: ଆଗରୁ ଚାଳ ଛପର ମାଟି କାନ୍ଥ ଘର ଶିକ୍ଷା ଅନୁଷ୍ଠାନରେ ଗୁଣାତ୍ମକ ଶିକ୍ଷା ଥାଇ ଭଲ ମଣିଷ ସୃଷ୍ଟି ହେଉଥିଲେ । ଏବେ କଂକ୍ରିଟ ଘରେ ବଡ ମଣିଷ ସୃଷ୍ଟି ହେଉଛନ୍ତି ସିନା ବୌଦ୍ଧିକ ସ୍ତରରେ ଭଲ ମଣିଷ ସୃଷ୍ଟି ହେବା ବିରଳ ଦେଖାଯାଉଛି । ୧୯୩୧ ମସିହାରେ ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଙ୍କ ଦ୍ଵାରା ପ୍ରତିଷ୍ଠିତ ଓଡିଶାର ପ୍ରଥମ ପୂର୍ଣ୍ଣଚନ୍ଦ୍ର ବୈଷୟିକ ଶିକ୍ଷା ତାଲିମ ଅନୁଷ୍ଠାନର ୯୬ତମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠାନର ଅଧ୍ୟକ୍ଷ ହରିଭକ୍ତ ମହାନ୍ତଙ୍କ ସଭାପତିତ୍ବରେ ସୋମବାର ପାଳିତ ହୋଇଛି । ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ଡ ଦୟାସିନ୍ଧୁ ପରିଡା ଯୋଗଦେଇ ବୈଷୟିକ ଶିକ୍ଷା, ଚାକିରୀ ପଛରେ ନ ଗୋଡାଇ ଆତ୍ମନିର୍ଭରଶୀଳ କରାଏ କହିଥିଲେ। ମୁଖ୍ୟବକ୍ତା ଭାବେ ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ଛୋଟ କାମକୁ ବଡ ଭାବି ଯିଏ କରେ ସେ ରଙ୍କରୁ ରାଜା ହୋଇଥାଏ ବୋଲି ବକ୍ତବ୍ୟ ରଖୁଥିଲେ । ସମ୍ମାନିତ ଅତିଥି ଭାବେ ଗଡିଆ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ କୁମାର ଚାନ୍ଦ ଐତିହାସିକ ଅନୁଷ୍ଠାନଟି ଜିଲ୍ଲାପାଇଁ ଆଶାବାଡି ମନ୍ତବ୍ୟ ରଖିଥିବା ବେଳେ ପୂର୍ବତନ ଅଧ୍ୟକ୍ଷ ତଥା ତକତପୁର ଟିଟିଆଇର ଅଧ୍ୟକ୍ଷ ଇଂ କାନ୍ଦନ ମାଝୀ ଯୋଗଦେଇ ବୈଷୟିକ ଶିକ୍ଷା କାମଧେନୁ ସଦୃଶ୍ୟ ବୋଲି କହିଥିଲେ । ସଭା ଶେଷରେ ଅଧ୍ୟକ୍ଷ ପ୍ରଭୁଦଭ ରାଉତ ଧନ୍ୟବାଦ ଦେଇଥିଲେ। ବାର୍ଷିକ କ୍ରୀଡା ପ୍ରତିଯୋଗୀତାର ସଫଳ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭା ପ୍ରାରମ୍ଭରେ ଅତିଥି ଗଣ ଅନୁଷ୍ଠାନ ପରିସରରେ ଥିବା ମହାରାଜା ପୂର୍ଣ୍ଣଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି, ମହାରାଜା ପ୍ରତାପଚନ୍ଦ୍ରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0