।। ପିପିଲିରେ ସମ୍ଭର୍ଦ୍ଧିତ ମୁନିଗୁଡ଼ାର ୩ ସାମ୍ବାଦିକଙ୍କୁ ବିକାଶ ପରିଷଦ ତରଫରୁ ସ୍ବାଗତ ।।

Nov 18, 2023 - 21:05
 0  228
।। ପିପିଲିରେ ସମ୍ଭର୍ଦ୍ଧିତ ମୁନିଗୁଡ଼ାର ୩ ସାମ୍ବାଦିକଙ୍କୁ ବିକାଶ ପରିଷଦ ତରଫରୁ ସ୍ବାଗତ ।।

ମୁନିଗୁଡ଼ା: ନ୍ୟିୟୁଜ୍ - ତା ୧୮-୧୧ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକର ତିନିଜଣ କାର୍ଯ୍ୟରତ ଉଦୀୟମାନ ସାମ୍ବାଦିକ ପେଶାଦାର ସାମ୍ବାଦିକ ସଂଘ,ପିପିଲି ଦ୍ଵାରା ଆୟୋଜିତ ଜାତୀୟ ପ୍ରେସ ଦିବସ ସମାବେଶରେ ସମ୍ବର୍ଦ୍ଧିତ ହୋଇ ପ୍ରତ୍ୟାବର୍ତ୍ତନ ପରେ ସେମାନଙ୍କୁ ମୁନିଗୁଡ଼ା ବିକାଶ ପରିଷଦ ତରଫରୁ ରେଲୱେ ଷ୍ଟେସନରେ ପୁଷ୍ପଗୁଚ୍ଛ,ଉପଢୌକନ ଦେଇ ସ୍ବାଗତ କରିବା ସହିତ ପାଛୋଟି ଆଣିଥିଲେ।ସୂଚନା ଅନୁଯାୟୀ ପିପିଲି ପେଷାଦାର ସାମ୍ବାଦିକ ସଂଘ ଆୟୋଜିତ ଜାତୀୟ ପ୍ରେସ ଦିବସରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାମ୍ବାଦିକ ମାନଙ୍କ ଉଲ୍ଲେଖନୀୟ ସେବାକାର୍ଯ୍ୟକୁ ଦୃଷ୍ଟିରେ ରଖି ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା।ପେଶାଦାର ସାମ୍ବାଦିକ ସଂଘ ସଭାପତି ରାଜକିଶୋର ସ୍ୱାଇଁଙ୍କ ସଭାପତିତ୍ବରେ ଆୟୋଜିତ ଏହି ଜାତୀୟ ପ୍ରେସ ଦିବସରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଶ୍ରୀଯୁକ୍ତ ପ୍ରସନ୍ନ ପାଟ୍ଟଶାଣୀ,ମୁଖ୍ୟବକ୍ତା ଭାବେ ବ୍ରହ୍ମଗିରି ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର,ସମ୍ମାନିତ ଅତିଥି ଆସାମ ପ୍ରଦେଶର ନୀୟୂଜ୍ ଲାଇଫ ଚାନେଲ କାର୍ଯ୍ୟନିର୍ବାହୀ ସମ୍ପାଦକ ଲୁଇଟ ଲେନ୍ ଡନ,ପିପିଲି ବିଧାୟକ ରୁଦ୍ରପ୍ରସାଦ ମହାରଥୀ,ଜଟଣୀ ବିଧାୟକ ସୁରେଶ ରାଉତରାୟ,ଜାତୀୟ କ୍ରୀଡାବିତ ବିକାଶ ପଟ୍ଟନାୟକ,ବଲିଉଡ୍ ଅଭିନେତା ରାମ ସିର୍କା,ବିଜେପି ପୁରିଜିଲା ସଭାପତି ଆଶ୍ରିତ ପଟ୍ଟନାୟକ,ଅର୍ଗସ ନିୟୁକ୍ ଆସୋଷିଏଟ ଏଡ଼ିଟର ଦୂର୍ଗାଶିଶ,କଳିଙ୍ଗ ପେଶାଦାର ସଂଘର କାର୍ଯ୍ୟକାରୀ ସଭାପତି ପରମେଶ୍ବର ଦାସଙ୍କ ଉପସ୍ଥିତିରେ ମୁନିଗୁଡ଼ା ବ୍ଲକର ପ୍ରତିଦିନ ପ୍ରତିନିଧି କ୍ଷମା ସାଗର ଦାଶ,ସମାଜ ପ୍ରତିନିଧି ଦକ୍ଷ ବାତ୍ରା ଓ ଦର୍ଶନ ନୀୟୁଜ ପ୍ରତିନିଧି ସୁଦୀପ୍ତ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ,ଅଙ୍ଗବସ୍ତ୍ର ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସେମାନେ ଆଜି ସକାଳେ ରେଳ ଯୋଗେ ମୁନିଗୁଡ଼ା ଫେରି ଆସିବା ପରେ ଷ୍ଟେସନରେ ମୁନିଗୁଡ଼ା ବିକାଶ ପରିଷଦ ସଭାପତି ଘନଶ୍ୟାମ ମାର୍ଥାଂକ ନେତୃତ୍ବରେ ଉପ ସଭାପତି ଭୀମ ବେହେରା,ସୁବାସ ଗୌଡ଼,ପି ରାମବାବୁ,କୁମାର ରାଜୁ,ପଦ୍ମ ବେହେରା,ସଞ୍ଜୟ ନାଗ,ନରେନ୍ଦ୍ର ନାଗ,ରାଜକିଶୋର ବେହେରାଙ୍କ ସହ ଅନେକ ସର୍ବସାଧାରଣ ଏହି ତିନିଜଣ ସାମ୍ବାଦିକଙ୍କୁ ସମ୍ମାନ ଜଣାଇ ପାଛୋଟି ନେଇଥିଲେ।ମୁନିଗୁଡ଼ାରେ ଏହି ସାମ୍ବାଦିକ ମାନଙ୍କୁ ପ୍ରେସ କ୍ଲବ ଓ ବିଭିନ୍ନ ସଙ୍ଗଠନ ତରଫରୁ ଅଭିନନ୍ଦନ ଜଣାଇଥିବା ଜଣାଯାଇଛି।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ୧ମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ