।। ପୁରୀ ରେ ସାମୁହିକ ବ୍ରତୋପୟନ ଅନୁଷ୍ଠିତ ସାମିଲ ହେଲେ ଦେଶର ୨୧ଜଣ ବ୍ରାହ୍ମଣ ବାଳକ ।।

May 16, 2023 - 22:41
 0  19
।। ପୁରୀ ରେ ସାମୁହିକ ବ୍ରତୋପୟନ ଅନୁଷ୍ଠିତ ସାମିଲ ହେଲେ ଦେଶର ୨୧ଜଣ ବ୍ରାହ୍ମଣ ବାଳକ ।।

ପୁରୀ ୧୬.୫ ଉତ୍କଳ ବିଦ୍ୱତ ପରିଷଦ ଏବଂ ଆପଣଙ୍କ ସେବାରେ ଅନୁଷ୍ଠାନ ପକ୍ଷରୁ ମିଳିତ ଆନୁକୁଲ୍ୟରେ ପୁରୀ ଗୁଣ୍ଡିଚା ଭକ୍ତ ନିବାସ ପରିସର ରେ ମାଗଣା ବ୍ରତୋପନୟନ ଅନୁଷ୍ଠିତ ହୋଇଛି। ଏହି ପବିତ୍ର ଉତ୍ସବ ରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ , ପୂର୍ବତନ ମନ୍ତ୍ରୀ ମହେଶ୍ଵର ମହାନ୍ତି ,ବିଜେପି ର ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର, ପଟ୍ଟାମୁଣ୍ଡାଇ ରାଧାରମଣ ଆଶ୍ରମ ର ମହନ୍ତ ଆସୀମାନନ୍ଦ ମହାରାଜ, ହାତିଆଖଡ଼ା ମଠର ମହନ୍ତ ସୁଖରାମ ଦାସ,ମହନ୍ତ ବଳରାମ କୋଟ ,ମହନ୍ତ ବଳଗଣ୍ଡି ମଠ, ମହନ୍ତ ମଣୀରାମ ଆଶ୍ରମ,ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାଦାସ ମହାପାତ୍ର ,ମାଧବ ପୂଜାପଣ୍ଡା,ଶ୍ରୀ ମନ୍ଦିର ସେବକ ଜଗନ୍ନାଥ ପୂଜାପଣ୍ଡା , ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ବିଶିଷ୍ଟ ଅତିଥିରୁପେ ଯୋଗଦେଇ ନବ ବ୍ରହ୍ମଚାରୀ ମାନଙ୍କୁ ଆଶ୍ରିବାଦ ପ୍ରଦାନ କରିଥିଲେ । ଏଥିରେ ଓଡ଼ିଶା ,ଷଢେ଼ଇକଳା, ପଶ୍ଚିମବଙ୍ଗ,ଝାଡ଼ଖଣ୍ଡ ର ୨୧ ଜଣ ବ୍ୟକ୍ତି ବ୍ରାହ୍ମଣ ବାଳକ ଯଜ୍ଞୋପବିତ ଧାରଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ମନୋଜ ରଥ, ଜିତେନ୍ଦ୍ର ମହାପାତ୍ର,ବିଜୟ କୃଷ୍ଣ ବ୍ରହ୍ମା, ବିରଞ୍ଚି ନାରାୟଣ ମିଶ୍ର, ଦିବ୍ୟରଞ୍ଜନ ଦାଶ, ରଞ୍ଜେସ ସାହୁ ,ଦେବିପ୍ରସାଦ ବ୍ରହ୍ମା, ଚିତ୍ତରଞ୍ଜନ ବିଶ୍ବାଳ,ସିସେନ୍ ପ୍ରତିହାରୀ,ଦେବେନ୍ଦ୍ର ମହାରଣା, ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସାହୁ ଜଗଦୀଶ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।ଶେଷରେ ମହାପ୍ରସାଦ ସେବା କରଯାଇଥିଲା।

ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ