।। ପାଡ଼ୁଆ ଠାରୁ ମାଲକାନଗିରି କୁନିଗାଡ଼ା ପାଇଁ ନୂତନ ବସ୍ ସେଭା ଉଦ୍ଘାଟନ ।।

Feb 13, 2026 - 21:15
 0  2
।। ପାଡ଼ୁଆ ଠାରୁ ମାଲକାନଗିରି କୁନିଗାଡ଼ା ପାଇଁ ନୂତନ ବସ୍ ସେଭା ଉଦ୍ଘାଟନ ।।

କୋରାପୁଟ/ପାଡ଼ୁଆ ତା:-୧୩/୦୨/୨୬ ଫାଷ୍ଟ୍ ନ୍ୟୁଜ ଓଡ଼ିଶା ( ଶଙ୍କର ପାଙ୍ଗି)କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଠାରୁ ଆଜି ଏକ ନୂତନ ବସ୍ ସେଭା ଉଦଘାଟିତ ହେଇଯାଇଛି ।ବସ୍ ର ନାମ ହେଉଛି ଆଶିଷ ଗାଡ଼ି-OD07AZ4251 ଉକ୍ତ ବସ୍ ଟି ପାଡ଼ୁଆ ବସ୍ ଷ୍ଟାଣ୍ଡ ଠାରେ ସକାଳ ୧୦:୨୯ ପହଞ୍ଚିବ ଏବଂ ୧୧:୪୫ ରେ ମାଲକାନଗିରି କୁନିଗାଡ଼ା ଅବିମୁଖେ ବାହାରିବ ଓ ମାଲକାନଗିରି କୁନିଗାଡ଼ା ଠାରେ ସନ୍ଧ୍ୟା ୭:୪୫ ରେ ପହଞ୍ଚିବ ,ପୁନର୍ବାର ମାଲକାନଗିରି କୁନିଗାଡ଼ା ଠାରୁ ଭର୍ ସକାଳୁ ୪:୦୫ ମିନିଟ ସମୟରେ ପାଡ଼ୁଆ ଅବିମୁଖେ ବାହାରିବ ।ଉକ୍ତ ଅଞ୍ଚଳଟି ବୁଡ଼ି ଅଞ୍ଚଳ ବିସ୍ଥାପିତ ସଂଖ୍ୟା ବହୁତ ରହିଥିବା ବେଳେ କିଛି ପରିବାର ମାଲକାନଗିରି, ଗବିନ୍ଦପାଳି,ଏରିଆରେ ଯାଇ ନିଜର ଜୀବିକା ନିର୍ବାହ କରି ପରିବାର ପ୍ରତି ପଷଣ କରୁଛନ୍ତି ,ସୁବିଧା କିମ୍ବା ଅସୁବିଧାରେ ଯାତାୟତ ବାରମ୍ବାର ରହୁଛି ।ତେଣୁ ଆଜିର ଏହି ବସ ସେଭା ଜରୁରୀ ଥିଲା ଏବଂ ଯାହା ଆଜି ବସ ମାଲିକ ରାମଦାଶ ନିରିକି କରିଛନ୍ତି ଆମେ ଅଞ୍ଚଳ ବାସୀ ସ୍ୱାଗତ କରୁଛୁ ବୋଲି ଉପସ୍ଥିତ ପଡ଼ୁଆ ସରପଞ୍ଚ ଶ୍ରୀଯୁକ୍ତ ଗୋପୀନାଥ ସୀସା କହିଛନ୍ତି ।ମାଲକାନଗିରି ଠାରୁ ପଡ଼ୁଆ ୨୧୧ କିଲୋମିଟର ପଡ଼ୁଥିବା ବେଳେ ଏହି ବସ ଭାୟା ଲମତାପୁଟ ଦେଇ କମ ସମୟ ମଧ୍ୟରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ